ETV Bharat / state

Cyclone Sitrang : ମୁକାବିଲା ପାଇଁ ଶକ୍ତି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : Oct 19, 2022, 10:06 PM IST

ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ(Cyclone Sitrang) କ୍ଷୟକ୍ଷତିର ମୁକାବିଲା ପାଇଁ ବସିଛି ଶକ୍ତି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

Cyclone Sitrang : ମୁକାବିଲା ପାଇଁ ଶକ୍ତି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ
Cyclone Sitrang : ମୁକାବିଲା ପାଇଁ ଶକ୍ତି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ମୁକାବିଲା ପାଇଁ ଶକ୍ତି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆକ୍ସନକୁ ଆସିଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ(Cyclone Sitrang) କ୍ଷୟକ୍ଷତିର ମୁକାବିଲା ପାଇଁ ବସିଛି ଶକ୍ତି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ବିଭାଗ ଦ୍ୱାରା କରାଯାଉଥିବା ସମସ୍ତ ପ୍ରକାର ପ୍ରସ୍ତୁତିର ସମୀକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: କାଲି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବିଶେଷ ଭାବେ ଆବଶ୍ୟକ ଯନ୍ତ୍ରପାତି ଓ ସାଜସରଞ୍ଜାମ ଠୁଳ କରିବା ଏବଂ ମାନବଶକ୍ତି ପରିଚାଳନା କରିବା ଅତ୍ୟନ୍ତ ଜରୁରୀ ଥିବାରୁ ମନ୍ତ୍ରୀ ଏହି କାର୍ଯ୍ୟକୁ ଆଗୁଆ ଭାବେ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛନ୍ତି । ସତର୍କତାମୂଳକ କାର୍ଯ୍ୟ ଭାବେ ଗଛଡ଼ାଳ କଟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ସ୍ଥାନ ଚିହ୍ନଟ କରି ସେଠାରେ ଆଗୁଆ ଭାବେ କର୍ମଚାରୀ ମୁତୟନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶକ୍ତି ବିଭାଗ ଦ୍ୱାରା ପୂର୍ବରୁ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତ ମାର୍ଗଦର୍ଶିକାକୁ ଅନୁସରଣ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ମନ୍ତ୍ରୀ ତିନୋଟି ବିଦ୍ୟୁତ ବିତରଣ କମ୍ପାନୀ ମୁଖ୍ୟଙ୍କ ସହ ବ୍ୟକ୍ତିଗତ ଭାବେ ଏ ସଂକ୍ରାନ୍ତରେ ଆଲୋଚନା କରି ବାତ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶକ୍ତି ବିଭାଗ ତରଫରୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମାର୍ଗଦର୍ଶିକା ଅନୁପାଳନ କରିବାକୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି ।

ବାତ୍ୟାରେ ବିଶେଷ କିଛି ହେବାର ଆଶଙ୍କା ନଥିଲେ ହେଁ ଯଦି କୌଣସି ପ୍ରକାର କ୍ଷୟକ୍ଷତି ହୁଏ ତେବେ ବିଭାଗ ତରଫରୁ ତାକୁ ତତ୍‌କ୍ଷଣାତ୍‌ ମରାମତି କରାଯାଇ ସ୍ୱାଭାବିକ କରାଯିବ ବୋଲି କୁହାଯାଇଛି । ବୈଠକରେ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ, ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ ମିଶ୍ର, ଗ୍ରୀଡ଼କୋ ପ୍ରତିନିଧି ଗଗନ ସ୍ୱାଇଁ, ନିର୍ଦ୍ଦେଶକ (ପ୍ରକଳ୍ପ) ଉପେନ୍ଦ୍ର କୁମାର ପତି ଓ ଟିପିସିଓଡିଏଲ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଏମ. ସେନବାଗମ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.