ETV Bharat / state

ଖଣ୍ଡଗିରି ଥାନାରେ ଇଡି ଟିମ୍: ଅର୍ଚ୍ଚନାଠୁ କଣ ଜବତ କରିଥିଲା ପୋଲିସ, ନେଲା ପ୍ରମାଣ - ଅର୍ଚ୍ଚନା ନାଗ ମାମଲା

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା । ଖଣ୍ଡଗିରି ଥାନାରେ ପହଞ୍ଚିଲା ଇଡି ଟିମ୍ । ଅଧିକ ପଢନ୍ତୁ

ଖଣ୍ଡଗିରି ଥାନାରେ ଇଡି ଟିମ୍
ଖଣ୍ଡଗିରି ଥାନାରେ ଇଡି ଟିମ୍
author img

By

Published : Dec 10, 2022, 1:16 PM IST

Updated : Dec 10, 2022, 6:00 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା (Lady Blackmailer Archana Nag) । ଖଣ୍ଡଗିରି ଥାନାରେ ପହଞ୍ଚିଲା ଇଡି ଟିମ୍ । ଅର୍ଚ୍ଚନା କେଳେଙ୍କାରୀରର ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ହାଇପ୍ରୋଫାଇଲ ଲେଡି ଅର୍ଚ୍ଚନା କେଳେଙ୍କାରୀର ଗୁମର ଖୋଲିବା ପାଇଁ ତଦନ୍ତକୁ ଜୋରଦାର କରଛି ଇଡି ।

ନେତା, ବ୍ୟବସାୟୀ ଜଣଜଣକୁ ଡାକି ଇଡି ମାରାଥନ ଜେରା କରୁଥିବା ବେଳେ ଅର୍ଚ୍ଚନାକୁ ୭ ଦିନିଆ ରିମାଣ୍ଡରେ ନେଇଛି । ଅର୍ଚ୍ଚନାର ରିମାଣ୍ଡକୁ ୫ ଦିନ ବିତିଲାଣି। ଏବେ ବି ତଥ୍ୟ ଓଗାଳିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି ଇଡି। ଏନେଇ ଇଡିର ଏକ ଟିମ୍ ଆଜି ଖଣ୍ଡଗିରି ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: Lady Blackmailer Archana Nag Case: ଅର୍ଚ୍ଚନାକୁ ଘାଣ୍ଟୁଛି ED, ଖୋଲିବ କି ବଡ ବଡିଆଙ୍କ ଗୁମର

ଶ୍ରଦ୍ଧାଞ୍ଜଳି ହିଁ ପ୍ରଥମ ବ୍ୟକ୍ତି ଯିଏ ଅର୍ଚ୍ଚନା ନାଁରେ ଆଣିଥିଲେ ଅଭିଯୋଗ। ଯାହାକୁ ନେଇ ଖଣ୍ଡଗିରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଏନେଇ ପୋଲିସ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ର ଏବଂ ଅନ୍ୟମାନଙ୍କୁ ନୋଟିସ କରିଥିଲା। ଏହାପରେ କୋର୍ଟର ନିର୍ଦ୍ଦେଶ କ୍ରମେ ପ୍ରସ୍ତୁତ କରିଥିବା ତଥ୍ୟକୁ ପୋଲିସ ନିଜ ଆଡୁ ଦେଇଥିଲା। ତେବେ ଥାନାଧିକାରୀଙ୍କ ପାଖରେ ଘଟଣାର କ'ଣ ସବୁ ତଥ୍ୟ ଥିଲା ସେସବୁକୁ ଏକ ଲେଟର ଜରିଆରେ ପ୍ରସ୍ତୁତ କରିଥିଲେ ଇଡି ଅଧିକାରୀ ।

ଏପରିକି ଖଣ୍ଡଗିରି ଥାନାରେ ଅର୍ଚ୍ଚନା ନାଁରେ ଥିବା ମାମଲା ସମ୍ପର୍କରେ ତଥ୍ୟ ଖୋଜିଛି ଇଡି । ଆଇଆଇସି ଦୟା ନାୟକଙ୍କଠୁ କେସ ସମ୍ପର୍କିତ ତଥ୍ୟ ନେଇଛି ଇଡି। ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପ୍ରସ୍ତୁତ କରିଥିଲା ଏକ ଲିଷ୍ଟ । ଯାହା ଅର୍ଚ୍ଚନା ଗିରଫ ସମୟରେ ଦାଖଲ କରିଥିଲା ଖଣ୍ଡଗିରି ଥାନା। ଏପରିକି ଅର୍ଚ୍ଚନାଙ୍କ ମୋବାଇଲ, ଲ୍ୟାପଟପ, ହାର୍ଡଡିସ୍କ ଓ ପେନ୍ ଡ୍ରାଇଭ୍ ସହ କିଛି ଡକ୍ୟୁମେଣ୍ଟ ମଧ୍ୟ ଜବତ କରିଥିଲା।

