ETV Bharat / state

ବ୍ୟାଚେଲର‌ ପାର୍ଟିରେ 2 ଯୁବତୀଙ୍କୁ ଅସଦାଚରଣ ! ୧୦ ଗିରଫ

author img

By

Published : Jun 13, 2023, 10:34 PM IST

ବାରରେ ଯୁବତୀଙ୍କୁ ଅସଦାଚରଣ କରିଥିଲେ ନିଶାଶକ୍ତ ଯୁବକ। ଯାହାକୁ ନେଇ ଦୁଇ ଗୋଷ୍ଠୀ ଭିତରେ ହେଲା ହଙ୍ଗାମା ଦେଖିବାକୁ ମିଳିଥିଲା। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ୧୦ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।

2 ଯୁବତୀଙ୍କୁ ଅସଦାଚରଣ ଘଟଣାରେ 10 ଗିରଫ
2 ଯୁବତୀଙ୍କୁ ଅସଦାଚରଣ ଘଟଣାରେ 10 ଗିରଫ
2 ଯୁବତୀଙ୍କୁ ଅସଦାଚରଣ ଘଟଣାରେ 10 ଗିରଫ

ଭୁବନେଶ୍ବର: ଯୁବତୀଙ୍କୁ ଅସଦାଚରଣ କରି 10ଜଣ ଯୁବକ ଗିରଫ ହୋଇଛନ୍ତି । ରାଜଧାନୀ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ନିକଟରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ୧୧ତାରିଖ ରାତି ୯ଟା ସମୟରେ ବ୍ୟାଚେଲର‌ ପାର୍ଟି ମନାଇବାକୁ ବାରକୁ ଆସିଥିଲେ ଦୁଇ ଜଣ ଯୁବତୀ। ବାରରେ ଟୋକନ୍ କାଟି ମ୍ୟୁଜିକରେ ମସଗୁଲ ହୋଇ କରୁଥିଲେ ସେଲିବ୍ରେସନ । ଯୁବତୀଙ୍କ ବେଶ ଭୂଷା ଓ ଡ୍ୟାନସ ଦେଖି ପାଖରେ ନିଶାରେ ଚୁର୍ ଥିବା ଯୁବକ ହୋଇଥିଲେ ମାତାଲ। ନିଶାଶକ୍ତ ଅବସ୍ଥାରେ ଦୁଇ ଯୁବତୀଙ୍କୁ ଡ୍ୟାନ୍ସ ପାଇଁ ଟଣାଓଟରା କରୁଥିବାବେଳେ ଏହାର ବିରୋଧ କରିଥିଲେ ଯୁବତୀ ।

ନିଶାରେ ମାତାଲ ହୋଇ ଯୁବକ ଜଣକ ହାତରେ ସ୍ପ୍ରାକଲ ବାଣ ଆଣି ଯୁବତୀଙ୍କ ଅଣ୍ଟାରେ ଲଗାଇ ଡ୍ୟାନ୍ସ କରିଥିଲେ । ଏନେଇ ବାର୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କିଛି ଲାଭ ମିଳିନଥିଲା। ଶେଷରେ ଯୁବତୀ ଦୁଇ ଜଣ ନିଜର‌ ପୁରୁଷବନ୍ଧୁଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ତାପରେ ଆରମ୍ଭ ହୋଇଥିଲା ହଙ୍ଗାମା। ଅସଦାଚରଣ କରିଥିବା ଯୁବକଙ୍କ ସହ ଗଣ୍ଡଗୋଳ ସମୟରେ ହାତାହାତି‌ ହୋଇଥିଲେ ଦୁଇ ଗୋଷ୍ଠୀ। ଶେଷରେ ଯୁବତୀଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଅସଦାଚରଣ କରିଥିବା ଯୁବକଙ୍କ ସହ ମିଶି ଯାଇଥିଲେ ବାରର କର୍ମଚାରୀ। ଫଳରେ ବାରରେ ପରିସ୍ଥିତି ଅଧିକ ବିଗିଡି ଯାଇଥିଲା। ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ନିଶାଶକ୍ତ ଯୁବକ ଓ ବାର୍ କର୍ମଚାରୀ। ଯାହାକୁ ନେଇ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ।

ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ଅସଦାଚରଣ କରିଥିବା ଯୁବକଙ୍କ ସମେତ ବାର ମ୍ୟାନେଜର ,କର୍ମଚାରୀ ଏବଂ ବାଉନସରଙ୍କୁ ପୋଲିସ ଗିରଫ କରିଛି । ଏନେଇ ଚନ୍ଦ୍ରଶେଖରପୁର ଥାନାଧିକରି କହିଛନ୍ତି ଗତ ୧୧ତାରିଖ ରାତି ୯ଟା ସମୟରେ ଏକ ବାରରେ ଦୁଇ ଗୋଷ୍ଠୀ ଆକ୍ରମଣ ନେଇ ଏକ କେସ ହୋଇଥିଲା। ‌ ତେବେ ବାର୍ କର୍ତ୍ତୃପକ୍ଷ ପୋଲିସକୁ ନଡାକି ବିଶୃଙ୍ଖଳା ସୃଷ୍ଟି କରିବା ତଥା ଆଇନକୁ ହାତକୁ ନେବା ସେମାନଙ୍କୁ ଭାରି ପଡ଼ିଛି । ଘଟଣାରେ ପୋଲିସ ୧୦ଜଣଙ୍କୁ ଗିରଫ କରିଥିବାବେଳେ ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ‌ ବୋଲି ଚନ୍ଦ୍ରଶେଖରପୁର ଥାନା ଆଇଆଇସି ପ୍ରକାଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି। ତେବେ କିଛି ଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳର କେତେକ ବାରରେ ସେଫ୍ ସିଟି ଡ୍ରାଇଭ୍ କରିଥିଲା ପୋଲିସ। ଏଭଳି ଘଟଣା ପରେ ବାରରେ ଘଟୁଥିବା ଅପରାଧ ରୋକିବାକୁ ଆଗକୁ କମିଶନରେଟ ପୋଲିସର ଏହି ଅଭିଯାନ ଆହୁରି କଡ଼ାକଡି କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.