ETV Bharat / state

ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ: ‘ମୁଖ୍ୟମନ୍ତ୍ରୀ ଜବାବ ରଖିବା ଦରକାର, କ୍ଷମା ମାଗନ୍ତୁ ବିଜୟ ପଟ୍ଟନାୟକ’

author img

By

Published : Apr 14, 2023, 8:59 PM IST

ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିରୋଧି ମାନେ ସରକାରଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରୁଥିବା ବେଳେ ବିଳମ୍ବରେ ହେଲେ ବି ନ୍ୟାୟ ମିଳିଛି ବୋଲି କହିଛନ୍ତି ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ଆବାହକ । ସେପଟେ ଏନେଇ ସରକାର ଉତ୍ତର ରଖନ୍ତୁ ବୋଲି ମଧ୍ୟ ଦାବି ହୋଇଛି । ଅଧିକ ପଢ଼ନ୍ତୁ

ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ

ଭୁବନେଶ୍ବର/ପୁରୀ: ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁପ୍ରିମକୋର୍ଟ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ର ବେଲଦଳ ଅଞ୍ଚଳରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ଜମି ଅଧିଗ୍ରହଣକୁ ବେଆଇନ ଦର୍ଶାଇବା ସହ ଏହି ମାମଲାରେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତ ସୁପ୍ରିମକୋର୍ଟ । ଏହା ସହିତ ଘରୋଇ କମ୍ପାନୀକୁ ଅହେତୁକ ଅନୂକମ୍ପା ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା ମଧ୍ୟ କରିଛନ୍ତି । ତେବେ ଏନେଇ ରାଜ୍ୟ ସରକାର ଉତ୍ତର ରଖନ୍ତୁ ବୋଲି ଦାବି ହୋଇଛି । ସେପଟେ ରାଜ୍ୟ ସରକାର ଛଡ଼ାଇ ନେଉଥିବା ଜମିକୁ ସୁପ୍ରିମକୋର୍ଟ ଫେରାଇ ଦେଇଥିବାରୁ ଏଥିରେ ପ୍ରଭାବିତ ହେଉଥିବା ୨୨ ମୌଜାରେ ଖେଳିଯାଇଛି ଖୁସିର ଲହରୀ ।

'ସତ୍ୟର ବିଜୟ ହୋଇଛି': ଏନେଇ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଂଘର୍ଷ ସମିତିର ଆବାହକ ଉମାବଲ୍ଲଭ ରଥ କହିଛନ୍ତି, "ବିଳମ୍ବରେ ହେଲେ ବି ନ୍ୟାୟ ମିଳିଛି । ସତ୍ୟର ବିଜୟ ହୋଇଛି । ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ବେଆଇନ ଭାବେ ଅଧିଗ୍ରହଣ କରି ବିଶ୍ବବିଦ୍ୟାଳୟ ଆଳରେ ବେଦାନ୍ତକୁ ଦିଆଯାଇଥିଲା । ସୁପ୍ରିମକୋର୍ଟ ଏହାକୁ ଖାରଜ କରିବା ପରେ ହଜାର ହଜାର ପରିବାରକୁ ନ୍ୟାୟ ମିଳିଛି । ଯେତେବେଳେ ଏହି ଜମି ଦିଆଯାଇଥିଲା ସେତେବେଳେ ଲୋକଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିଲା । ଲୋକଙ୍କ ଜୀବନ ଜୀବିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଭବିଷ୍ୟତ ପିଢି କେମିତି ବଞ୍ଚିବେ ତାହା କେହି ଚିନ୍ତା କରିନଥିଲେ । ଏପରିକି କେତେକ ଗାଁ ମଧ୍ୟ ଉଠାଯିବା ପାଇଁ ସରକାର ଯୋଜନା କରିଥିଲେ । ଏହା ବିରୋଧରେ ସେ ସମୟରେ ୧୦ ହଜାର ଲୋକ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାରା ଓଡିଶାରେ ମଧ୍ୟ ଜନସଚେତନତା ସୃଷ୍ଟି କରାଗଲା । ହାଇକୋର୍ଟ ଯାହା କହିବେ ତାହା ରାଜ୍ୟ ସରକାର ମାନିନେବେ ବୋଲି କହିଥିଲେ । କିନ୍ତୁ ତାହା କଲେ ନାହିଁ । ପୁଣି ଥରେ ସୁପ୍ରିମକୋର୍ଟ ଗଲେ । ସୁପ୍ରିମକୋର୍ଟ ସେତେବେଳେ ଏହି ମାମଲାରେ ରହିତାଦେଶ ଜାରି କରିବା ଫଳରେ ଲୋକେ ଚାଷବାସ କରିଥିଲେ । ହେଲେ ଲୋକଙ୍କୁ ଋଣ ମଧ୍ୟ ମିଳିଲାନି । ଏବେ ୨୨ ମୌଜାର ଲୋକମାନେ ମଧ୍ୟ ଖୁସି । ସେମାନେ ସେମାନଙ୍କ ଜମି ଫେରି ପାଇବେ । କମ୍ପାନୀ ଗୁଡ଼ିକୁ ସରକାରଙ୍କର ଜମି ହସ୍ତାନ୍ତର ପ୍ରକ୍ରିୟାରେ ଏହା ଏକ ଚେତାବନୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।" ତେବେ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଜବାବ ରଖନ୍ତୁ ବୋଲି କହିଛନ୍ତି ଉମାବଲ୍ଲଭ ।