ଏହାପରେ ଅକ୍ଟୋବର ୨ ତାରିଖରେ ପୋଲିସ ଅର୍ଚ୍ଚନାଙ୍କୁ ଘରୁ ଉଠାଇ ନେଇଥିଲା । ଆଉ ଗତ ୫ତାରିଖରେ‌ କୋର୍ଟଚାଲାଣ କରିଥିଲା । ଏନେଇ ଘଟଣା ସାମ୍ନାକୁ ଆସିଲା ପରେ ୯ ତାରିଖରେ ମୁହଁ ଖୋଲିଥିଲେ କମିଶନରେଟ୍ ପୋଲିସ। ସେତେବେଳେ ପୋଲିସ ଜବତ କରିଥିବା ପ୍ରମାଣ ଓ ତଥ୍ୟରେ ପୋଲିସ କ'ଣ କ'ଣ ସୁରାକ ପାଇଥିଲା।

ପ୍ରଥାମିକ ପର୍ଯ୍ୟାୟରେ ପୋଲିସ ଅର୍ଚ୍ଚନାର ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟାନ୍ୟ କିଛି କାଗଜପତ୍ରରୁ ଅନେକ ତଥ୍ୟ ହାସଲ କରିଥିଲା। ସେସବୁ ଇଡି ମାଗିଥିଲେ ବି ପୋଲିସ ଦେଇନଥିଲା । ପରେ କୋର୍ଟର ସାହାରାରେ ଅନୁମତି ନେଇ ଖଣ୍ଡଗିରି ଥାନାଠୁ ତଥ୍ୟ ସଂଗ୍ରହ କରିଛି ଇଡି। ଏବେ ପ୍ରଶ୍ନ ଉଠିଛି ପୋଲିସ ଦେଇଥିବା ତଥ୍ୟ ଇଡି ପାଇଁ ସହାୟକ ହେବ ନା ଇଡିର କାମରେ ଆସିବନି। କାରଣ କମିଶନରେଟ୍ ପୋଲିସ ଷଡ଼ଯନ୍ତ୍ର କରି ଅର୍ଚ୍ଚନାଙ୍କୁ ଗିରଫ କରିଥିବା ଅର୍ଚ୍ଚନା ଅଭିଯୋଗ ଆଣିଥିଲେ ।

ବଡ଼ ପ୍ରଶ୍ନ ଯେଉଁ ମୋବାଇଲ ଓ ଲ୍ୟାପଟପ୍ ଇଡି ଖୋଜୁଛି ସେଥିରେ ଥିବା ପ୍ରମାଣ ସୁରକ୍ଷିତ ଅଛି କି ନାହିଁ। କାରଣ ଯେଉଁ ପାଓ୍ବାରକରିଡର ଦୋହଲିଯିବାର ଅର୍ଚ୍ଚନା କହୁଛି‌ ସେହିମାନଙ୍କ ପ୍ରମାଣ ସେଥିରେ ଅଛି । ଯଦି ସେସବୁ ଏତେ ଭାଇଟାଲ ତେବେ ପୋଲିସ କାହିଁକି ଲୁଚାଇବାକୁ ଚାହୁଁଛି। ଅନ୍ୟପଟେ ଅର୍ଚ୍ଚନାର ଘରୁ ମିଳିଥିବା ତଥ୍ୟ ଯଦି ଇଡି ହାତରେ ଲାଗେ ତେବେ ଖୋଲିପାରେ ହାଇ ପ୍ରୋଫାଇଲ୍ ଲିଙ୍କ ।

ଯାହାକୁ ନିଶାନା କରିଛି ଇଡି । ଇଏ ସେହି ଏଭିଡେନସ ପୋଲିସ ଯାହାକୁ ରଖିଥିଲା ତାକୁ ନେଇ ସାମାନ୍ୟ ସନ୍ଦେହରେ ପଡ଼ିଛି ଇଡି । ଏବେ ସବୁଠୁ ବଡ଼ ପ୍ରଶ୍ନ ସେସବୁ ଏଭିଡେନସ ଅଛି ନା ଡିଲିଟ ହୋଇଛି । ଯାହାକୁ ଅର୍ଚ୍ଚନା ରଖିଥିଲେ ସାଇତି । କାରଣ ପାଓ୍ବାର କରିଡରକୁ ଯେଉଁ ଭୟ ଥିଲା ସେସବୁ ଟାମ୍ପରି ହୋଇନି ତ। କାରଣ ପୂର୍ବରୁ SFSLରୁ ଏକ ହାଇପ୍ରୋଫାଇଲ ମର୍ଡର କେସର ଫାଇଲ ଗାଏବ ହେବା ମଧ୍ୟ ନଜିର‌ ରହିଛି ।

ଗତ ଜୁଲାଇ ମାସରେ ଏନେଇ SFSLର ବାୟୋଲୋଜି ଡିପାର୍ଟମେଣ୍ଟ ପକ୍ଷରୁ ଏକ ମଞ୍ଚେଶ୍ବର ଥାନାରେ ରିପୋର୍ଟ ହୋଇଥିଲା । ଯେ ନୀଳଗିରି ଥାନାର ଏକ ମର୍ଡର କେସର ସାଇଣ୍ଟିଫିକ ଏଭିଡେନସର ଫାଇଲ କୁଆଡେ SFSLରୁ ଗାଏ ବ ହୋଇଛି। ଯଦି ସେହି ଘଟଣାର ଫାଇଲ ଗାଏବ ହୋଇପାରେ ଏବେ ଅର୍ଚ୍ଚନା ମାମଲାର କେସ ସବୁ ଅଛି ନା ଗାଏବ ହୋଇଯାଇଥିବା ତଥ୍ୟ । ଯାହାକି ଇଡି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ନା ବୁମେରା ହେବ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 10, 2022, 6:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.