ETV Bharat / state

ହାତୀ-ମନୁଷ୍ୟ ବିବାଦ: ପିପିସିପି ମଡେଲରେ ହ୍ରାସ କରାଯାଇପାରିବ କହିଲେ ଜଙ୍ଗଲମନ୍ତ୍ରୀ - ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ

ହାତୀ-ମନୁଷ୍ୟ ବିବାଦ(Elephant Man Dispute)ର ସମାଧାନ ଲାଗି ମତ ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ । ଏହି ୨ ପ୍ରାଣୀଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ପିପିସିପି ମଡେଲ ସହାୟକ ବୋଲି କହିଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ

ହାତୀ-ମନୁଷ୍ୟ ବିବାଦ: ପିପିସିପି ମଡେଲହାତୀ-ମନୁଷ୍ୟ ବିବାଦ: ପିପିସିପି ମଡେଲରେ ହ୍ରାସ କରାଯାଇପାରିବ କହିଲେ ଜଙ୍ଗଲମନ୍ତ୍ରୀରେ ହ୍ରାସ କରାଯାଇପାରିବ କହିଲେ ଜଙ୍ଗଲମନ୍ତ୍ରୀ
ହାତୀ-ମନୁଷ୍ୟ ବିବାଦ: ପିପିସିପି ମଡେଲରେ ହ୍ରାସ କରାଯାଇପାରିବ କହିଲେ ଜଙ୍ଗଲମନ୍ତ୍ରୀ
author img

By

Published : Dec 12, 2022, 7:53 PM IST

ହାତୀ-ମନୁଷ୍ୟ ବିବାଦ: ପିପିସିପି ମଡେଲରେ ହ୍ରାସ କରାଯାଇପାରିବ କହିଲେ ଜଙ୍ଗଲମନ୍ତ୍ରୀ

ଭୁବନେଶ୍ବର: ସେଭ୍‌ ଏଲିଫାଣ୍ଟ ଫାଉଣ୍ଡେସନ୍‌ ଟ୍ରଷ୍ଟ (Save Elephant Foundation Trust)ର ଏକାଦଶ ପ୍ରତିଷ୍ଠା ଦିବସ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହାତୀ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଛନ୍ତି ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ହାତୀ ମନୁଷ୍ୟ ବିବାଦ ଏବେ ଦିନକୁ ଦିନ ବଢିବାରେ ଲାଗିଛି । ଏହି ୨ ପ୍ରାଣୀଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ପିପିସିପି ମଡେଲ (ପବ୍ଲିକ୍‌-ପ୍ରାଇଭେଟ୍‌-କମ୍ଯୁନିଟି-ପାର୍ଟନରସିପ୍‌)ର ସହାୟକ ହେବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରଦୀପ ।

ଏନେଇ ମନ୍ତ୍ରୀ ପ୍ରଦୀପ କହିଛନ୍ତି, "ହାତୀ-ମନୁଷ୍ୟ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ଅନେକ ସ୍ଥାନରେ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି । ଏହି ବିବାଦ ମଧ୍ୟରେ ପରସ୍ପର ସହ ସଂଶ୍ଳିଷ୍ଟ ଜୈବମଣ୍ଡଳ, ସମାଜ ଓ ପରିବେଶ ସନ୍ତୁଳନରେ ହାତୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଡାଇନୋସର ପରେ ବର୍ତ୍ତମାନ ସ୍ଥଳଭାଗର ସବୁଠାରୁ ବଡ଼ ପ୍ରାଣୀ ହେଉଛି ହାତୀ । ଯଦି ହାତୀମାନେ ନ ରୁହନ୍ତି ତା’ହେଲେ ଜୈବମଣ୍ଡଳରେ ତାଙ୍କ ସ୍ଥାନ ଅନ୍ୟ କେହି ନେଇପାରିବେ ନାହିଁ ।" ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ହାତୀ-ମନୁଷ୍ୟଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ପିପିସିପି ମଡେଲ୍‌ରେ କାର୍ଯ୍ୟ କରାଗଲେ ହାତୀ-ମନୁଷ୍ୟ ବିବାଦରେ ଅନେକ ଉପଶମ ମିଳିପାରିବ ବୋଲି ମନ୍ତ୍ରୀ ମତ ରଖିଛନ୍ତି ।

ଏହା ବି ପଢନ୍ତୁ-ଶିମିଳିପାଳ ହାତୀ ମୃତ୍ୟୁ ଘଟଣା, ବନ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ: ବିଭାଗୀୟ ମନ୍ତ୍ରୀ

ପରିବେଶ ସନ୍ତୁଳନରେ ହାତୀ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ହାତୀମାନଙ୍କ ରହିବା ସ୍ଥାନକୁ ଭଲ ଜଙ୍ଗଲ ଥିବା ଅଞ୍ଚଳ ବୋଲି ବିବେଚନା କରାଯାଇଥାଏ । ଜୈବମଣ୍ଡଳ ପାଇଁ ଜଙ୍ଗଲ ନିତାନ୍ତ ଆବଶ୍ୟକ ଏକଥା ସମସ୍ତେ ଜାଣିଛନ୍ତି ବୋଲି ପ୍ରଧାନ ବନସଂରକ୍ଷକ ବନ୍ୟାପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଢେଙ୍କାନାଳରେ ସୋଲାର ଫେନସିଂର ୪ଟି ପ୍ରକଳ୍ପ ଆରମ୍ଭ ହୋଇଛି । ଧୀରେଧୀରେ ସବୁ ଜିଲ୍ଲାରେ ଆରମ୍ଭ ହେବ ବୋଲି କହିଛନ୍ତି । ସୂଚନା ଥାଉ କି ଗତ ୧୦ ବର୍ଷରେ ୭୮୪ ଗୋଟି ହାତୀ ମୃତ୍ୟୁ ଘଟିଛି । ତନ୍ମଧ୍ୟରୁ ଅସ୍ଵାଭାବିକ ଭାବରେ ମୃତ୍ୟୁ ଯେପରିକି ଶିକାର, ବିଷ ପ୍ରୟୋଗ, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା ଏବଂ ସଡକ ଦୁର୍ଘଟଣା ଘଟିଥିବା ହାତୀଙ୍କ ସଂଖ୍ୟା ୧୭୯ ରହିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.