'ସରକାର ଭୁଲ କରିଥିଲେ ବୋଲି ମାନିବା ଦରକାର': ସେପଟେ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ସେ ସମୟରେ ଦାୟିତ୍ବରେ ଥିବା ଅଧିକାରୀ ବିଜୟ ପଟ୍ଟନାୟକ ଜନସାଧାରଣଙ୍କୁ ଏତେ ବଡ଼ ଭୁଲ ପାଇଁ କ୍ଷମା ମାଗିବା ଦରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉତ୍ତରଦାୟୀ । ସେତେବେଳେ ସରକାର ଯାହା କରିଥିଲେ ତାହା ଭୁଲ ଥିଲା ବୋଲି ମାନିବା ଦରକାର ।" ତେଣୁ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ଉତ୍ତର ରଖିବା ଦରକାର ବୋଲି କହିଛନ୍ତି ରବି ଦାସ ।

ସରକାରଙ୍କୁ ଭର୍ତ୍ସନା, ଅନୀଲ ଅଗ୍ରୱାଲଙ୍କୁ ୫ ଲକ୍ଷ ଜୋରିମାନା: ତେବେ ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରକଳ୍ପ ମାମଲାରେ ବିଶ୍ବବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନ ବୋଲି ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ଗୋଟିଏ କମ୍ପାନୀକୁ ରାଜ୍ୟ ସରକାର ଦେଖାଇଥିବା ଅହେତୁକ ଅନୁକମ୍ପାକୁ ସୁପ୍ରିମକୋର୍ଟ ନାପସନ୍ଦ କରିବା ସହ ଭର୍ତ୍ସନା ମଧ୍ୟ କରିଛନ୍ତି । ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ୫ ଲକ୍ଷ ଟଙ୍କାର ଜୋରିମାନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟଙ୍କ ଏହି ରାୟ ସହିତ ବେଦାନ୍ତର ପୁରୀ ବେଳାଭୂମିରେ ବଡ଼ ଶିକ୍ଷାନୁଷ୍ଠାନର ପ୍ରକଳ୍ପରେ ପୂର୍ଣ୍ଣଚ୍ଛେଦ ପଡିଛି ।

'ବିରୋଧିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସରକାର ବାଧ୍ୟ ନୁହେଁ': ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ପ୍ରଥମେ ୧୫ ହଜାର ଏକର କୃଷି ଜମି ଅଧିଗ୍ରହଣ କରିବା ଲାଗି ପ୍ରସ୍ତାବ ଥିଲା । ପରେ ଏହି ଜମିର ପରିମାଣ କେମିତି କମିଗଲା ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏହି ପ୍ରସଙ୍ଗରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଗତକାଲି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସେପଟେ କଂଗ୍ରେସ ମଧ୍ୟ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଥିଲେ । ତେବେ ରାଜସ୍ବ ମନ୍ତ୍ରୀ କହିଥିଲେ, "ବିରୋଧି କଣ ପଚାରିଲେ ସରକାର ତାର ଉତ୍ତର ଦେବାକୁ ବାଧ୍ୟ ନୁହେଁ । ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ । ଜନତାଙ୍କୁ ଜବାବ ଦେବେ ।"

ଇଟିଭି ଭାରତ, ଭୁବନେଶ୍ବର/ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.