ETV Bharat / state

ଭୁବନେଶ୍ୱର ଷ୍ଟେସନରେ ନୂଆ ବିଲ୍ଡିଂ କାର୍ଯ୍ୟ ଆରମ୍ଭ ପୂର୍ବରୁ ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ନୂଆ ରୂପରେ ଚମକିବ ଭୁବନେଶ୍ୱର ଷ୍ଟେସନର ନୂଆ ବିଲ୍ଡିଂ । କାର୍ଯ୍ୟ ଆରମ୍ଭ ପୂର୍ବରୁ କରାଗଲା ସମୀକ୍ଷା । ଅଧିକ ପଢ଼ନ୍ତୁ

ECOR GM visits Bhubaneswar railway station
ଭୁବନେଶ୍ୱର ଷ୍ଟେସନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ
author img

By

Published : Dec 22, 2022, 10:57 PM IST

ଭୁବନେଶ୍ୱର ଷ୍ଟେସନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନର ନୂଆ ବିଲ୍ଡିଂ କାର୍ଯ୍ୟ ଆରମ୍ଭ ପୂର୍ବରୁ ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ଭୁବନେଶ୍ୱର ରେଳ ଷ୍ଟେସନର ନିରୀକ୍ଷଣ କରିଛନ୍ତି । ଏହାସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି । ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ତଦାରଖ ଏବଂ ପ୍ରାଥମିକତା ତାଙ୍କ ଅଧୀନରେ ରହିଛି ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଆଜି ଭୁବନେଶ୍ୱର ରେଳ ଷ୍ଟେସନର ବିସ୍ତୃତ ଚଳପ୍ରଚଳ ସ୍ଥାନ, ଟିକେଟ ସଂରକ୍ଷଣ କେନ୍ଦ୍ର, ଷ୍ଟେସନ ଏବଂ ପ୍ଲାଟଫର୍ମରେ ଉପଲବ୍ଧ ବିଭିନ୍ନ ଯାତ୍ରୀ ସୁବିଧା ଗୁଡିକର ଯାଞ୍ଚ କରିଛନ୍ତି । ମହାପ୍ରବନ୍ଧକ ପ୍ରସ୍ତାବିତ ନୂତନ ଷ୍ଟେସନ୍ ବିଲ୍ଡିଂର ଡିଜାଇନର ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ବିଷୟରେ ପଚାରି ବୁଝିଛନ୍ତି ।

ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ଧ୍ୟାନ ଦେବାକୁ ମହାପ୍ରବନ୍ଧକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଯାତ୍ରୀମାନଙ୍କ ସୁବିଧା ପାଇଁ ଆବଶ୍ୟକ କରୁଥିବା ବିସ୍ତୃତ ଚଳପ୍ରଚଳ ସ୍ଥାନ, କନକୋର୍ସ, ପ୍ଲାଟଫର୍ମ, ଆଲୋକିକରଣ, ଯାତ୍ରୀ ପ୍ରତୀକ୍ଷା କକ୍ଷ, ଶୌଚଳାୟ, ଏସ୍କାଲେଟର, ଲିଫ୍ଟ ଇତ୍ଯାଦି ଗୁଡିକର ଉପଲବ୍ଧି ଉପରେ ପ୍ରାଥମିକତା ଦେବାକୁ ଅଧିକାରୀମାନଙ୍କୁ କହିଛନ୍ତି।

ଏହାଛଡ଼ା ଡିସେମ୍ବର 29 ତାରିଖରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନର କାର୍ଯ୍ୟ ନିରୀକ୍ଷଣ କରିବେ ବୋଲି କହିଛନ୍ତି । ଏହାସହ ଏହି କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ ସରିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.