ETV Bharat / state

ହସ୍ପିଟାଲ ବିସ୍ଫୋରଣ ଘଟଣା, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି - hospital blast

Hospital Blast Case: ଘରୋଇ ହସ୍ପିଟାଲ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨ ରେ ପହଞ୍ଚିଛି । ଆହତ ଅବସ୍ଥାରେ ଚିକିତ୍ସାଧୀନ ହେଉଥିବା ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ

ହସ୍ପିଟାଲ ବିସ୍ଫୋରଣରେ ଆଉ ଜଣେ ମୃତ
ହସ୍ପିଟାଲ ବିସ୍ଫୋରଣରେ ଆଉ ଜଣେ ମୃତ
author img

By ETV Bharat Odisha Team

Published : Jan 3, 2024, 7:50 PM IST

ଭୁବନେଶ୍ବର: ହସ୍ପିଟାଲରେ ବିସ୍ଫୋରଣ ଘଟଣା । ଘରୋଇ ହସ୍ପିଟାଲ ବିସ୍ଫୋରଣରେ ମୃତ୍ୟୁ ସଖ୍ୟା ୨ ରେ ପହଞ୍ଚିଛି । ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଥିବା ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ମୃତକ ଜଣଙ୍କ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳ ଚାଇପୁର ଗ୍ରାମର ଶ୍ରୀତମ ସାହୁ। କ୍ୟାପିଟାଲ ହସ୍ପିଟାଲରେ ଶ୍ରୀତମଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଏହି ମୃତ୍ୟୁ ଘଟଣା ପରେ ମୃତକଙ୍କ ସଂଖ୍ୟା ୨ରେ ପହଞ୍ଚିଛି ।

ଏହି ଦୁଃଖଦ ଖବର ପାଇବା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ଶ୍ରୀତମ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ ଥିଲେ । ଏନେଇ ତାଙ୍କର ମୃତ୍ୟୁ ପରେ ଏବେ ଘରର ମେରୁଦଣ୍ଡ ଭୁଶୁଡି ପଡିଛି । କେବଳ ଶ୍ରୀତମ ନୁହେଁ, ଗତ ୩୧ ତାରିଖରେ ମଧ୍ୟ ଆଉ ଜଣଙ୍କର ମୃତ୍ୟ ହୋଇଥିଲା। ଯିଏକି ଏହି ଅଘଟଣରେ ପ୍ରାଣ ହରାଇଥିବା ପ୍ରଥମ ବ୍ୟକ୍ତି ଥିଲେ । ସେ ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦିଲ୍ଲୀପ ସାମନ୍ତରାୟ। ଗତ ୨୯ ତାରିଖ ଶୁକ୍ରବାର ହୋଇଥିବା ବିସ୍ଫୋରଣ ଘଟଣାରେ ତାଙ୍କର ମୃତ୍ୟୁ‌ ହୋଇଥିଲା। ସେ ଏସି ମେଣ୍ଟନାନ୍ସ କାର୍ଯ୍ୟର ମୁଖ୍ୟ ମେକାନିକ୍ ଥିଲେ । ଏହି ଘଟଣାରେ ଗୁରୁତର ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଜୀବନ ଗଲାଣି । ଆଉ ଦୁଇ ଜଣଙ୍କର ସ୍ଥିତି କେମିତି ଅଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରୁନଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ କିଛି ତଥ୍ୟ ଲୁଚାଉଥିବା ନେଇ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ...ମେଡିକାଲ ବିସ୍ଫୋରଣ ଘଟଣା: ସ୍ୱାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ପତ୍ନୀ

ଅନ୍ୟପଟେ ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ପରେ ବି ଏହି ବିସ୍ଫୋରଣ କାହିଁକି ଘଟିଲା, କାହାର ଅବହେଳାରୁ ଏପରି ଘଟିଲା, ଏହା ମେସିନରୀ ଫଲ୍ଟ ନା ଦୁର୍ଘଟଣା ସେ ବାବଦରେ ତଦନ୍ତକୁ ନେଇ ଏଯାଏଁ କୌଣସି ସୂଚନା ଦେଇନାହିଁ ପୋଲିସ । କିନ୍ତୁ ୨ ଟି UD (unnatural death) କେସ ରେକର୍ଡ ହୋଇଥିବା ଜଣାପଡିଛି । ଘଟଣାକୁ କମିଶନରେଟ ପୋଲିସ ଓ ଅଗ୍ନିଶମ ବିଭାଗ ହାଲୁକା ଭାବେ ନେଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ କହିଛି, "କୌଣସି ରିପୋର୍ଟ ଆସିନାହିଁ, ସେନେଇ ତଦନ୍ତ ହୋଇନାହିଁ।" ସେପଟେ ଅଗ୍ନିଶମ ବିଭାଗ ମଧ୍ୟ କୌଣସି ଅଗ୍ନିକାଣ୍ଡ ଘଟିନାହିଁ ବୋଲି ଘଟଣାକୁ ଏଡାଇ ଦେଉଥିବା ଚର୍ଚ୍ଚା ହେଉଛି । ଦୁଇ ଜଣଙ୍କ ମୃତ୍ୟୁ ପରେ ବି ତଦନ୍ତର ଶିଥିଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.