ETV Bharat / state

କଳିଙ୍ଗ ଷ୍ଟାଡିୟମରେ ଚାଲିଥିଲା ISL ଫୁଟବଲ ମ୍ୟାଚ୍, ଅନ୍ଧାର ହୋଇଗଲା ଷ୍ଟାଡିୟମ

author img

By

Published : Nov 25, 2022, 5:40 PM IST

ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ ISL ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ଅନ୍ଧାର ହୋଇଯାଇଥିଲା ପୁରା ଷ୍ଟାଡିୟମ । ଅଧିକ ପଢ଼ନ୍ତୁ

entire Kalinga stadium suddenly went dark during ISL match
କଳିଙ୍ଗ ଷ୍ଟାଡିୟମରେ ଚାଲିଥିଲା ISL ଫୁଟବଲ ମ୍ୟାଚ୍, ଅନ୍ଧାର ହୋଇଗଲା ଷ୍ଟାଡିୟମ

ଭୁବନେଶ୍ବର: ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ ISL ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ଅନ୍ଧାର ହୋଇଯାଇଥିଲା ପୁରା ଷ୍ଟାଡିୟମ। ଗତକାଲି(ଗୁରୁବାର) ଓଡ଼ିଶା FC ଏବଂ ଚେନ୍ନାଇ FC ମଧ୍ୟରେ ମ୍ୟାଚ୍ ଚାଲିଥିଲା। ମ୍ୟାଚ୍‌ର 88ତମ ମିନିଟ୍‌ରେ ପ୍ରଥମେ ଗୋଟିଏ ଟାୱାର୍‌ ଲାଇଟ ଅଚାନକ ବନ୍ଦ ହୋଇଯାଇଥିଲା।

ଏହାପରେ 3ରୁ 4 ମିନିଟ ମଧ୍ୟ ଅନ୍ୟ 3ଟି ଟାୱାର ଲାଇଟ ମଧ୍ୟ ବନ୍ଦ ହୋଇଯାଇଥିଲା । ପ୍ରାୟ୧୫ମିନିଟ୍ ପାଇଁ ଅନ୍ଧାର ହୋଇଗଲା ପୁରା ଷ୍ଟାଡିୟମ । ଏହି ସମୟରେ ଦର୍ଶକ ମୋବାଇଲ ଲାଇଟ ଲଗାଇ ବସିବାକୁ ବାଧ୍ୟ ହୋଇଥିଲେ । ବୈଷୟିକ ସମସ୍ୟା ସୁଧୁରିବା ପରେ ପୁଣି ପଡ଼ଆକୁ ଲାଇଟ ଫେରିଥିଲା । ଯାହା ଫଳରେ ପୁନଃ ମ୍ୟାଚ୍‌ ଆରମ୍ଭ ହୋଇ ପାରିଥିଲା ।

ଜାନୁଆରୀ 13 ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ବକପ୍ । ସେହି ସମୟରେ ଏଭଳି ତୃଟି ଯେପରି ନଉପୁଜିବ ସେଥିପ୍ରତି ଧ୍ୟାନ ଦେବାକୁ କ୍ରୀଡ଼ାପ୍ରେମୀ ଦାବି କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.