ETV Bharat / state

Cyclone Update: ସ୍ଥଳଭାଗ ମୁହାଁ ଅବପାତ, ଆସନ୍ତା ୧୨ଘଣ୍ଟାରେ ବାତ୍ୟା - ସକ୍ରିୟ ଅବପାତ

ଗଭୀର ଅବପାତର ରୂପ ନେଲା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଅବପାତ । ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

CYCLONE UPDATE: ସ୍ଥଳଭାଗ ମୁହାଁ ଅବପାତ, ଆସନ୍ତା ୧୨ଘଣ୍ଟା ମଧ୍ୟରେ ନେବ ବାତ୍ୟାର ରୂପ

author img

By

Published : Oct 23, 2022, 7:48 PM IST

Updated : Oct 23, 2022, 8:32 PM IST

ଭୁବନେଶ୍ବର: ଗଭୀର ଅବପାତର ରୂପ ନେଲା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଅବପାତ (Depression over Bay of Bengal) । ଏବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ନେବ ବାତ୍ୟାର ରୂପ । ବାତ୍ୟାର ରୂପ ନେବା ପରେ ରିକର୍ଭ କରିବ । ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ସମ୍ଭାବନା ରହିଛି । ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Cyclone Update: ସ୍ଥଳଭାଗ ମୁହାଁ ଅବପାତ, ଆସନ୍ତା ୧୨ଘଣ୍ଟାରେ ବାତ୍ୟା

ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି । ସାଗର ଦ୍ବୀପ ଠାରୁ ୬୮ କିଲୋମିଟର ଦକ୍ଷିଣରେ ରହିଛଇ ଗଭୀର ଅବପାତ । ପ୍ରଭାବରେ କାଲିଠୁ ଉପକୂଳ ଓଡିଶାରେ ଆରମ୍ଭ ହେବ ବର୍ଷା । ପ୍ରବଳ ବର୍ଷା ନେଇ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ପୁରୀକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୫ରୁ ୫୫ ଏବଂ ଝଟକା ପବନ ୬୫ କିଲୋମିଟର ପର୍ଯ୍ୟନ୍ତ ବହିବ । ଉଚ୍ଚ ଜୁଆର ପାଇଁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

  • ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଗଭୀର ଅବପାତ pic.twitter.com/RK7bjR303l

    — Meteorological Centre, Bhubaneswar (@mcbbsr) October 23, 2022 " class="align-text-top noRightClick twitterSection" data=" ">

ଏହା ଉପକୂଳ ଠାରୁ ୨୦୦ରୁ ୨୫୦ କିଲୋମିଟ ଦୂରରେ ଯିବ ବାତ୍ୟା । ୨୫ ତାରିଖ ସକାଳେ ବାଂଲାଦେଶରେ କରିବ ଲ୍ୟାଣ୍ଡଫଲ । ଓଡ଼ିଶା ଉପରୁ ସମ୍ପୂର୍ଣ୍ଣ ଟଳିଲା ବାତ୍ୟା ବିପଦ । ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା । ଘଣ୍ଟାପ୍ରତି ସର୍ବାଧିକ ୭୦ କିଲୋମିଟର ବହିପାରେ ପବନ । ୨୫ ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ର ମନା । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ଗତ କାଲିର ଅବପାତ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଛି । ସେହିପରି ବାତ୍ୟା ସିତ୍ରାଙ୍ଗ ପ୍ରଭାବ ଓଡି଼ଶା ଉପକୂଳରେ ଆଂଶିକ ପଡିବ ।

ଏହା ବି ପଢନ୍ତୁ- Cyclone Sitrang: 12 ଘଣ୍ଟା ମଧ୍ୟରେ ବାତ୍ୟା ! ଉତ୍ତର-ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ଆଜିଠାରୁ ପାଗ ବଦଳିବା ସହ ବିଭିନ୍ନ ସ୍ଥାନରେ କୋହଲା ପାଗ ହୋଇଛି । ୨୪ ଏବଂ ୨୫ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏବଂ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମେତ ଘଣ୍ଟାପ୍ରତି ୩୫ରୁ ୫୫ କିଲୋମିଟର ପବନ ବହିବା ନେଇ ଚେତାବନୀ ଜାରି କରାଯାଇଛି । ଅମାବାସ୍ୟା ତିଥି ଥିବାରୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ । ଏହାସହ ବାତ୍ୟା ପ୍ରଭାବରେ ସମୁଦ୍ର ଅଧିକ ଅଶାନ୍ତ ରହିବ ।

ତେଣୁ ଉପକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ବାତ୍ୟାର ପ୍ରଭାବ ଓଡ଼ିଶାରେ ଅଧିକ ନ ରହିଲେ ମଧ୍ୟ ପ୍ରବଳ ବର୍ଷାରେ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି । ତେଣୁ ଅମଳ ହୋଇଥିବା ପାଚିଲା ଧାନକୁ ଘୋଡେଇ ରଖିବାକୁ ପରାମର୍ଶ ଦିଆଯାଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 23, 2022, 8:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.