ETV Bharat / state

ଖୋର୍ଦ୍ଧାରେ କୋରୋନା ଆତଙ୍କ: ଜିଲ୍ଲାପାଳ ଓ ଏସପିଙ୍କ ସ୍ଥିତି ଅନୁଧ୍ୟାନ - ଖୋର୍ଦ୍ଧାରେ କୋରୋନା ଅପଡେଟ

ବୁଧବାର ଖୋର୍ଦ୍ଧା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଜିଲ୍ଲା ସ୍ଥିତି ଅନୁଧ୍ୟାନ କରିଛନ୍ତି । ନିୟମ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ କୋରୋନା ଆତଙ୍କ: ଜିଲ୍ଲାପାଳ ଓ ଏସପିଙ୍କ ସ୍ଥିତି ଅନୁଧ୍ୟାନ

author img

By

Published : Apr 8, 2020, 8:36 PM IST

ଖୋର୍ଦ୍ଧା: ମହାମାରୀ କୋଭିଡ୍-୧୯ ଭୂତାଣୁକୁ ନେଇ ସାରା ବିଶ୍ବ ଆତଙ୍କିତ । ଏଭଳି ପରିସ୍ଥିତିରେ ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଉଦ୍ୟମ ଜାରି ରଖିଛନ୍ତି । ଏହାସହିତ ସମାଜରେ ତୃଣମୂଳସ୍ତରରେ ଲୋକେ ଯେଭଳି କମ କ୍ଷତିଗ୍ରସ୍ତ ହେବେ ସେଥିପ୍ରତି ବିଶେଷ ଦୃଷ୍ଟି ରଖିଛନ୍ତି ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ଲକ ଅଧିକାରୀ, ପଞ୍ଚାୟତସ୍ତରୀୟ ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ସ୍ଥିତି ଅନୁଧ୍ୟାନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଓ ଜିଲା ଆରକ୍ଷୀ ଅଧୀକ୍ଷକ ଅଜେୟ ପ୍ରତାପ ସ୍ଵାଇଁ ମିଳିତ ଭାବେ ବେଗୁନିଆ ବୋଲଗଡ ଅଞ୍ଚଳର ବିଭିନ୍ନ କ୍ବାରେଣ୍ଟାଇନ କେନ୍ଦ୍ର ଅନୁଧ୍ୟାନ କରିଛନ୍ତି । ଏହାସହ ଅରଖପଲ୍ଳୀ ମାଣିକଗୋଡା ଗ୍ରାମ ବୁଲି ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରିଥିବା ଜଣାପଡିଛି ।

ବିନା କାରଣରେ ଯଦି କୌଣସି ବ୍ୟକ୍ତି ଲକଡାଉନ ନିୟମ ଖିଲାପ କରେ ଓ ସାମାଜିକ ଦୂରତାକୁ ଅବଲମ୍ବନ ନକରେ ତେବେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଯଦି କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ସନ୍ଦେହ ହୁଏ ତେବେ ତାଙ୍କୁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଆଶୁ ଚିକିତ୍ସା କରିବାକୁ ଅଫିସରଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.