ETV Bharat / state

ଡେଙ୍ଗୁ ପରେ ଘାରିଲାଣି ଡାଇରିଆ ଚିନ୍ତା, ୧୦ରୁ କ୍ୟାମ୍ପେନ ଆରମ୍ଭ

ଡେଙ୍ଗୁ ପରେ ଘାରିଲାଣି ଡାଇରିଆ ଚିନ୍ତା । ଜୁଲାଇ ୧୦ରୁ ଆରମ୍ଭ ହେବ କ୍ୟାମ୍ପେନ । ପରିବାର ଲୋକକୁ ଦିଆଯିବ ହାଲୋଜେନ ବଟିକା ଓ ଓଆରଏସ୍ । ଅଧିକ ପଢନ୍ତୁ

ଡେଙ୍ଗୁ ପରେ ଘାରିଲାଣି ଡାଇରିଆ ଚିନ୍ତା
ଡେଙ୍ଗୁ ପରେ ଘାରିଲାଣି ଡାଇରିଆ ଚିନ୍ତା
author img

By

Published : Jul 5, 2023, 9:49 AM IST

ଭୁବନେଶ୍ବର: ବର୍ଷା ଦିନ ଆରମ୍ଭରୁ ସ୍ବାସ୍ଥ୍ୟ ବିଭାଗକୁ ଘାରିଲାଣି ଜଳବାହିତ ରୋଗ ଚିନ୍ତା । ଡେଙ୍ଗୁ ପରେ ଏବେ ଡାଇରିଆ ଓ କାମଳ (ହେପାଟାଇଟିସ ଏ-ଇ) ରୋଗ ରୋକିବାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ଚାଲିଛି । ବର୍ଷା ପୂର୍ବରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଜଳ ଉତ୍ସଗୁଡିକ ବିଶୋଧନ କରିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ଲୋକଙ୍କୁ ସଚେତନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ଇଣ୍ଡିଗ୍ରେଟେଡ କ୍ୟାମ୍ପେନ ଆରମ୍ଭ ହେବାକୁ ଯାଉଛି । ଜଳବାହିତ ରୋଗର ସମ୍ଭାବନାକୁ ନେଇ ଏବେ ସ୍ବାସ୍ଥ୍ୟ ବିଭାଗର ଘନଘନ ବୈଠକ ସହ ସ୍ଥିତି ସମୀକ୍ଷା କରାଯାଉଛି । ଉଭୟ ସ୍ବାସ୍ଥ୍ୟ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ ହେଉଛି । ତେବେ ବିଗତ ୨ ବର୍ଷରେ ୩୫ ଜଣ ଡାଇରିଆ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୦ରୁ ୨୦୨୧ ବର୍ଷରେ ୨୦୯ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୧୧ଟି ଡାଇରିଆ ରୋଗୀ ଚିହ୍ନଟ ହୋଇଥିଲେ । ତା' ଭିତରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୨୧ରୁ ୨୦୨୨ ବର୍ଷରେ ୨,୦୦୭ଟି ନମୂନାରୁ ୬୯ ଜଣ ଡାଇରିଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସେହି ବର୍ଷ ମୃତ୍ୟୁସଂଖ୍ୟା ୩୦କୁ ବୃଦ୍ଧି ପାଇଥିଲା । ତେବେ ଚଳିତ ବର୍ଷ ୩୧୪ଟି ନମୂନା ଟେଷ୍ଟ ହୋଇଥିବା ବେଳେ ୧୦ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ବିଶେଷ କରି ପଶ୍ଚିମ ଓଡ଼ିଶାର ଅନୁଗୋଳ, ବରଗଡ଼, କନ୍ଧମାଳ, କୋରାପୁଟ ସୁନ୍ଦରଗଡ଼ରେ ଅଧିକ ଡାଇରିଆ ରୋଗୀ ଚିହ୍ନଟ ହେଉଛନ୍ତି । ସର୍ବାଧିକ ଡାଇରିଆ ରୋଗୀ କୋରାପୁଟ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଶୀଘ୍ର କାର୍ଯ୍ୟକ୍ଷମ ହେବ ଶିଶୁ ଭବନ ନୂଆ ବିଲ୍ଡିଂ; ସମୀକ୍ଷା କଲେ ମୋକିମ

ସୂଚନା ଅନୁଯାୟୀ, ଜଳବାହିତ ରୋଗର ସଚେତନତା ଲାଗି ଜୁଲାଇ ୧୦ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଇଣ୍ଡିଗ୍ରେଟେଡ୍ କ୍ୟାମ୍ପନ ଚାଲିବ । ବିଭିନ୍ନ ଜିଲ୍ଲାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ, ଆଶା ଦିଦି ଓ ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଡାଇରିଆ, କାମଳ, ମ୍ୟାଲେରିଆ ରୋଗ ପାଇଁ ଘରକୁ ଘର ବୁଲି ସର୍ଭେ କରିବେ । ପ୍ରତି ପରିବାରକୁ ହାଲୋଜେନ ବଟିକା ଓ ଓଆରଏସ୍ ଦିଆଯିବ । ଏହାସହିତ ଗାଁମାନଙ୍କର ଜଳଉତ୍ସ ଗୁଡିକ ବିଶୋଧନ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.