ETV Bharat / state

୨୦୩୦ ସୁଦ୍ଧା 119ରୁ 70କୁ ହ୍ରାସ ହେବ ମାତୃ ମୃତ୍ୟୁହାର ! ଫୋକସରେ ଦୁର୍ଗମ ଅଞ୍ଚଳ

2030 ସୁଦ୍ଧା ରାଜ୍ୟରେ ମାତୃ ମୃତ୍ୟୁହାର କମାଇବାକୁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ଦୁର୍ଗମ ଅଞ୍ଚଳକୁ ସ୍ବତନ୍ତ୍ର ଫୋକସ ଦିଆଯାଉଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ

director of family welfare on mother dead ration
୨୦୩୦ ସୁଦ୍ଧା ୭୦କୁ ହ୍ରାସ ହେବ ମାତୃମୃତ୍ୟୁ ହାର
author img

By

Published : Apr 12, 2023, 10:26 AM IST

୨୦୩୦ ସୁଦ୍ଧା ୭୦କୁ ହ୍ରାସ ହେବ ମାତୃମୃତ୍ୟୁ ହାର

ଭୁବନେଶ୍ବର: ରାଜ୍ୟରେ କମିବ ମାତୃମୃତ୍ୟୁ ହାର । ୨୦୩୦ ମସିହା ସୁଦ୍ଧା ମାତୃ ମୃତ୍ୟୁହାର ୭୦କୁ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ଏକ ଲକ୍ଷ୍ୟ ଜୀବିତ ଶିଶୁ ଜନ୍ମିତ ବେଳେ ମାତୃ ମୃତ୍ୟୁହାର 119 ରହିଛି । ଆଗାମୀ ଦିନରେ ଏହାକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ଦୁର୍ଗମ ଅଞ୍ଚଳ ପାଇଁ ସ୍ବତନ୍ତ୍ର ଫୋକସ ଦିଆଯାଉଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ରାଜ୍ୟ ମାତୃ ମୃତ୍ୟୁହାର ବାବଦରେ ତଥ୍ୟ ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ''ପ୍ରତ୍ୟେକ ମହିଳାଙ୍କର ଶିଶୁ ଜନ୍ମ ସମୟରେ ଜୀବିତ ରହିବାର ଅଧିକାର ଅଛି । ତେଣୁ ଗୁଣାତ୍ମକ ମାତୃ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଅଧିକ ଜରୁରୀ । ୨୦୩୦ ମସିହା ସୁଦ୍ଧା ମାତୃ ମୃତ୍ୟୁହାର ୭୦କୁ ହ୍ରାସ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସମସ୍ତଙ୍କ ସହଯୋଗରେ ଏହି ଲକ୍ଷ୍ୟ ହାସଲ ସମ୍ଭବ । ରାଜ୍ୟରେ ଯେତେ ଗର୍ଭବତୀ ମହିଳା ଅଛନ୍ତି ସେମାନଙ୍କୁ କିଭଳି ଭାବରେ ଗୁଣବତ୍ତା ଚିକିତ୍ସା ସେବା ଯୋଗାଇ ପାରିବ ତାହା ଉପରେ ଗୁରୁତ୍ବ ଦିଆଯାଉଛି । ପ୍ରସବ ସମୟର ପ୍ରସବ ପରବର୍ତ୍ତୀ ସମୟରେ ଉନ୍ନତ ମନର ସେବା ପାଇବେ । ମାଆ ଏବଂ ଶିଶୁ ଯେଭଳି ଭାବରେ ନିରାପଦ ରହିବେ । ବର୍ତ୍ତମାନ ରାଜ୍ୟରେ ମାତୃ ମୃତ୍ୟୁହାର 119 ରହିଛି । ଅର୍ଥାତ ଏକ ଲକ୍ଷ୍ୟ ଜୀବିତ ଶିଶୁ ଜନ୍ମ ବେଳେ ମାତୃ ମୃତ୍ୟୁହାର 119 ରହିଛି । 2030 ସୁଦ୍ଧା 70କୁ ଆଣିବା ପାଇଁ ପ୍ରୟାସ ଜାରି ରହିବ ।''

