ETV Bharat / state

JOB SCAM: ଦୈନିକ ଖବରକାଗଜରେ ବାହାରୁଥିଲା ନକଲି ବିଜ୍ଞାପନ, EOW ପଞ୍ଝାରେ ଆଉ ଜଣେ ଠକ

author img

By

Published : Jan 15, 2023, 4:50 PM IST

Updated : Jan 15, 2023, 9:40 PM IST

ନକଲି ଚାକିରି ଆଳରେ ରାଜ୍ୟରେ ବଡ଼ ଧରଣର ଠକେଇ । ଏହି ଘଟଣାରେ ପୋଲିସ ମଧ୍ୟପ୍ରଦେଶରୁ ଆଉ ଜଣେ ଠକକୁ ଗିରଫ କରିଛି । ଗତ ଡିସେମ୍ବର ୩୧ରେ ମାଷ୍ଟର ମାଇଣ୍ଡକୁ EOW ଟିମ ଗିରଫ କରିଥିଲା । ଅଧିକ ପଢନ୍ତୁ

JOB SCAM
Etv Bharat
ମଧ୍ୟପ୍ରଦେଶରୁ ଠକକୁ ଗିରଫ ପରେ ଇଓଡବ୍ଲ୍ୟୁ ଏସପିଙ୍କ ସୂଚନା

ଭୁବନେଶ୍ବର: ଚାକିରି ଆଳରେ ରାଜ୍ୟରେ ବଡ଼ ଧରଣର ଠକେଇ । ୫୦ହଜାର ଛାତ୍ରଛାତ୍ରୀଙ୍କୁ ଠକିଥିବା ଠକର ଖୋଲିଲା ଲିଙ୍କ୍‌ । ଏମାନେ ବିଭିନ୍ନ ରାଜ୍ୟର ପ୍ରମୁଖ ଦୈନିକ ଖବରକାଗଜକୁ ମୋହରା ବନାଇ ବାହାର କରୁଥିଲେ ନକଲି ବିଜ୍ଞାପନ । ନକଲି ସରକାରୀ ଓ୍ବେବସାଇଟ ଆଳରେ ଠକେଇ କରୁଥିବା ଠକ ରାକେଟରେ ଆଉ ଜଣେ ଠକକୁ ଗିରଫ କରିଛି EOW(Economic Offence Wing) ଟିମ୍ । ଏହି ଠକ ଜଣକ ମଧ୍ୟପ୍ରଦେଶ ଉଜ୍ଜୈନରୁ ଗିରଫ ହୋଇଛି । ଏହା ପୂର୍ବରୁ ଗତ ଡିସେମ୍ବର ୩୧ ତାରିଖରେ ଇଞ୍ଜିନିୟର ମାଷ୍ଟର ମାଇଣ୍ଡକୁ ଗିରଫ କରିଥିଲା EOW ଟିମ ।

ମଧ୍ୟ ପ୍ରଦେଶର ଉଜ୍ଜୈନରୁ ଠକ ଆଇଟି ଇଞ୍ଜିନିୟର ଅର୍ପିତ ପାଞ୍ଚାଲକୁ ଗିରଫ କରି ପ୍ରାବନ୍ଧିକ ରିମାଣ୍ଡରେ ଆଣିଛି EOW ଟିମ୍। ଏନେଇ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ । ଆଶାୟୀ ଯୁବଗୋଷ୍ଠୀଙ୍କୁ ଚାକିରି ଦେବା ଆଳରେ ଠକେଇ ପାଇଁ ଏମାନେ ଠକେଇର ପ୍ଲଟ‌ ତିଆରି କରିଥିଲେ । ଏଥିପାଇଁ ବିଭିନ୍ନ ରାଜ୍ୟର ଦୈନିକ ଖବର କାଗଜକୁ ମାଧ୍ୟମ କରିଥିଲେ । ମୋଟା ଅଙ୍କର ଅର୍ଥରେ ଦୈନିକ ଖବର କାଗଜକୁ ବିଜ୍ଞାପନ ଦେଇଥିଲେ‌ । ଯେଉଁ ବିଜ୍ଞାପନ ଦେଖି ଆଶାୟୀ ନକଲି ଓ୍ବେବସାଇଟକୁ ସରକାରୀ ଓ୍ବେବସାଇଟ ଭାବି ଯୋଗାଯୋଗ କରୁଥିଲେ ।

JOB SCAM
ଦୈନିକ ଖବରକାଗଜରେ ବାହାରୁଥିଲା ନକଲି ବିଜ୍ଞାପନ

ଏହା ବି ପଢନ୍ତୁ- JOB SCAM: ଚାକିରୀ ଆଳରେ ବଡ ଧରଣର ଠକେଇ, ଇଞ୍ଜିନିୟର ମାଷ୍ଟରମାଇଣ୍ଡକୁ ଧରିଲା EOW

ଆଉ ବିଭିନ୍ନ ନକଲି ସରକାରୀ ଓ୍ବେବସାଇଟ ଯେପରିକି ଜୀବନ ସ୍ବାସ୍ଥ୍ୟ ସରକାରୀ ଯୋଜନା (www.jssy.com), ରାଜ୍ୟ ଜନ କଲ୍ୟାଣ ଗ୍ରାମୀଣ ସ୍ବାସ୍ଥ୍ୟ ସଂସ୍ଥାନ (www.rmssy.in), ଭାରତୀୟ ଜନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା (www.bjsry.in), କ୍ଷେତ୍ରୀୟ ଗ୍ରାମୀଣ ଜନ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନା (www.cgiss.in) ଭଳି ଠକ ଓ୍ବେବସାଇଟ ଜରିଆରେ ପଞ୍ଜୀକରଣ କରି ଠକାମିର‌ ଶିକାର‌ ହେଉଥିଲେ ହଜାର ହଜାର ଆଶାୟୀ । ଏପରିକି ଜଣ ପିଛା ୩ହଜାରରୁ ୫୦ହଜାର‌ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଡିପୋଜିଟ ଓ ଅନ୍ୟାନ୍ୟ ଆଳ ଦେଖାଇ ଠକି ନେଉଥିଲେ ଟଙ୍କା ‌।

JOB SCAM
EOW ପଞ୍ଝାରେ ଆଉ ଜଣେ ଠକ

ଏନେଇ ସୂଚନା ଦେଇଛନ୍ତି EOW ଏସପି ଦିଲ୍ଲୀପ କୁମାର‌ ତ୍ରିପାଠୀ । ତେବେ ପୂର୍ବରୁ ଏହି ମାମଲାରେ ଆଉ ଜଣେ ଠକକୁ ଗିରଫ କରିଥିଲା EOW ଟିମ୍ । ଏହାର‌ ଚେର ଆଉ କେଉଁ ଆଡକୁ ଲମ୍ବିଛି ସେ ନେଇ ଖିଅ ଖୋଜୁଛି ଅର୍ଥନୈତିକ ଅପରାଧା ଶାଖା ତଥା ଇଓଡବ୍ଲୁ ଟିମ୍ । ଏହି ଠକମାନେ ୫ ରାଜ୍ୟ ଗୁଜୁରାଟ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ସକ୍ରିୟ ଥିଲେ । ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଆଶାୟୀ ଏହି ଠକେଇର ଶିକାର ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 15, 2023, 9:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.