ETV Bharat / state

କାହିଁକି ଧାମନଗର ପ୍ରଚାରରେ ଗଲେନି ସାଂସଦ ଅପରାଜିତା, ବିଜେପିରେ ସବୁ ଠିକ ତ ?

author img

By

Published : Nov 1, 2022, 8:01 PM IST

କାହିଁକି ଧାମନଗରକୁ ନିର୍ବାତନ ପ୍ରଚାରରେ ଗଲେନି ଭୁବନେଶ୍ବର ସାଂସଦ ତଥା ରାଜ୍ୟ ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଅପରାଜିତା ଷଡଙ୍ଗୀ ? ଉତ୍ତରରେ ସାଂସଦ କହିଲେ, "ଦଳ ଯାହା କହୁଛି ତାହା କରୁଛି ।" ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: କାହିଁକି ଧାମନଗରକୁ ନିର୍ବାଚନ ପ୍ରଚାରରେ ଗଲେନି ଭୁବନେଶ୍ବର ସାଂସଦ ତଥା ରାଜ୍ୟ ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଅପରାଜିତା ଷଡଙ୍ଗୀ (Bhubaneswar MP Aparajita Sarangi) ? ଦଳରେ ଅପରାଜିତାଙ୍କୁ କୋଣ ଠେସା କରାଯାଇଛି କି ?

କାହିଁକି ଧାମନଗର ପ୍ରଚାରରେ ଗଲେନି ସାଂସଦ ଅପରାଜିତା, ବିଜେପିରେ ସବୁ ଠିକ ତ?

ଆସନ୍ତା 3 ତାରିଖରେ ଧାମନଗର (Dhamnagar By Poll) ରେ ପଡିବ ଭୋଟ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବେଶ୍ବର ଟୁଡୁଙ୍କ ଠାରୁ ଆରମ୍ଭ କରି ଦଳର ବହୁ ତୁଙ୍ଗ ନେତା ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ଥିଲେ । କିନ୍ତୁ ଦେଖିବାକୁ ମିଳିନଥିଲା ଦଳୀୟ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ । ସାଂସଦ କାର୍ଯ୍ୟବ୍ୟସ୍ତତା ହେତୁ ଯାଇପାରିଲେନି ନା ତାଙ୍କୁ ଡକାଗଲା ନାହିଁ? ଏବେ ଏହାକୁ ନେଇ ଏକାଧିକ ପ୍ରଶ୍ନ ଉଠିଛି । ଏହି ଚର୍ଚ୍ଚା ଆଲୋଚନା ମଧ୍ୟରେ ‘ଇଟିଭି ଭାରତର ଡିଜିଟାଲ ଡାଏଲଗ’ କାର୍ଯ୍ୟକ୍ରମକୁ ସାକ୍ଷାତକାର ଦେଇ ଅପରାଜିତା କହିଛନ୍ତି ଦଳ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ବ ଦେଇଛି ସେ ତାକୁ ବେଶ ନିଷ୍ଠାର ସହିତ ସୀମା ଭିତରେ ରହି ସମ୍ପାଦନ କରୁଛନ୍ତି ।

ଏହାବି ପଢନ୍ତୁ- ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ କଟକଣା, ଆଶା ଆଶଙ୍କାରେ ଭକ୍ତ

ଗତ ଅକ୍ଟୋବର 12 ରେ ସମ୍ମାନଜନକ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିୟନ କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହୋଇଥିଲେ ଅପରାଜିତା । ଆଇପିୟୁ କାର୍ଯ୍ୟକ୍ରମ ସାରି ଯେତେବେଳେ ଦକ୍ଷିଣ ଆଫ୍ରିକାରୁ ଭୁବନେଶ୍ବର ଫେରିଥିଲେ ଅପରାଜିତା ସେତେବେଳେ ବିମାନ ବନ୍ଦରରେ ସମର୍ଥକ ଅପରାଜିତାଙ୍କୁ ଜୋରଦାର ସ୍ବାଗତ କରିଥିଲେ । କିନ୍ତୁ ବିଡମ୍ବନା ଥିଲା ଏତିକି ଯେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେପିର କୌଣସି ରାଜ୍ୟସ୍ତରୀୟ ବଡ ବଡ ନେତା ଏଥିରେ ସାମିଲ ନଥିଲେ, କି ବିମାନ ବନ୍ଦରରେ ମଧ୍ୟ କାହାରିକୁ ଦେଖିବାକୁ ମିଳିନଥିଲା ।

ଏହି ପ୍ରସଙ୍ଗରେ ଅପରାଜିତା କହିଛନ୍ତି, "ଭୁବନେଶ୍ବର ସାଂସଦ ହିସାବରେ ସେ ଲୋକଙ୍କ ପାଇଁ କାମ କରୁଛନ୍ତି । ସଂଗଠନ କଥା ବୁଝନ୍ତି । ଜଣେ ଶୃଙ୍ଖଳିତ ସଦସ୍ୟ ହିସାବରେ ଯାହା ତାଙ୍କୁ କୁହାଯାଏ କରିବା ପାଇଁ, ସେ ତାହା କରନ୍ତି । ଦଳ ତାଙ୍କୁ ଦେଶ ବାହାରକୁ ପ୍ରତିନିଧିତ୍ବ ପାଇଁ ପଠାଉଛି । ତେଣୁ ଅଣଦେଖା କଥା କାହିଁକି ଉଠୁଛି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ।"

ଏଥିସହ ରାଜ୍ୟର ସବୁଠାରୁ ସମ୍ବେନଶୀଳ ପ୍ରସଙ୍ଗ ତଥା ଓଡିଆଙ୍କ ଆରଧ୍ୟଦେବତା ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗରେ ଅପରାଜିତା କହିଛନ୍ତି, ରତ୍ନ ଭଣ୍ଡାରର ସୁରକ୍ଷା ପାଇଁ ଯାଞ୍ଚ ହେବା ଜରୁରୀ ।

ଏହାବି ପଢନ୍ତୁ- Munugode by election: BJP ଓ TRS କର୍ମୀଙ୍କ ମଧ୍ୟରେ ଉତ୍ତେଜନା, ପୋଲିସ ନାକେଦମ

ଅନ୍ୟପଟେ ରାଜନୈତିକ ମହଲରେ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ହେଉଛି ଯେ ରାଜ୍ୟରେ ବିଜେପି ଦଳ ଭିତରେ ସବୁକିଛି ଠିକ ଚାଲିନାହିଁ । ଗୋଷ୍ଠୀ କନ୍ଦଳ ଦଳ ମଧ୍ୟରେ କୁହୁଳୁଛି । ଯାହାର ଶିକାର ହୋଇଛନ୍ତି ଅପରାଜିତା । ସାଂଗଠନିକ କାର୍ଯ୍ୟରେ ତାଙ୍କୁ ଏତେଟା ଗୁରୁତ୍ବ ଦିଆଯାଉନଥିବାର ଅଭିଯୋଗ ଆସୁଥିବା ବେଳେ ଧର୍ମେନ୍ଦ୍ର ସାହୁ ମାମଲା ଏବଂ ଅର୍ଚ୍ଚନା ନାଗ ମାମଲାକୁ ନେଇ ବଡ ବଡ ଆନ୍ଦୋଳନରେ ମଧ୍ୟ ଅପରାଜିତା ସାମିଲ ନ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାର ବୁଲେଇ ବଙ୍କେଇ ଉତ୍ତର ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.