ETV Bharat / state

ବିଜେବି କଲେଜକୁ ଅଣଛାତ୍ରଙ୍କ ପ୍ରବେଶରେ ଲାଗିଲା ରୋକ, କ୍ୟାମ୍ପସରେ ଲାଗିଲା ପୋଷ୍ଟର

ବିଜେବି କଲେଜରେ ଅଣଛାତ୍ରଙ୍କ ଆକ୍ରମଣ ପରେ ପଦକ୍ଷେପ ନେଲେ କଲେଜ କର୍ତ୍ତୃପକ୍ଷ । କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶରେ ଲାଗିଲା ରୋକ । ଅଧିକ ପଢ଼ନ୍ତୁ

bjb college bans entry of outsiders
ବିଜେବି କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କୁ ପ୍ରବେଶ ନିଷେଧ
author img

By

Published : Apr 26, 2023, 8:18 PM IST

ବିଜେବି କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କୁ ପ୍ରବେଶ ନିଷେଧ

ଭୁବନେଶ୍ବର: କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶରେ ଲାଗିଲା ରୋକ । ବିଜେବି ସ୍ୱାୟଂଶାସିତ କଲେଜ ମୁଖ୍ୟ ଗେଟ ନିକଟରେ ଲାଗିଲା ପୋଷ୍ଟର । କଲେଜ କର୍ତ୍ତୃପକ୍ଷ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ବିଜେବି କଲେଜରେ ଛାତ୍ର ଆକ୍ରମଣ ଘଟଣା ନେଇ କଲେଜ କର୍ତ୍ତୃପକ୍ଷ ଦ୍ବାରା କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି । କଲେଜ ସମୟରେ ହେଉ ଅବା କ୍ଳାସ ସାରିଲା ପରେ ଏଣିକି ବାହାର ଲୋକଙ୍କୁ କଲେଜ କ୍ୟାମ୍ପସ ଭିତରେ ପ୍ରବେଶ ଉପରେ କଟକଣା ଲାଗିଛି । ଏନେଇ କଲେଜର ପ୍ରତି ଫାଟକରେ ପୋଷ୍ଟର ଲଗାଯାଇଛି । ଏଥିରେ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ବିନା କୌଣସି ଅଫିସିଆଲ କାର୍ଯ୍ୟରେ କଲେଜ କ୍ୟାମ୍ପସ ପରିସରକୁ କେହି ପ୍ରବେଶ କରିପାରିବେ ନାହିଁ । କଲେଜରେ କୌଣସି ଜରୁରୀ କାମ ଥିଲେ ଫାଟକରେ ଥିବା ସୁରକ୍ଷାକର୍ମୀମାନେ ସେମାନଙ୍କର ଯାଞ୍ଚ କରିବେ । ସନ୍ଦେହ ହେଲେ କଲେଜର କର୍ତ୍ତୃପକ୍ଷଙ୍କୁ ନିକଟକୁ ପଠାଇବେ । ଯଦି ବିନା କାରଣରେ କଲେଜ ପରିସରରେ କେହି ପ୍ରବେଶ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏପଟେ ହଷ୍ଟେଲକୁ ଲାଗି ରହିଥିବା ଖେଳ ପଡିଆ ଓ କଲେଜର ଗେଟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ହଷ୍ଟେଲ ଅନ୍ତେବାସୀଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ସିସିଟିଭି ଲଗାଇବା ପାଇଁ ଏକ୍ସପର୍ଟ ଟିମ ଗଠନ କରାଯାଇଛି । ଯାହାକୁ ନେଇ ସରକାରଙ୍କୁ ଅବଗତ କରାଯିବ । ଏନେଇ କଲେଜ ଅଧ୍ୟକ୍ଷ କହିଛନ୍ତି, " କ୍ୟାମ୍ପସ ପାଚେରିରେ କଣ୍ଟା ତାର ଲଗାଇବା ସହ କିଭଳି ଭାବେ ଅନ୍ତେବାସୀମାନେ ସୁରକ୍ଷିତ ରହିବେ ସେନେଇ ବିଭାଗକୁ କଲେଜ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । ପରିସର ମଧ୍ୟରେ ସମସ୍ତ ସୁରକ୍ଷାକୁ କଡ଼ାକଡ଼ି କରାଯିବ ।"

ପ୍ରକାଶ ଥାଉକି, ଗତ ଶନିବାର କ୍ରିକେଟ ଖେଳକୁ ନେଇ ହଷ୍ଟେଲ ଛାତ୍ରଙ୍କୁ ମାଡ ମାରିଥିଲେ ଅଣଛାତ୍ର । ଏଥିରେ ବିଜେବି କଲେଜର ୩ ଛାତ୍ର ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷ ବଡଗଡ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି । ୨୫ରୁ ଊର୍ଦ୍ଧ୍ବ ଯୁବକଙ୍କ ନାଁରେ ଥାନାରେ ଅଭିଯୋଗ ହେଇଥିଲା । ୮ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଗିରଫ ହେଇଥିବା ଯୁବକ ନାଁରେ ପୂର୍ବରୁ ଥାନାରେ ମାମଲା ଥିବାରୁ ସେମାନଙ୍କ ଘରକୁ ଯାଇ ପୋଲିସ ଅଧିକ ତଦନ୍ତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.