ETV Bharat / state

ଔଷଧ ନୁହେଁ, ଅନେକ ରୋଗର ନିରାକରଣ ହେଉଛି ମାଣ୍ଡିଆ: ମିଲେଟ୍ ମ୍ୟାନ - ମାଣ୍ଡିଆର ଉପକାରିତା

ଭୁବନେଶ୍ବରରେ ମିଲେଟ୍ ମ୍ୟାନ ଖାଦର ଭାଲ୍ଲୀ । ଆମେରିକାରେ ଚାକିରି ଛାଡି ମାଣ୍ଡିଆ ପ୍ରଚାର ପ୍ରସାରରେ ଜୀବନ ବିତାଉଥିବା ଏହି ବ୍ୟକ୍ତି ମାଣ୍ଡିଆର ଉପକାରିତା ବିଷୟରେ ବୁଝାଇଛନ୍ତି । ଅଧିକ ପଢ଼ନ୍ତୁ

ଔଷଧ ନୁହେଁ, ଅନେକ ରୋଗର ନିରାକରଣ ହେଉଛି ମାଣ୍ଡିଆ: ମିଲେଟ୍ ମ୍ୟାନ

author img

By

Published : Dec 11, 2022, 7:38 PM IST

ଔଷଧ ନୁହେଁ, ଅନେକ ରୋଗର ନିରାକରଣ ହେଉଛି ମାଣ୍ଡିଆ: ମିଲେଟ୍ ମ୍ୟାନ

ଭୁବନେଶ୍ବର: ମାଣ୍ଡିଆ ବର୍ତ୍ତମାନ ସମୟରେ ଗରିବ ଲୋକଙ୍କ ଖାଦ୍ୟ ହୋଇ ରହିନାହିଁ । ଏହାକୁ ଏବେ ଧନୀ ଶ୍ରେଣୀର ଲୋକ ପ୍ରମୁଖ ଖାଦ୍ୟ ଭାବରେ ଗ୍ରହଣ କରୁଛନ୍ତି । ତେବେ ଆମେରିକାରେ ଚାକିରି ଛାଡି ମାଣ୍ଡିଆ ପାଇଁ ଜୀବନ ବିତାଉଥିବା ଡାକ୍ତର ହେଉଛନ୍ତି ଖାଦର ଭାଲ୍ଲୀ । ତାଙ୍କୁ ଭାରତର ମିଲେଟ୍ ମ୍ୟାନର ଆଖ୍ୟା ମଧ୍ୟ ଦିଆଯାଇଛି । ସେ ଖାଦ୍ୟଶସ୍ୟର ଉପକାରିତା ବଖାଣିବା ସହ ମାଣ୍ଡିଆର ଉପକାରିତା ବୁଝାଇଛନ୍ତି ।

ମାଣ୍ଡିଆର ପ୍ରଚାର ପ୍ରସାର କରି ବନିଗଲେ ମିଲେଟ୍ ମ୍ୟାନ୍ । ଡାକ୍ତର ଖାଦର ଭାଲ୍ଲୀ ଭାତ କିମ୍ବା ରୁଟି ଖାଆନ୍ତି ନାହିଁ । ତାଙ୍କ କହିବା ଅନୁସାରେ ମାଣ୍ଡିଆ ଖାଇବା ଦ୍ବାରା ଡାଇବେଟିସ୍‌ଠାରୁ ଆରମ୍ଭ କରି କ୍ୟାନସର ଭଳି ବଡ଼ ବଡ଼ ରୋଗ ଭଲ ହୋଇପାରିବ । ମାଣ୍ଡିଆ ଖାଉଥିବାରୁ ୨୫ ବର୍ଷ ହେବ ତାଙ୍କୁ କୌଣସି ରୋଗ ହୋଇନାହିଁ । ତାଙ୍କ ପାଖକୁ କୌଣସି ରୋଗୀ ଆସିଲେ ସେ ତାଙ୍କ ମେଡିସନ୍ ବଦଳରେ ମାଣ୍ଡିଆ ଖାଇବାକୁ ପରାମର୍ଶ ଦେଇଥାନ୍ତି । ସେ ମଧ୍ୟ କହିଛନ୍ତି ଯେ, ସୁସ୍ଥ ଜୀବନଯାପନ କରିବା ପାଇଁ ଚିନ୍ତା କରିବା ସହ ଏହା ଉପରେ କାମ ମଧ୍ୟ କରୁଛନ୍ତି । ସେଥିପାଇଁ ବିଭିନ୍ନ ସ୍ଥାନରେ ଯାଇ ମାଣ୍ଡିଆ ଖାଇବାକୁ ପରାମର୍ଶ ଦେଉଛନ୍ତି । ହେଲେ ଅନେକ ଲୋକ ଏହାକୁ ଗୁରୁତ୍ଵ ଦେଉଥିବା ବେଳେ ଅନେକ ମଧ୍ୟ ଏହାକୁ ନବୁଝି ବିଭିନ୍ନ କଥା କହୁଥିବା କହିଛନ୍ତି ମିଲେଟ ମ୍ୟାନ ଖାଦର ଭାଲ୍ଲୀ । ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାଣ୍ଡିଆରେ ପ୍ରସ୍ତୁତ ଲଡ଼ୁ, କେକ୍, ଆରିସା ପିଠା, ବରା, ଆଳୁଚପ, ସିଙ୍ଗଡ଼ା, ଗୁପଚୁପ, ଖିରି ଭଳି ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଯୋଗଦେଇ ପ୍ରତିକ୍ରିୟା ରଖିଛନ୍ତି ମିଲେଟ୍ ମ୍ୟାନ ଖାଦର ଭାଲ୍ଲୀ ।

ଓଡ଼ିଶାରେ ଦିନକୁ ଦିନ ବଢୁଛି ମାଣ୍ଡିଆର ଚାହିଦା । କୃଷି ବିଭାଗ ଦ୍ବାରା ରାଜ୍ୟର ୧୯ଟି ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହୋଇଛି । ଏହା ଚାଷୀଙ୍କ ଚାଷଜମି ଓ ଲୋକଙ୍କ ଦୈନିକ ଆହାରରେ ମିଲେଟ୍‍କୁ ପୁର୍ନଜୀବିତ କରି ଅନେକ ଚାଷୀଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଛି । ଏହି ମିଲେଟ୍‍ ମିଶନ୍‍ ମାଧ୍ୟମରେ ଗ୍ରାମୀଣ ତଥା ସହରାଞ୍ଚଳର ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି । କେବଳ ସେତିକି ନୁହେଁ, ମାଣ୍ଡିଆର ବ୍ୟବହାର ବଢ଼ାଇବା ପାଇଁ କୃଷି ବିଭାଗ ଅଧୀନରେ ଓଡ଼ିଶା ମିଲେଟ୍‍ ମିଶନ୍‍ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ସହର ତଥା ଗ୍ରାମାଞ୍ଚଳର ମିଲେଟ୍‌ ଜାତୀୟ ଖାଦ୍ୟ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ମିଶନ୍‍ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାୟିତ୍ବ ଦିଆଯାଇଛି । ଯାହାକି ଦେଶରେ ପ୍ରଥମ । ମିଲେଟ୍‍ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍‍ ମିଶନ୍‍ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ବୋଲି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.