ETV Bharat / state

କାର୍ଯ୍ୟରେ ଯୋଗଦେଲେ ଭିନ୍ନକ୍ଷମ କମିଶନର ନୂତନ ଅଧକ୍ଷା - ସୁଲୋଚନା ଦାସ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କମିଶନର ନୂତନ ଅଧକ୍ଷା ଭାବେ କାର୍ଯ୍ୟରେ ଯୋଗଦାନ କଲେ ବିଜେଡିର ପୂର୍ବତନ ମୁଖପାତ୍ର ତଥା ଯୁବନେତ୍ରୀ ସୁଲୋଚନା ଦାସ ।

କାର୍ଯ୍ୟରେ ଯୋଗଦେଲେ ଭିନ୍ନକ୍ଷମ କମିସନ ନୂତନ ଅଧକ୍ଷା
author img

By

Published : Aug 21, 2019, 7:07 PM IST

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ବିଭିନ୍ନ ନିଗମର ଅଧ୍ୟକ୍ଷ ଚୟନ କରାଯାଇଥିଲା । ପୂର୍ବରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କମିଶନ ଦାୟିତ୍ବରେ ଥିବା ମିନତୀ ବେହେରାଙ୍କୁ ମହିଳା କମିଶନ ର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି।

କାର୍ଯ୍ୟରେ ଯୋଗଦେଲେ ଭିନ୍ନକ୍ଷମ କମିସନ ନୂତନ ଅଧକ୍ଷା

ଦାୟିତ୍ବ ଗ୍ରହଣ ପରେ ଭିନ୍ନକ୍ଷମଙ୍କ ପାଇଁ ଥିବା ବିଭିନ୍ନ ଯୋଜନାକୁ ସଠିକ୍‌ ଭାବରେ କାର୍ଯ୍ୟକାରୀ ଉପରେ ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି । ସେମାନଙ୍କ ପାଇଁ ଥିବା ସୁବିଧା ସୁଯୋଗକୁ ତାଙ୍କ ନିକଟରେ ପହଞ୍ଚାଇବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ କମିଶନ କାର୍ଯ୍ୟ କରିବ ବୋଲି ସୁଲୋଚନା ମତପୋଷଣ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ଥିବା ଯୋଜନା ଗୁଡିକର ବହୁଳମାତ୍ରାରେ ପ୍ରଚାର ଓ ପ୍ରସାର କରାଯିବ । ଭିନ୍ନକ୍ଷମ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଗୁରୁ ଦାୟିତ୍ବ ଦେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ସାମ୍ବାଦିକ କ୍ଷେତ୍ରରେ ଥିବା ଅଭିଜ୍ଞତା ଏ ଦିଗରେ ତାଙ୍କୁ ସାହାଯ୍ୟ କରିବ କହିଛନ୍ତି ସୁଲୋଚନା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ ଇଟିଭି ଭାରତ

Intro:ବିଜେଡିର ପୂର୍ବତନ ମୁଖପାତ୍ର ତଥା ଯୁବ ନେତ୍ରୀ ସୁଲୋଚନା ଦାସ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ନୂତନ ଅଧକ୍ଷା ଭାବେ ଯୋଗ ଦାନ କରିଛନ୍ତି।ସାଧାରଣ ନିର୍ବାଚନ ପରେ ବିଭିନ୍ନ ନିଗମ ଓ ଅଧ୍ୟକ୍ଷ ଗୁଡିକର ମୁଖ୍ୟ ଚୟନ କରାଯାଇଛି।ପୂର୍ବରୁ ଏହି ବିଭାଗର ଦାୟିତ୍ୱରେ ଥିବା ମିନତୀ ବେହେରାଙ୍କୁ ମହିଳା କମିଶନ ର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି।

Body:ଆଜି ଏହି ଦାଇତ୍ୱ ଗ୍ରହଣ କରିବା ପରେ ତାଙ୍କର ପ୍ରାଥମିକ କାର୍ଯ୍ୟ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା କୁ ସୁଚାରୁରୁପେ କାର୍ଯ୍ୟକାରୀ କରିବା ବୋଲି ଶ୍ରୀମତୀ ଦାସ କହିଛନ୍ତି।ସେମାନେ କିପରି ତାଙ୍କ ପାଇଁ ଥିବା ସୁବିଧା ସୁଯୋଗ କୁ ବ୍ୟବହାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେଥିପାଇଁ କମିଶନ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।ଆହୁରି ମଧ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ଥିବା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର ଅଧିକ ଭାବରେ ଲୋକମାନଙ୍କ ନିକଟରେ ପହଂଚି ପାରୁନଥିବାବେଳେ ଏ ଦିଗରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଏହାର ଭିନ୍ନକ୍ଷମ ଆଇନ ର ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଗୁରୁ ଦାଇତ୍ୱ ଦେଇଥିବାରୁ ସେ ତାଙ୍କ ଧନ୍ୟବାଦ ଜଣାଇବା ସହ ସାମ୍ବାଦିକ ହିସାବରେ ଥିବା ଅଭିଜ୍ଞତା ଏ ଦିଗରେ ତାଙ୍କୁ ସାହାଯ୍ୟ କରିବ ବୋଲି କହିଛନ୍ତି।
ବାଇଟ -ସୁଲୋଚନା ଦାସ-ଭିନ୍ନକ୍ଷମ କମିଶନର
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.