ETV Bharat / state

ମୁଖ୍ୟ ଶାସନ ସଚିବଙ୍କ ଡିଏମଏଫ ସମୀକ୍ଷା, ବାର୍ଷିକ ପ୍ରଗତିଶୀଳ ଯୋଜନା ଉପରେ ଗୁରୁତ୍ୱ

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମଏଫ) କାର୍ଯ୍ୟକାରିତାକୁ ନେଇ ମୁଖ୍ୟ ଶାସନ ସଚିବ ଏକ ସମୀକ୍ଷା ବୈଠକ କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 23, 2023, 11:22 AM IST

ଡିଏମଏଫ ଟ୍ରଷ୍ଟ ବୋର୍ଡ ବୈଠକ
ଡିଏମଏଫ ତରଫରୁ ବାର୍ଷିକ ପ୍ରଗତିଶୀଳ ଯୋଜନା ଉପରେ ଗୁରୁତ୍ୱ

ଭୁବନେଶ୍ବର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ବା ଡିଏମଏଫର କାର୍ଯ୍ୟକାରିତା ସଂପର୍କରେ ତଦାରଖ ଓ ସମୀକ୍ଷା ବୈଠକ ହୋଇଛି । ରାଜ୍ୟସ୍ତରୀୟ କମିଟି ଦ୍ୱାରା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଡିଏମଏଫ ଟ୍ରଷ୍ଟ ବୋର୍ଡ ବୈଠକ କରାଯାଇ ପାଣ୍ଠି ଅନୁଦାନ ବୃଦ୍ଧି କରିବା ସଂପର୍କରେ ଆଲୋଚନା ହୋଇଛି । ସାମାଜିକ ଓ ଜୀବିକାର୍ଜନ କ୍ଷେତ୍ର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ସେହିପରି ଡିଏମଏଫ ତରଫରୁ ବାର୍ଷିକ ପ୍ରଗତିଶୀଳ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି । ସଂପୃକ୍ତ ବିଭାଗମାନେ ଜିଲ୍ଲାକୁ ଅଧିକରୁ ଅଧିକ ପ୍ରକଳ୍ପ ଦିଅନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୫ରୁ ଗତ ମାସ ଜୁଲାଇ ୩୧ ତାରିଖ ସୁଦ୍ଧା ବିଭିନ୍ନ ଜିଲ୍ଲା ପାଇଁ କୋଇଲା ଏବଂ ଲିଗ୍ନାଇଟ ଅନ୍ୟ ପ୍ରମୁଖ ଖଣି ଏବଂ ଲଘୁ ଖଣିଜ ପଦାର୍ଥ ଉତ୍ସରୁ ମୋଟ ୨୩,୪୯୫.୫୧ କୋଟି ଟଙ୍କା ସଂଗୃହିତ ହୋଇଛି । ସେଥିମଧ୍ୟରୁ ୨୩,୩୬୪.୯୬ କୋଟି ଅନୁଦାନ ଦିଆଯାଇଛି । ସେଥିରୁ ୧୩,୬୭୩.୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଖଣିଜ ସଂପଦ ଥିବା ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମୟୂରଭଞ୍ଜ ଓ ରାୟଗଡ଼ା ଆଦି ୮ଟି ଜିଲ୍ଲାକୁ ୨୩୭୯୫ଟି ପ୍ରକଳ୍ପ ବାବଦରେ ୨୩ ହାଜର ୧୫୧ କୋଟି ୯୮ ଲକ୍ଷ ଟଙ୍କା ଦିଆଯାଇଛି । ସେଥିରୁ ୧୩ ହଜାର ୫୩୬ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ମୋଟ ଅନୁଦାନର ୫୮.୪୭ ପ୍ରତିଶତ ହୋଇଥିବା ଜଣାପଡିଛି ।

ବୈଠକରେ ଅନୁଦାନ ଅନୁସାରେ ପ୍ରସ୍ତାବିତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ କରିବାକୁ ଗୁରୁତ୍ୱ ଦିଆଯାଇଛି । ଖର୍ଚ୍ଚ ହୋଇଥିବା ପ୍ରମୁଖ କ୍ଷେତ୍ର ମଧ୍ୟରେ ରହିଛି ରାସ୍ତା, ସେତୁ ଓ କୋଠା ଭଳି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ରାସ୍ତା ସଂଯୋଗୀକରଣ, ଜୀବିକା ନିର୍ବାହ କାର୍ଯ୍ୟକ୍ରମ, ଜଳସେଚନ, ମହିଳା, ଶିଶୁ, ବୟସ୍କ ଓ ଭିନ୍ନକ୍ଷମଙ୍କ କଲ୍ୟାଣ, ଶକ୍ତି, ଜଳଛାୟା ପ୍ରକଳ୍ପ, ଜଳସେଚନ, ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ, ପରିମଳ, ବନୀକରଣ ଓ ଗୃହ ନିର୍ମାଣ । ବିଭାଗସ୍ତରୀୟ ଅନୁଦାନ ପ୍ରଦାନ, ଖର୍ଚ୍ଚ ଓ ବକେୟା ଥିବା ପାଣ୍ଠି ମଞ୍ଜୁର ବାବଦରେ ବୈଠକରେ ସମୀକ୍ଷା କରାଯାଇଛି ।

