ETV Bharat / state

ପ୍ରେମ ପ୍ରତାରଣାରେ ଜଳୁଥିଲେ ଆଜେକ୍ସ, ସାମ୍ନାକୁ ଆସିଲା ମୃତ୍ୟୁ ପୁର୍ବର ଶେଷ ଅଡିଓ

ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁ ପଛରେ ବ୍ରେକଅପ । ସାମ୍ନାକୁ ଆସିଲେ ମୃତ୍ୟୁ ପୂର୍ବର ମେସେଜ ଓ ଭଏସ ନୋଟ । ଅଧିକ ପଢ଼ନ୍ତୁ

dj azex death case
ଡିଜେ ଆଜେକ୍ସ ମୃତ୍ୟୁ ଘଟଣା
author img

By

Published : Mar 22, 2023, 7:30 PM IST

Updated : Mar 22, 2023, 8:45 PM IST

ପ୍ରେମ ପ୍ରତାରଣାରେ ଜଳୁଥିଲେ ଆଜେକ୍ସ
ସାମ୍ନାକୁ ଆସିଲା ଆଜେକ୍ସଙ୍କ ମୃତ୍ୟୁ ପୂର୍ବର ଶେଷ ଭଏସ ନୋଟ

ଭୁବନେଶ୍ବର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ନେଇ ଦିନକୁ ଦିନ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ଭିତରେ ସାମ୍ନାକୁ ଆସିଛି ମୃତ୍ୟୁ ପୂର୍ବରୁ ଆଜେକ୍ସ ତାଙ୍କ ବାନ୍ଧବୀଙ୍କୁ ପଠାଇଥିବା ସିଡ୍ୟୁଲ ମେଲ ଏବଂ କିଛି ଭଏସ ନୋଟ । ଯେଉଁ ପ୍ରେମରେ ବିଚ୍ଛେଦ ଯୋଗୁଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି । ବାନ୍ଧବୀଙ୍କ ଆଉ ଜଣେ ପୁରୁଷ ସହ ଥିବା ସମ୍ପର୍କକୁ ସହି ପାରିନଥିଲେ ଆଜେକ୍ସ । ତେଣୁ ସେ ନିଜ ଜୀବନ ହାରିଥିବା ସ୍ବୀକାର କରିଛନ୍ତି ।

ମୃତ୍ୟୁର ପୂର୍ବଦିନ ବାନ୍ଧବୀଙ୍କ ଘର ବାହାରେ ଯାଇ ଅପେକ୍ଷା କରିଥିଲେ ଆଜେକ୍ସ । ଏପରିକି ବାନ୍ଧବୀ ଆଉ ଜଣେ ପୁରୁଷ ବନ୍ଧୁଙ୍କ ସହ ବାହାରକୁ ବୁଲି ଯିବାର ଫଟୋ ମଧ୍ୟ ଉଠାଇଥିଲେ। ବାନ୍ଧବୀଙ୍କ ସହ ବିତାଇଥିବା ସମୟକୁ ସେ ଭୁଲିପାରୁନଥିଲେ । ଯାହାକୁ ନେଇ ଶୋଇପାରୁ ନଥିଲେ ଏବଂ ପିଲ୍ସ ନେଉଥିବା ମଧ୍ୟ ସ୍ବୀକାର କରିଛନ୍ତି । ମୃତ୍ୟୁ ପୂର୍ବରୁ ଏକ କଳାରଙ୍ଗର ସାର୍ଟ ପିନ୍ଧି ସେଲଫି ନେଇଥିଲେ ଆଜେକ୍ସ। ଏହାପରେ ମନର କଥା କହି ନିଜ ଜୀବନ ହାରିଥିଲେ । ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କୁ ପଠାଇଥିବା ଏହି ସେଡ୍ୟୁଲ ମେଲ ଓ ଅଡିଓ କ୍ଲିପ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଅଡିଓ କ୍ଲିପ ଏବଂ ମେଲ ଆଧାରରେ ମଧ୍ୟ ପୋଲିସ ଘଟଣାର ତଦନ୍ତ କରୁଛି ।

ଏନେଇ ପରିବାର‌ ଲୋକେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଜେକ୍ସଙ୍କ ପିତା କହିଛନ୍ତି, "ବାନ୍ଧବୀ ଦେଇଥିବା ପ୍ରତାରଣାକୁ ଆଜେକ୍ସ ସହିପାରିନଥିଲେ । ଯୁବପିଢିଙ୍କୁ ନଚାଉଥିବା ପିଲା ଆଜି ଏଭଳି ପଦକ୍ଷେପ ନେବ, ତାହା ସହଜରେ ଗ୍ରହଣ କରିହେଉନାହିଁ । ଉକ୍ତ ଯୁବତୀ ଜଣକ ଅନେକ ସମୟରେ ପୁଅକୁ ବ୍ଲାକମେଲ କରି ଟଙ୍କା ମାଗେ । ତେଣୁ ପୋଲିସ ସବୁ ଦିଗରୁ ତଦନ୍ତ କଲେ ସତ ସାମ୍ନାକୁ ଆସିବ ।" ଉଭୟଙ୍କ ମୋବାଇଲ କଲ ଟ୍ରାକିଂ କରିବାକୁ ଆଜେକ୍ସଙ୍କ ପିତା ଦାବି କରିଛନ୍ତି । ଅନ୍ୟପଟେ ଏହି ଘଟଣାରେ ପୋଲିସ ଆଜେକ୍ସଙ୍କ ବାନ୍ଧବୀଙ୍କୁ ୩ଘଣ୍ଟା ଧରି ପଚରାଉଚରା କରିଛି। ଆଜେକ୍ସଙ୍କ ଅନ୍ୟ ଜଣେ ଝିଅ ସହ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ ବାନ୍ଧବୀ । ଏପରିକି ଦୁଇ ଝିଅ କନଫରେନ୍ସରେ ଫୋନ କରି ଆଜେକ୍ସଙ୍କ ସହ କରାଇ ଦେଇଥିଲେ‌। ଯାହାକୁ ନେଇ ଆଜେକ୍ସ ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା ବୋଲି ସେ ପୋଲିସକୁ ଜଣାଇଛନ୍ତି ।

ପୋଲିସ ଏହି ଘଟଣାର‌ ତଦନ୍ତକୁ ଅଧିକ କ୍ରିୟାଶୀଳ କରିବାକୁ ଦୁଇଟି ଟିମ ଗଠନ କରିଛି। ଗୋଟିଏ ଟିମ୍ ଏସମ୍ପର୍କରେ ଖୋଳତାଡ଼ କରିବ ଏବଂ ଅନେକ ଲୋକଙ୍କୁ ପଚରାଉଚରା କରିବ। ଆଉ ଗୋଟେ ଟିମ୍ ବିଶେଷ କରି ତାଙ୍କର ମେଲ , ସୋସିଆଲ ମିଡ଼ିଆ, ହ୍ବାଟସପ ଓ ମେସେଜ ସହ ଗୁଗୁଲ ଡ୍ରାଇଭରେ କେଉଁ ସବୁ ଫଟୋ ,ଭିଡିଓ, ଅଡିଓ ରହିଛି ତାହାର ଟେକ୍ନିକାଲ ଆନାଲିସ କରିବ । ତେବେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବା ଏସିପି ଜୋନ ୧ ମାନସ ଗଡ଼ନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 22, 2023, 8:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.