ସେ ଆହୁରି କହିଛନ୍ତି, ''ଅପହଞ୍ଚ ଅଞ୍ଚଳରେ ମଧ୍ୟ ଏଭଳି ସେବା କିଭଳି ଭାବରେ ପହଞ୍ଚିପାରିବ ସେନେଇ ଗୁରୁତ୍ଵ ଦିଆଯାଇଛି । ଆଜିର ଦିନରେ ମାଆ ମାନଙ୍କର ଚିକିତ୍ସା ଆବଶ୍ୟକ ତାହା ମାଗଣାରେ ଉପଲବ୍ଧ ରହିଛି । ଅପହଞ୍ଚ ଅଞ୍ଚଳ ଆଇନ ସମ୍ପୂର୍ଣା ଏକ ଯୋଜନା କରାଯାଇଛି । ସେହି ଅଞ୍ଚଳରୁ ଆସୁଥିବା ଗର୍ଭବତୀ ମହିଳାଙ୍କୁ ଯାତାୟାତ ଖର୍ଚ୍ଚ ସମେତ 1000 ଟଙ୍କା ଅଧିକା ଦେବା ସହ ଘରକୁ ଛାଡ଼ିବା ପାଇଁ ଆଉ ଅଧିକ 500 ଟଙ୍କା ଦିଆଯାଉଛି । ଯେଉଁ ଅଞ୍ଚଳରେ ରାସ୍ତା ନାହିଁ ସେହି ଅଞ୍ଚଳରୁ ରାସ୍ତା ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଆଣିଲା ପରେ ସେଠାରୁ ଆମ୍ବୁଲାନ୍ସରେ ନିକଟସ୍ଥ ହସ୍ପିଟାଲକୁ ନିଆଯିବ । ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା ଯେଉଁ ମାନଙ୍କରକୁ 15 ଦିନ ରହିଛି ପ୍ରସବ ପାଇଁ ସେମାନଙ୍କୁ ଡେଲିଭରି ପଏଣ୍ଟରେ ରଖାଯିବାର ବ୍ୟବସ୍ଥା ରହିଛି ।''

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ନିରାପଦ ମାତୃତ୍ଵ ଦିବସ ୨୦୨୩ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ବିଭାଗୀୟ ସଚିବ ଶାଲିନୀ ପଣ୍ଡିତ । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କ ମିଳିତ ଉଦ୍ୟମ ଫଳରେ ମାତୃମୃତ୍ୟୁ ହାର ହ୍ରାସ କ୍ଷେତ୍ରରେ ରାଜ୍ୟ ସଫଳତା ହାସଲ କରିଛି । ମାତୃ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଜାରି ରହିଥିବା ସମସ୍ତ ଯୋଜନା ଗୁଡିକୁ ସଠିକ୍ ଭାବରେ ତଦାରଖ କରିବା ସହ କାର୍ଯ୍ୟରତ ମାନବ ସମ୍ବଳର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ।

ମାତୃ ସ୍ଵାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଯୋଜନା ଗୁଡିକର ଉତ୍ତମ କାର୍ଯ୍ୟ କରିଥିବାରୁ କୋରାପୁଟ ଜିଲ୍ଲାକୁ ପ୍ରଥମ, ସୋନପୁର ଜିଲ୍ଲାକୁ ଦ୍ବିତୀୟ ଓ କନ୍ଧମାଳ ଜିଲ୍ଲାକୁ ତୃତୀୟ ଭାବରେ ପୁରସ୍କାର ପ୍ରଦାନ କରାଯାଇଛି । ମାତୃ ସ୍ଵାସ୍ଥ୍ୟ କ୍ଷେତ୍ରରେ ରାଜ୍ୟକୁ ମିଳିଥିବା ସଫଳତା ସମ୍ପର୍କିତ ପୁସ୍ତିକା ‘ ଆଜିର ସଂକଳ୍ପ: ନିରାପଦ ମାତୃତ୍ବ’ ଉନ୍ମୋଚିତ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡାକ୍ତର ବୃନ୍ଦା ଡି.ମାତୃ ସ୍ଵାସ୍ଥ୍ୟ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଉଲ୍ଲେଖନୀୟ କାର୍ଯ୍ୟ କରି ପୁରସ୍କାର ପାଇଥିବା ଜିଲ୍ଲାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ମାତୃ ମୃତ୍ୟୁହାର ହ୍ରାସ କରିବା ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କୁ ଅଧିକ ଦୃଢ଼ ଏବଂ ସଙ୍ଗଠିତ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.