ଡିଏମଏଫ ପାଣ୍ଠିରେ ଅଦ୍ୟାବଧି ଓ ନଳକୂପ ଆଦି ବ୍ୟବସ୍ଥାରେ ୫୨୪୪ ଟି ପାଇପ ଯୋଗେ ପାନୀୟ ଜଳ ପ୍ରକଳ୍ପ କରାଯାଇଛି । ଏହା ଦ୍ୱାରା ୪୦ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହୋଇଛନ୍ତି । ଏଥିପାଇଁ ୩୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୩୧ କୋଟି ଟଙ୍କା ବିନିମୟରେ ଆରଓ ପ୍ଲାଣ୍ଟ, ଜଳ ବିଶୋଧନ ଯୋଜନା, ପମ୍ପିଂ ୟୁନିଟ ସ୍ଥାପନ ଦ୍ୱାରା ୩, ୨୯, ୩୧୯ ଲୋକ ଉପକୃତି ହେଉଛନ୍ତି । ସେହିପରି ଶିକ୍ଷା କ୍ଷେତ୍ରରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଆବାସିକ ଛାତ୍ରାବାସ, ଖେଳପଡ଼ିଆ ଉନ୍ନତିକରଣ, ୫-ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ ଆଦିରେ ଖର୍ଚ୍ଚ କରାଯାଇଛି ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଖାନା ନିର୍ମାଣ, ଉନ୍ନତିକରଣ, ମୋ ଗୃହ ନିର୍ମାଣ ସଂପର୍କିତ ଖର୍ଚ୍ଚ ସଂପର୍କରେ ସମୀକ୍ଷା କରାଯାଇଛି । ଡିଏମଏଫ ପାଣ୍ଠିରେ ୪୦୦ ରାସ୍ତା ପ୍ରକଳ୍ପ ଓ ୧୫୩ଟି ସେତୁ ନିର୍ମାଣ କରାଯାଇଛି । ଜୀବିକା ନିର୍ବାହ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏହି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଭିନ୍ନକ୍ଷମ ହିତାଧିକାରୀଙ୍କୁ ସହାୟତା ଉପକରଣ ପ୍ରଦାନ ବାବଦରେ ୬୬ଟି ପ୍ରକଳ୍ପ ଜରିଆରେ ୯୯୪୯ ଜଣ ଉପକୃତ ହୋଇଛନ୍ତି । ୧୮୨୨ ଟି ବର୍ଷାଜଳ ଅମଳ ପ୍ରକଳ୍ପ, ୯୪ ଟି ଆଡ଼ିବନ୍ଧ ନିର୍ମାଣ କରାଯାଇଛି । ଡିଏମଏଫରୁ କାର୍ଯ୍ୟ ପରିଚାଳନା ପାଇଁ ଷ୍ଟେଟ ଡାଟା ସେଣ୍ଟରରେ ଆପ୍ଲିକେସନ ଉପଲବ୍ଧ ​‌ହୋଇଛି । ପ୍ରତ୍ୟେକ ଜିଲ୍ଲାରେ ସଂପୃକ୍ତ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଡିଏମଏଫ ପୋର୍ଟାଲକୁ ଏଚଆରଏମଏସ, ଆଇଥ୍ରୀଏମଏସ, ଓ ଓ୍ୱାମିସ ଆପ୍ଲିକେସନ ସହ ସମନ୍ୱିତ କରାଯାଇଛି ।

