ETV Bharat / state

ଅସ୍ତିତ୍ୱ ହରାଉଛି ଶେଷ ସ୍ୱାଧୀନ ଦୁର୍ଗ: ଲଟାବୁଦାରେ ଲୁଚିଗଲାଣି ରାଜ ଉଆସ, ଗୁମୁରି କାନ୍ଦୁଛି ରାଣୀ ପୋଖରୀ - ଲୋପ ପାଇଯିବ ଖୋର୍ଦ୍ଧା ଗଡ଼

ଭାରତବର୍ଷର ଶେଷ ସ୍ବାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ ଅସ୍ତିତ୍ବ ପାଇଁ ଗୁମୁରି କାନ୍ଦୁଛି । ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ଏବେ ଭାରତୀୟ ସାମରିକ ସଂସ୍କୃତିର ଏହି ଶେଷ ନିଦର୍ଶନ ଏବେ ଲୋପ ପାଇବାକୁ ବସିଲାଣି । ବୀର ପାଇକଙ୍କ ଇତିହାସକୁ ସମ୍ମାନ ଜଣାଇ ସରକାର ଏହାକୁ ତୁରନ୍ତ ପୁନରୁଦ୍ଧାର କରନ୍ତୁ ବୋଲି ଦାବି ଉଠିଛି । ଅଧିକ ପଢ଼ନ୍ତୁ

ଅସ୍ତିତ୍ବ ହରାଉଛି ଶେଷ ସ୍ବାଧନ ଦୁର୍ଗ
ଅସ୍ତିତ୍ବ ହରାଉଛି ଶେଷ ସ୍ବାଧନ ଦୁର୍ଗ
author img

By

Published : Aug 14, 2023, 8:16 PM IST

ଅସ୍ତିତ୍ବ ହରାଉଛି ଶେଷ ସ୍ବାଧନ ଦୁର୍ଗ

ଖୋର୍ଦ୍ଧା: ଦେଶ ପାଳନ କରୁଛି ସ୍ବାଧୀନତାର ଅମୃତ ମହୋତ୍ସବ । ଦେଶକୁ ସ୍ଵାଧୀନ କରିବା ପାଇଁ ବଳିଦାନ ଦେଇଛନ୍ତି ଅନେକ ସେନାନୀ, ଛାଡି ଯାଇଛନ୍ତି ଅନେକ ସ୍ମୃତି । ଅନେକ ସ୍ଥାନରେ ସେମାନଙ୍କ ସ୍ମୃତି ଉଦ୍‌ଜୀବିତ କରି ରଖିବା ପାଇଁ ସରକାରଙ୍କ ତରଫରୁ ଅନେକ ବ୍ୟବସ୍ଥା କରାଯାଇଛି । ହେଲେ ଏହାରି ଭିତରେ ଭାରତବର୍ଷର ଶେଷ ସ୍ବାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ ତାର ଅସ୍ତିତ୍ବ ପାଇଁ ଗୁମୁରି କାନ୍ଦୁଛି । ଯାହାକୁ ଉଦ୍ଧାର କରିବାକୁ ସରକାରଙ୍କୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।

ଶେଷ ସ୍ବାଧୀନ ଦୁର୍ଗ ଏବେ ଭୂତକୋଠି !: ଖୋର୍ଦ୍ଧା ଓଡ଼ିଶାର ପ୍ରାଚୀନ ରାଜଧାନୀ ଭାବେ ଇତିହାସ ବିଦିତ । ଏହି ଲାଲ ମାଟି ଜନ୍ମ ଦେଇଛି ବହୁ ବୀର ପାଇକମାନଙ୍କୁ ,ଯେଉଁମାନେ ଏକଦା ଦେଶ ମାତୃକା ପାଇଁ ଆତ୍ମବଳି ଦେଇ ସ୍ଵାଧୀନତା ସଂଗ୍ରାମକୁ ଏକ ନିର୍ଣ୍ଣାୟକ ମୋଡ଼ ଦେଇଥିଲେ । ଖୋର୍ଦ୍ଧା ଗଡ଼ରେ ଥିବା ଖୋର୍ଦ୍ଧା ଦୁର୍ଗ ସବୁବେଳେ ତାର ବୀରତ୍ବକୁ ନେଇ ଚର୍ଚ୍ଚାର ବିନ୍ଦୁ ରହିଥିଲା । ଭାରତର ଶେଷ ସ୍ବାଧୀନ ଦୁର୍ଗ ଓ ସାମରିକ ସଂସ୍କୃତିର ଶେଷ ନିଦର୍ଶନ ଖୋର୍ଦ୍ଧା ଗଡ଼ ୧୫୬୮ରୁ ୧୮୦୪ ଡିସେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଓଡ଼ିଶାର ରାଜନୀତି, ଧର୍ମ, ସାହିତ୍ୟ ଓ ପରମ୍ପରାର କେନ୍ଦ୍ରସ୍ଥଳି ଥିଲା । ହେଲେ ସରକାରଙ୍କ ଉଦାସୀନତା ମନୋଭାବ ପାଇଁ ଏହି ଦୁର୍ଗ ଏବେ ଭୂତକୋଠିର ଭ୍ରମ ସୃଷ୍ଟି କରୁଛି ।

