ETV Bharat / state

ନବୀନ ନିବାସରେ ଦୀପାଳି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ାରେ ବିପୁଳ ବିଜୟ ପରେ ଆଜି ଭୁବନେଶ୍ବରରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦୀପାଳି ଦାସ । ଉଭୟଙ୍କ ମଧ୍ୟରେ କିଛି ସମୟ ଆଲୋଚନା ମଧ୍ୟ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : May 14, 2023, 9:37 PM IST

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି

ଭୁବନେଶ୍ବର: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୀପାଳି ଆଶୀର୍ବାଦ ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଭୟଙ୍କ ମଧ୍ୟରେ କିଛି ସମୟ ଆଲୋଚନା ମଧ୍ୟ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ମନ୍ତବ୍ୟକୁ ନେଇ ରାଜନୀତି, ଦୀପ ଲିଭିବା ପୂର୍ବରୁ ଜୋର୍‌ରେ ଜଳେ କହିଲା ବିଜେପି

ଗତକାଲି ଝାରସୁଗୁଡ଼ାରେ ବିପୁଳ ବିଜୟ ପରେ ଆଜି ଭୁବନେଶ୍ବର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ତଥା ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ । ନବ ଦାସଙ୍କ ପରେ ଝାରସୁଗୁଡା ପାଇଁ ଦୀପାଳିଙ୍କ ଉପରେ ଯେଉଁ ଆସ୍ଥା ପ୍ରକଟ କରିଥିଲେ, ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ଆଜି ମଧ୍ୟାହ୍ନରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରୁ ସେ ନିଜ ବାସଭବନକୁ ଯାଇଥିଲେ । ସନ୍ଧ୍ୟାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୀପାଳି । ଗତକାଲି ସେ ଜିତିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଫୋନ ଯୋଗେ ଅଭିନନ୍ଦନ ଜଣାଇଥିଲେ । ଝାରସୁଗୁଡାରେ ସେ ଯେଉଁ ବିପୁଳ ବିଜୟ ପାଇଛନ୍ତି, ତାର ଶ୍ରେୟ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାପା ସ୍ବର୍ଗତ ନବ ଦାସ ଏବଂ ଝାରସୁଗୁଡାବାସୀଙ୍କୁ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ସତ୍ତା ହରାଉଛି କଂଗ୍ରେସ! ଦଳର ସାମୂହିକ ଚେଷ୍ଟା ନଥିବା କହିଲେ ରାଜନୀତି ସମୀକ୍ଷକ

ତେବେ ଗତକାଲି ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳି ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ଏତେ ପରିମାଣର ଭୋଟ ବ୍ୟବଧାନରେ ବିଜୟ ହାସଲ କରି ଦୀପାଳି ତାଙ୍କ ବାପା ସ୍ବର୍ଗତ ନବ ଦାସଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ୨୦୧୯ରେ ନବ କିଶୋର ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ଦୀପାଳି ୪୮ ହଜାର ୭୨୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତେବେ ଗତକାଲି ତାଙ୍କର ବିଜୟ ପରେ ଭୁବନେଶ୍ବର ବିଜେଡି କାର୍ଯ୍ୟାଳୟରେ ବାଜା ବଜାଇ, ବାଣ ଫୁଟାଇ ସେଲିବ୍ରେସନ କରିଥିଲେ ଦଳର ବରିଷ୍ଠ ନେତା ଓ କର୍ମୀ । ଏହାପରେ ଆଜି ସେ ନିଜେ ଭୁବନେଶ୍ବରରେ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.