ETV Bharat / state

ବ୍ୟାଙ୍କ ଋଣ ଠକେଇ ମାମଲା: ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଗିରଫ

author img

By

Published : Jul 29, 2023, 3:46 PM IST

ଫେକ ଆକାଉଣ୍ଟ ଖୋଲି ୧ କୋଟିରୁ ଅଧିକ ଟଙ୍କାର ଋଣ ଠକେଇ ମାମଲା । ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଗିରଫ । ଅଧିକ ପଢନ୍ତୁ

ବ୍ୟାଙ୍କ ଋଣ ଠକେଇ ମାମଲା
ବ୍ୟାଙ୍କ ଋଣ ଠକେଇ ମାମଲା

ବ୍ୟାଙ୍କ ଋଣ ଠକେଇ ମାମଲା

ଭୁବନେଶ୍ବର: ବ୍ୟାଙ୍କ ଋଣ ଠକେଇ ମାମଲା । ଗାଡି ଲୋନ ଆଳରେ 1 କୋଟି 9 ଲକ୍ଷ ଟଙ୍କା ହଡପ କରିବା ମାମଲାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜରକୁ ଗିରଫ କଲା ଇଓଡବ୍ଲୁ । ଅଭିଯୁକ୍ତଙ୍କ ନାମ ସ୍ବୟଂ ପ୍ରକାଶ ପରିଡା । ସେ ଜାଲ୍ ଡକ୍ୟୁମେଣ୍ଟ ଦେଇ ବ୍ୟାଙ୍କରୁ ଲୋନ ଟଙ୍କା ଠକେଇ କରିଥିଲେ । ଏନେଇ ଇଓଡବ୍ଲୁ ଏସପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇ ଜାଲିଆତି ଗୁମର ଖୋଲିଛନ୍ତି ।

ଇଓଡବ୍ଲୁ ଏସପି କହିଛନ୍ତି ଯେ, 2015ରୁ 2017ରେ ପଳାଶପଲ୍ଲୀ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ବ୍ରାଞ୍ଚ ମ୍ୟାନେଜର ଥିବା ସ୍ବୟଂ ପ୍ରକାଶ ପରିଡା ଲୋନ ଜାଲିଆତିର ଷଡ଼ଯନ୍ତ୍ର ରଚିଥିଲେ । ଅନ୍ୟତମ ଅଭିଯୁକ୍ତ ମୈଥଲି ମିଶ୍ର ସହ ମିଶି ବିଭିନ୍ନ ବ୍ୟାଙ୍କରେ କିଛି ଦୁଇ ଚକିଆ ଗାଡ଼ି ଶୋ' ରୁମ ବା ଡିଲରଙ୍କ ନାଁରେ ଏକାଧିକ ଫେକ ଆକାଉଣ୍ଟ ଖୋଲିଥିଲେ । ପରେ ସେଣ୍ଟ୍ରାଲ ବ୍ୟାଙ୍କରୁ କିଛି ମୃତ ଲୋକ ଓ ଜୀବିତ ଲୋକଙ୍କ ଅଜାଣତରେ ତାଙ୍କ ନାଁରେ ଗାଡି ଲୋନ ଆବେଦନ କରିଥିଲେ । ଲୋନ ମଞ୍ଜୁର ହେବା ପରେ 24ଟି ଗାଡ଼ିର ଲୋନ ଟଙ୍କା ଫେକ ଆକାଉଣ୍ଟ ଜରିଆରେ ହଡ଼ପ କରିଥିଲେ ।

ପାଖାପାଖି 1କୋଟି 9 ଲକ୍ଷ ଟଙ୍କାର ଗାଡି ଲୋନ ସେଣ୍ଟ୍ରାଲ ବ୍ୟାଙ୍କରୁ କରାଇ ଆତ୍ମସାତ କରିଥିଲେ । 24ଟି ଗାଡି ଲୋନ ଓ ସିସି ଲୋନ ଫେକ ଆକାଉଣ୍ଟରେ ମଞ୍ଜୁର କରିଥିଲେ ସ୍ବୟଂ । ସେହିସବୁ ଲୋନର ମାସିକିଆ କିସ୍ତି ବ୍ୟାଙ୍କକୁ ନଆସିବାରୁ ଏହା ଏକ ଜାଲିଆତ ହୋଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । ଏନେଇ ଇଓଡବ୍ଲୁରେ ଅଭିଯୋଗ ପରେ ଠକେଇର ମାଷ୍ଟରମାଇଣ୍ଡ ମୈଥଲି ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଏବେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଇଓଡବ୍ଲୁ ।

ଏହାମଧ୍ୟ ପଢନ୍ତୁ: ୟୁଟ୍ୟୁବ ମାଧ୍ୟମରେ ବିଲୁପ୍ତ ପ୍ରଜାତିର ପକ୍ଷୀ ବିକ୍ରି, ଯୁବକଙ୍କୁ ବାନ୍ଧିଲା ରାଉରକେଲା ବନ ବିଭାଗ

ଏସପି କହିଛନ୍ତି ଯେ, ଦୁଇ ଅଭିଯୁକ୍ତ ବିଭିନ୍ନ ନାମୀଦାମି ଗାଡି ଶୋ' ରୁମ ନାଁରେ ଜାଲି ଡକ୍ୟୁମେଣ୍ଟ ଓ କେଓ୍ବାଇସି ଦେଇ ଫେକ ଆକାଉଣ୍ଟ ଖୋଲି ଟଙ୍କା ହଡ଼ପ କରିଛନ୍ତି । ତେଣୁ ଯେଉଁଠି ବି ଡକ୍ୟୁମେଣ୍ଟ ଦେଉଛନ୍ତି, ତାହାର ଯେପରି ଦୂରୁପଯୋଗ ନ ହୁଏ ସେଥିପ୍ରତି ସତର୍କ ରହୁନ୍ତୁ । ଲୋକଙ୍କ ଅଜଣାତରେ ତାଙ୍କ ନାଁରେ ଗାଡି ଲୋନ କରାଇ ଟଙ୍କା ହଡପ କରାଯାଉଛି ।

ଗାଡି ଲୋନ କରିବାକୁ ହେଲେ, ଯିଏ ଗାଡି କିଣିବ ସିଏ ବ୍ୟାଙ୍କରେ ଲୋନ ପାଇଁ ଅବେଦନ କରିବ । ବ୍ୟାଙ୍କ ତାକୁ ଭେରିଫାଏ କରି ଲୋନ ମଞ୍ଜୁର କରିବ। ପରେ‌ ଯେଉଁ ଡିଲରଠୁ ଗାଡି କିଣାଯିବ ସେହି ଡିଲର ଆକାଉଣ୍ଟକୁ ଲୋନ ଟଙ୍କା ପଠାଯିବ । ପରେ ଡିଲର ଲୋନ ଆବେଦନ କରିଥିବା ଲୋକକୁ ଗାଡି ଦେବ । କିନ୍ତୁ ଏହି ମାମଲାରେ ନା ଗାଡି ପାଇଁ କେହି ଲୋନ ଆବେଦନ କରିଛନ୍ତି ନା ଲୋନ ଟଙ୍କାକୁ କୌଣସି ଗାଡି ଡିଲରଙ୍କ ଆକାଉଣ୍ଟକୁ ପଠାଯାଇଛି । ଅଭିଯୁକ୍ତ ବିଭିନ୍ନ ଗାଡି ଶୋ' ରୁମ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ହଡପ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.