ଏହା ମଧ୍ୟ ପଢ଼ନ୍ତୁ...ପାଇକ ପଲିଟିକ୍ସ: ଆରୋପ ପ୍ରତ୍ୟାରୋପ ଭିତରେ କଂଗ୍ରେସର ଅଲଟିମେଟମ୍

ପାଣି ପରି ଖର୍ଚ୍ଚ ହେଲା ଟଙ୍କା, ବଦଳିଲାନି ଚିତ୍ର: ୧୯୭୮ ମସିହାରୁ ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ଖୋର୍ଦ୍ଧା ଦୁର୍ଗର ଉନ୍ନତିକରଣ କାର୍ଯ୍ୟ ହାତକୁ ନେଲା ଏବଂ ବିଭିନ୍ନ ପର୍ଯ୍ୟାୟରେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ ମଧ୍ୟ ହେଲା । କିନ୍ତୁ ଏଠାକୁ ଜଣେ ହେଲେ ପର୍ଯ୍ୟଟକଙ୍କ ପାଦ ପଡ଼ିଲାନି । ୨୦୧୫ ମସିହାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଦୁର୍ଗର ଉନ୍ନତି ପାଇଁ ୨ କୋଟି ୭୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ପୂର୍ବରୁ ପୂର୍ତ୍ତ ବିଭାଗ ମାଧ୍ୟମରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂର୍ତ୍ତ ବିଭାଗ ପକ୍ଷରୁ ପାଇକ ବିଦ୍ରୋହର ୩ ସ୍ତମ୍ଭ ସ୍ମାରକୀ, ମୁକ୍ତ ଆକାଶ ରଙ୍ଗମଞ୍ଚ, ୫ ଶହ ଦର୍ଶକ ବସିବା ଭଳି କ୍ଷମତାର ଗ୍ୟାଲେରୀ, ଅଭ୍ୟର୍ଥନା ପ୍ରକୋଷ୍ଟ, ଆଲୋକିକରଣ, ପାନୀୟଜଳ, ଶୌଚାଳୟ ଆଦି ଦୁର୍ଗର ପଶ୍ଚିମ ପାର୍ଶ୍ଵରେ କରାଯିବାକୁ ପ୍ରକଳ୍ପ ପାଇଁ ବ୍ୟବସ୍ଥା କରାଯାଇଥିଲା । ହେଲେ ଏହା ମଧ୍ୟ ଏବେ ଅଧପନ୍ତରିଆ ହୋଇ ପଡ଼ିରହିଛି ।

ଏହା ମଧ୍ୟ ପଢ଼ନ୍ତୁ...Paika Rebellion Memorial: ବରୁଣେଇରେ ପାଇକ ସ୍ମାରକୀ କେବେ ? ଜୋର ଧରିଲା ରାଜନୀତି

ଲଟାବୁଦାରେ ଲୁଚିଯାଇଛି ରାଜ ଉଆସ: ରାଜ୍ୟ ପତ୍ନତତ୍ତ୍ବ ବିଭାଗ ପକ୍ଷରୁ ୧୯୭୮ରୁ କ୍ରମାଗତ ଭାବେ ବହୁ ବର୍ଷ ଧରି ଆଶିଂକ ଖନନ ଦ୍ବାରା ଦୁର୍ଗର ବର୍ହି ପ୍ରାଚୀର, ମଧ୍ୟସ୍ଥଳରେ ଥିବା ରାଜ ଉଆସ, ରାଣୀ ପୋଖରୀ ଆଦି ଲୋକଲୋଚନକୁ ଆସିପାରିଛି । ଏବେ ରାଣୀ ପୋଖରୀ ଅସ୍ତିତ୍ବ ପାଇଁ ଗୁମୁରି କାନ୍ଦୁଛି । ରାଜ ଉଆସ ଲଟାବୁଦାରେ ଲୁଚିଯାଇଛି । ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ତତ୍କାଳୀନ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ମିଳିତ ଉଦ୍ୟମରେ ଏଠାରେ ଦୁଇବର୍ଷ ଧରି ରାଜ୍ୟସ୍ତରୀୟ ପାଇକ ସମାରୋହ କରାଯାଇଥିଲା । ଏହାର ଦୀର୍ଘ ବର୍ଷ ବ୍ୟବଧାନ ପରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଥିଲା । ତେବେ ସରକାର ପାଇକମାନଙ୍କୁ ସମ୍ମାନ ଓ ଇତିହାସକୁ ଉଦ୍‌ଜୀବିତ କରି ଓଡ଼ିଶା ତଥା ଆମ ଓଡ଼ିଆଙ୍କର ଅସ୍ମିତାକୁ ପୁନରୁଦ୍ଧାର କରିବା ପାଇଁ ଦାବି ଉଠିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.