ETV Bharat / state

ଇଟିଭି ଭାରତ ପ୍ରଭାବ: ଭାଙ୍ଗିଯାଇଥିବା ଚେକ୍ ଡ୍ୟାମ ପରିଦର୍ଶନ କଲେ ବିଭାଗୀୟ ଯନ୍ତ୍ରୀ

ଇଟିଭି ଭାରତରେ ଖବର ପ୍ରସାରଣ ପରେ ଭାଙ୍ଗିଯାଇଥିବା ଚେକ୍ ଡ୍ୟାମ ପରିଦର୍ଶନ କରିଛନ୍ତି ବିଭାଗୀୟ ଯନ୍ତ୍ରୀ । ସେହିପରି ଯନ୍ତ୍ରୀ ଗ୍ରାମବାସୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ନୂତନ ଜଳସେଚନ ପ୍ରକଳ୍ପ କରିବାକୁ ଗ୍ରାମବାସୀଙ୍କୁ ପ୍ରତି ଶ୍ରୁତି ଦେଇଛନ୍ତି । ଅଧିକ ପଢନ୍ତୁ..

author img

By

Published : Sep 24, 2020, 8:44 PM IST

ଇଟିଭି ଭାରତ ପ୍ରଭାବ: ଭାଙ୍ଗିଯାଇଥିବା ଚେକ୍ ଡ୍ୟାମ ପରିଦର୍ଶନ କଲେ ବିଭାଗୀୟ ଯନ୍ତ୍ରୀ
ଇଟିଭି ଭାରତ ପ୍ରଭାବ: ଭାଙ୍ଗିଯାଇଥିବା ଚେକ୍ ଡ୍ୟାମ ପରିଦର୍ଶନ କଲେ ବିଭାଗୀୟ ଯନ୍ତ୍ରୀ

ଖୋର୍ଦ୍ଧା: ବୋଲଗଡ ବ୍ଳକ ଅନ୍ତର୍ଗତ ଅସରଳା ଗ୍ରାମପଞ୍ଚାୟତର ମାଳିବନ୍ଧ ଠାରେ ଭାଙ୍ଗି ଯାଇଥିବା ଚେକ୍ ଡ୍ୟାମରେ ଗ୍ରାମବାସୀ ମାନେ ମାଟିବନ୍ଧ ପକାଇ ଜମିକୁ ପାଣି ନେବା ଘଟଣା ଗତକାଲି (ମଙ୍ଗଳବାର) ଇଟିଭି ଭାରତରେ ପ୍ରକାଶିତ ହୋଇଥିଲା । ସେପଟେ ପ୍ରକାଶିତ ହେବାର ୨୪ ଘଣ୍ଟା ଭିତରେ ବୋଲଗଡ ବ୍ଳକ ବିଡିଓଙ୍କ ନିଦ୍ଦେର୍ଶ କ୍ରମେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ଏହା ସହ ତୁରନ୍ତ ଆଉ ଏକ ଅସ୍ଥାୟୀ ବନ୍ଧ କରିବା ସହ ଖରାଦିନେ ଆଉଗୋଟେ ନୂତନ ଜଳସେଚନ ପ୍ରକଳ୍ପ କରିବାକୁ ଗ୍ରାମବାସୀଙ୍କୁ ପ୍ରତି ଶ୍ରୁତି ଦେଇଛନ୍ତି । ସୂଚନା ଅନୁସାରେ ଏହି ଚେକ୍ ଡ୍ୟାମ ନିମ୍ନମାନର କାର୍ଯ୍ୟ ଯୋଗୁ କିଛି ଦିନ ତଳେ ଭାଙ୍ଗି ଯାଇଥିଲା । ଫଳରେ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଚାଷୀମାନେ ଏହି ଚେକ୍ ଡ୍ୟାମରେ ବାଲି ବସ୍ତା ବନ୍ଧ କରି ଜମିକୁ ଜଳସେଚନ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.