ଡିଏମଏଫ ପାଣ୍ଠି ଦ୍ୱାରା ଯେପରି ଖଣିଜ ଅଞ୍ଚଳର ଲୋକେ ଅଧିକ ଉପକୃତ ହେବେ ମୁଖ୍ୟ ଶାସନ ସଚିବ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି । ପାନୀୟ ଜଳ, ଅଙ୍ଗନୱାଡି କେନ୍ଦ୍ର, ଜୀବିକାର୍ଜନ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆଦିଗୁଡ଼ିକ ଉପରେ ଗୁରୁତ୍ୱ ସେ ଦେଇଛନ୍ତି । ଡିଏମଏଫ ପାଣ୍ଠିରେ ସମ୍ପୃକ୍ତ ଅଞ୍ଚଳର ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ପଞ୍ଚାୟତ ସଡ଼କଗୁଡିକୁ ଭଲ ଭାବରେ କରାଯାଇପାରିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଫସଲ ଅମଳ ପରବର୍ତ୍ତୀ ସଂରକ୍ଷଣ ଏବଂ ମା ଗୃହ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି । ପାଣ୍ଠି ପ୍ରଦାନ ଓ ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ଓ ପ୍ରକଳ୍ପ ପରିଚାଳନା ତଥ୍ୟକୁ ସଠିକ ରଖି ଯୋଜନା ଅନୁମୋଦନ ମୁତାବକ କାର୍ଯ୍ୟକରି ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଜଳସେଚନ ଉତ୍ସର ସୁବିଧା ନିଆଯାଇ ଉକ୍ତ ଅଞ୍ଚଳର ଜଳସେଚନ ସୁବିଧା ପ୍ରକଳ୍ପକୁ ଗୁରୁତ୍ୱ ଦେଇଛନ୍ତି । ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦିରେ ପ୍ରମୁଖ ଡିଏମଏଫ ଜିଲ୍ଲାଗୁଡିକୁ ଓଏଏସ ଏବଂ ଓଡ଼ିଶା ଅର୍ଥ ସେବା ବା ଓଟିଏସରୁ ଅଧିକାରୀମାନେ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି । ସମ୍ପୃକ୍ତ ସଚିବ ଓ ଜିଲ୍ଲାପାଳମାନଙ୍କ ଉପସ୍ଥିତିରେ ଆଗାମୀ ସେପ୍ଟେମ୍ବର ୨ୟ ସପ୍ତାହରେ ଡିଏମଏଫ ଏବଂ ଓମ୍ବାଡସି ଅଞ୍ଚଳର ବିକାଶ ପାଇଁ ବ୍ୟାପକ ଯୋଜନା ସମ୍ପର୍କରେ ସ୍ୱତନ୍ତ୍ର ବୈଠକରେ ଆଲୋଚନା କରିବାକୁ କହିଛନ୍ତି । ଜିଲ୍ଲାଗୁଡ଼ିକର ଡିଏମଏଫ ପାଣ୍ଠି ଉପଯୋଗର ଅଡିଟ ରିପୋର୍ଟ ଓ ବାର୍ଷିକ ରିପୋର୍ଟ ପ୍ରଦାନ ପାଇଁ ଗୁରୁତ୍ୱ ଦିଆଯାଇଛି ।

ଏହା ବି ପଢନ୍ତୁ...ସିଏସଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ: ସ୍ୱତନ୍ତ୍ର ସହାୟତା ଅର୍ଥ ଖର୍ଚ୍ଚ ଉପରେ ଗୁରୁତ୍ୱ

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମସ୍ତ ୩୦ଟି ଜିଲ୍ଲାରେ ଗଠନ କରାଯାଇଛି । ପ୍ରତି ଜିଲ୍ଲାପାଇଁ ରାଜସ୍ୱ ଆୟୁକ୍ତ କିମ୍ବା ଜିଲ୍ଲାପାଳମାନେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବୋର୍ଡ ଅଫ ଟ୍ରଷ୍ଟିର ଅଧ୍ୟକ୍ଷ ରହିଛନ୍ତି । ଜିଲ୍ଲା ସ୍ତରରେ ବୋର୍ଡର ଏକ କାର୍ଯ୍ୟନିର୍ବାହୀ କମିଟି ରହିଛି । ସେହିପରି ଓଡ଼ିଶା ଖଣିଜ ପ୍ରତିଷ୍ଠାନ ନିୟମ-୨୦୧୫ ଅନୁଯାୟୀ ରାଜ୍ୟସ୍ତରୀୟ କମିଟି ରହିଛି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସମୀକ୍ଷା ଓ ଡିଏମଏଫ ନିୟମ-୨୦୧୫ ଅନୁଯାୟୀ କାର୍ଯ୍ୟ ସଂପର୍କିତ ବିବରଣୀ ଆବଶ୍ୟକ ନିର୍ଦ୍ଦେଶନାମା ଓ ପରାମର୍ଶ ଦେବା ଜିଲ୍ଲାସ୍ତରୀୟ କମିଟିର କ୍ଷମତା ରହିଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକସଂପର୍କ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନରଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.