ETV Bharat / state

ଅବକାରୀ ବିଭାଗର ଚଢାଉ: 5 ଗିରଫ, 204 ଲିଟର ଦେଶୀ ମଦ ଜବତ

author img

By

Published : Aug 10, 2020, 5:33 PM IST

ଲକଡାଉନ୍‌ ସମୟରେ ଚୋରା ଦେଶୀ ମଦ ବେପାରୀଙ୍କ ଦୌରାତ୍ମ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ପୋଲିସ ଓ ଅବକାରୀ ବିଭାଗ ହାତରେ ଧରା ପଡୁଥିଲେ ସୁଦ୍ଧା ଚୋରା ଦେଶୀ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

desi  liquor seized in khurda
ଅବକାରୀ ବିଭାଗର ଚଢାଉ

ଖୋର୍ଦ୍ଧା: ଲକଡାଉନ୍‌ ସମୟରେ ଚୋରା ଦେଶୀ ମଦ ବେପାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ପୋଲିସ ଓ ଅବକାରୀ ବିଭାଗ ହାତରେ ଧରା ପଡୁଥିଲେ ସୁଦ୍ଧା ଚୋରା ଦେଶୀ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗର ଏକ ଟିମ ବାଣପୁରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।

ଅବକାରୀ ବିଭାଗର ଚଢାଉ

ଚଢାଉ ସମୟରେ 5 ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଧରିବା ସହ ସେମାନଙ୍କ ଠାରୁ 204 ଲିଟର ଦେଶୀ ମଦ ଜବତ କରିଛନ୍ତି । ସେମାନଙ୍କ ଠାରୁ 4 ଟି ମୋଟର ସାଇକେଲ ମଧ୍ୟ ଜବତ କରିଛନ୍ତି । ଅବକାରୀ ବିଭାଗ 5 ଜଣ ଚୋରା ଦେଶୀ ମଦ ବେପାରୀଙ୍କ ନାମରେ ସୋମବାର ପୃଥକ ପୃଥକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସମସ୍ତଙ୍କ ଘର ବାଣପୁର ଅଞ୍ଚଳ ବୋଲି ବାଲୁଗାଁ ଅବକାରୀ ବିଭାଗ ସୂଚନା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.