ETV Bharat / state

ଗୁରୁବାର ପୂର୍ବ ଏବଂ ପୂର୍ବୋତ୍ତର କ୍ଷେତ୍ର ସଂଯୁକ୍ତ ଆଞ୍ଚଳିକ ରାଜଭାଷା ସମ୍ମିଳନୀ

author img

By

Published : Dec 7, 2022, 10:38 PM IST

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ରାଜଭାଷା ବିଭାଗର ସାମ୍ବାଦିକ ସମ୍ମିଳନୀ । ଆସନ୍ତାକାଲି (ଗୁରୁବାର) ଅନୁଷ୍ଠିତ ହେବ ପୂର୍ବ ଏବଂ ପୂର୍ବୋତ୍ତର କ୍ଷେତ୍ର ସଂଯୁକ୍ତ ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଏବଂ ପୁରସ୍କାର ବିତରଣ ଉତ୍ସବ । ଅଧିକ ପଢ଼ନ୍ତୁ

ଗୁରୁବାର ପୂର୍ବ ଏବଂ ପୂର୍ବୋତ୍ତର କ୍ଷେତ୍ର ସଂଯୁକ୍ତ ଆଞ୍ଚଳିକ ରାଜଭାଷା ସମ୍ମିଳନୀ
ଗୁରୁବାର ପୂର୍ବ ଏବଂ ପୂର୍ବୋତ୍ତର କ୍ଷେତ୍ର ସଂଯୁକ୍ତ ଆଞ୍ଚଳିକ ରାଜଭାଷା ସମ୍ମିଳନୀ

ଭୁବନେଶ୍ବର: ଗୁରୁବାର ଅନୁଷ୍ଠିତ ହେବ ପୂର୍ବ ଏବଂ ପୂର୍ବୋତ୍ତର କ୍ଷେତ୍ର ସଂଯୁକ୍ତ ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଏବଂ ପୁରସ୍କାର ବିତରଣ ଉତ୍ସବ । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ରାଜଭାଷା ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ।

ଏହି କାର୍ଯ୍ୟକ୍ରମର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ରହିଛି । ହିନ୍ଦୀ ଭାଷା ପ୍ରଚାର ପ୍ରସାର ପାଇଁ ପୂର୍ବ ଏବଂ ପୂର୍ବୋତ୍ତର ଅଞ୍ଚଳର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗକୁ ପୁରସ୍କୃତ କରିବା ସହିତ ରାଷ୍ଟ୍ରଭାଷା ହିନ୍ଦୀକୁ ଅଧିକ ଗ୍ରହଣ କରିବାକୁ ଉତ୍ସାହିତ କରିବା ହେଉଛି ଏହି କାର୍ଯ୍ୟକ୍ରମ ଆୟୋଜନର ପ୍ରଥମ ଲକ୍ଷ୍ୟ । ଦ୍ଵିତୀୟ ଲକ୍ଷ୍ୟ ହେଉଛି ସମ୍ବିଧାନ ଦ୍ବାରା ନିର୍ଦ୍ଧାରିତ ଦାୟିତ୍ବ ନିର୍ବାହନ । ଆଗରୁ ସରକାରୀ କାର୍ଯ୍ୟ ସୁଚାରୁ ରୂପେ ଚଳାଇବା ପାଇଁ ସମ୍ବିଧାନ ପ୍ରଣେତାମାନେ ହିନ୍ଦୀକୁ ସରକାରୀ ଭାଷା ଭାବରେ ଗ୍ରହଣ କରିଥିଲେ । ଏହା କିପରି ବଜାୟ ରହିବ ଓ ରାଷ୍ଟ୍ରୀୟ ଭାଷାର ପ୍ରଚାର ପ୍ରସାର ହୋଇପାରିବ ତାହା ଏହାର ଲକ୍ଷ ବୋଲି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମିନାକ୍ଷୀ ଯୌଲି ଯୋଶୀ କହିଛନ୍ତି । ତେବେ ଆସନ୍ତାକାଲି (ଗୁରୁବାର) ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଅଧ୍ୟକ୍ଷତା କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.