ETV Bharat / state

Direct Flight to Dubai: ଆସନ୍ତା ୫ରୁ ଭୁବନେଶ୍ବରରୁ ଦୁବାଇକୁ ଉଡ଼ିବ ବିମାନ - ଭୁବନେଶ୍ବରରୁ ଦୁବାଇକୁ ବିମାନ ସେବା

ଆସନ୍ତା ୫ରୁ ଦୁବାଇକୁ ଆରମ୍ଭ ହେବ ବିମାନ ସେବା । ସନ୍ଧ୍ୟା ୧୮.୦୫ ସମୟରେ ଭୁବନେଶ୍ୱରରୁ ଛାଡି ରାତି ପ୍ରାୟ ୯.୪୫ରେ ଦୁବାଇରେ ପହଞ୍ଚିବ ବିମାନ । ଅଧିକ ପଢନ୍ତୁ

Direct flight Connection to Dubai
Direct flight Connection to Dubai
author img

By

Published : Feb 10, 2023, 4:25 PM IST

ଭୁବନେଶ୍ବର: ପୂରଣ ହେବ ସ୍ବପ୍ନ । ବିଦେଶ ଯାତ୍ରାକୁ ମିଳିଲା ଗ୍ରୀନ ସିଗନାଲ । ଭୁବନେଶ୍ବରରୁ ଦୁବାଇକୁ ଉଡିବ ବିମାନ । ଆସନ୍ତା ୫ ତାରିଖରୁ ଭୁବନେଶ୍ୱର- ଦୁବାଇ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ବିମାନ ନଂ 6E 0027 ମାର୍ଚ୍ଚ୫ ତାରିଖରେ ସନ୍ଧ୍ୟା ୧୮.୦୫ ସମୟରେ ଭୁବନେଶ୍ୱରରୁ ଛାଡି ରାତି ପ୍ରାୟ ୯.୪୫ରେ ଦୁବାଇରେ ପହଞ୍ଚିବ। ସେହିଭଳି ଅନ୍ୟ ଏକ ବିମାନ ନଂ 6E 0028 ପୂର୍ବାହ୍ନ ୧୧.୨୫ ରେ ଦୁବାଇରୁ ଉଡାଣ ଭରି ସନ୍ଧ୍ୟା ୧୭.୦୫ ସମୟରେ ଭୁବନେଶ୍ୱରରେ ପହଞ୍ଚିବ।

Direct flight Connection to Dubai
Direct flight Connection to Dubai

କୋଲକାତାରୁ ଆସି ଓଡ଼ିଶାରେ ପହଞ୍ଚିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ । ଏବେ ଭୁବନେଶ୍ଵର ବିମାନବନ୍ଦରର ଷ୍ଟେଟ୍‌ ହ୍ୟାଙ୍ଗରରେ ରହିଥିବା ବେଳେ ବିମାନଟି ବହୁ ପୁରୁଣା ହୋଇଥିବାରୁ ଏହାର ରୂପରେଖରେ ପରିବର୍ତ୍ତନ କରାଯାଉଛି । ଏହାକୁ ରଖିବା ପାଇଁ ଏକ ସଂଗ୍ରହାଳୟ କରାଯାଉଥିବା ବେଳେ ଆସନ୍ତା ୫ ତାରିଖରେ ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ଭୁବନେଶ୍ବର ବିମାନବନ୍ଦରରୁ ଆନ୍ତର୍ଜାତିକ ବିମାନସେବା ଆରମ୍ଭ କରାଯିବ ।

ଗତ ବର୍ଷ ଡିସେମ୍ବରରେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କ୍‌କଙ୍ଗ୍‌କୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଓଡିଶା କ୍ୟାବିନେଟ ଅନୁମୋଦନ ଦେଇଥିଲା । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, "186ଟି ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବ ଏବଂ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଟିକେଟ୍ ବିକ୍ରୟରୁ ଆଦାୟ ହେବାକୁ ଥିବା ରାଜସ୍ୱ ରାଜ୍ୟ ସରକାର ରଖିବେ ।"

ଏହା ମଧ୍ୟ ପଢନ୍ତୁ: ଚଳିତ ମାସ ବଜାରରେ ଉପଲବ୍ଧ ହେବ ଦେଶର ପ୍ରଥମ କ୍ୟାନସର ବିରୋଧୀ ଟିକା Cervavac

ସୂଚନା ଅନୁଯାୟୀ, ରାଜ୍ୟ ସରକାର ଭୁବନେଶ୍ବରରୁ ବିଦେଶକୁ ଅଧିକ ବିମାନ ଉଡ଼ାଣ ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ କରୁଥିଲେ ହେଁ ଏବେ ବିଦେଶ ଯାତ୍ରାକୁ ଗ୍ରୀନ ସିଗ୍‌ନାଲ ମିଳିଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ବର୍ଷରେ ତିନିଟି ବିମାନ ବିଦେଶକୁ ଉଡ଼ାଣ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ମୁହୁର୍ତ୍ତରେ ଏହା ବନ୍ଦ କରି ଦିଆଯାଇଥିଲା। ଏବେବି ବିଦେଶକୁ ଯାଉଥିବା 95%ରୁ ଅଧିକ ଯାତ୍ରୀ ଦିଲ୍ଲୀ, କୋଲକତା, ମୁମ୍ବାଇ, ବେଙ୍ଗାଲୁରୁ ହୋଇ ବିଦେଶକୁ ଯାଉଛନ୍ତି। ଭୁବନେଶ୍ୱରରୁ ବ୍ୟାଙ୍କ୍‌କଙ୍ଗ୍‌କୁ ଏୟାର ଇଣ୍ଡିଆ ଓ ଏୟାର ଏସିଆ ବିମାନ ସେବା ଆରମ୍ଭ କରିଥିଲେ ମଧ୍ୟ କିଛି ମାସ ଚଳାଇ ବନ୍ଦ କରିଥିଲା । ତେବେ ଏବେ ଇଣ୍ଡିଗୋ ଆଗକୁ ଆସିଛି । ପ୍ରଥମ ଥର ପାଇଁ ଭୁବନେଶ୍ବରରୁ ଦୁବାଇକୁ ବିମାନ ଉଡାଣ କରିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.