ETV Bharat / state

ଜିରୋ ନାଇଟ୍ ସେଲିବ୍ରେସନ ବେଳେ କେମିତି ଥିଲା ସୁରକ୍ଷା ବ୍ୟବସ୍ଥା ? ଏମିତି କହିଲେ ଡିସିପି ...

author img

By ETV Bharat Odisha Team

Published : Jan 1, 2024, 7:30 PM IST

୨୦୨୪କୁ ସ୍ବାଗତ କରିବା ପାଇଁ ବିଳମ୍ବିତ ରାତିରେ ହୋଇଥିଲା ଜିରୋ ନାଇଟ୍ ସେଲିବ୍ରେସନ । ଏଥିପାଇଁ ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା କଡ଼ାକଡ଼ି କରିଥିଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଆଜି ନୂଆବର୍ଷର ପ୍ରଥମ ଦିନ । ୨୦୨୪କୁ ସ୍ବାଗତ କରିବା ପାଇଁ ବିଳମ୍ବିତ ରାତିରେ ହୋଇଥିଲା ଜିରୋ ନାଇଟ୍ ସେଲିବ୍ରେସନ । ଏହି ଦିନକୁ ସମସ୍ତେ ଖୁବ ଜାକଜମକର ସହ ସ୍ବାଗତ କରିଛନ୍ତି। ଏଥିପାଇଁ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବ୍ୟାପକ ବନ୍ଦୋବସ୍ଥ କରାଯାଇଥିଲା । ଛକ ଛକରେ ପୋଲିସ ମୁତୟନ ରହିଥିଲେ । ଯେପରି କୌଣସି ଅପରାଧିକ କାଣ୍ଡ ନଘଟେ ସେଥିପ୍ରତି ତତ୍ପର ରହିଥିଲା ପୋଲିସ । ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ ଚେକିଂ କଡ଼ାକଡି ହୋଇଥିଲା ।

ଜିରୋ ନାଇଟ ସେଲିବ୍ରେସନ ସହ ନୂଆ ବର୍ଷକୁ ବେଶ ଧୁମଧାମରେ ସ୍ୱାଗତ କରିଛନ୍ତି ରାଜଧାନୀବାସୀ । ଏନେଇ ସହରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପୋଲିସର ବ୍ୟବସ୍ଥିତ ଆଇନ ଶୃଙ୍ଖଳା ପାଇଁ ନୂଆବର୍ଷ ପାଳନ ସୁରୁଖୁରରେ ହୋଇଛି। ତେବେ ପୋଲିସ ତରଫରୁ ଅନେକ ବ୍ୟବସ୍ଥା ହୋଇଥିବାବେଳେ ସହରର ବିଭିନ ସ୍ଥାନରେ ଲୋକଙ୍କ ସୁରକ୍ଷାକୁ ନେଇ ଯାଞ୍ଚ କରାଯାଇଥିଲା । ବିଳମ୍ବିତ ରାତି ଯାଏଁ ପେଟ୍ରୋଲିଙ୍ଗ ସହ ଯାଞ୍ଚ ପକ୍ରିୟାକୁ ତ୍ଵରାନିତ୍ଵ କରିଥିଲା କମିଶନରେଟ ପୋଲିସ । ଡିସିପି ନିଜେ ଗ୍ରାଉଣ୍ଡ ଜିରୋରେ ରହି ସ୍ଥିତି ପରଖିବା ସହ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ।

ଏହାସହ କର୍ତ୍ତବ୍ୟରେ ଥାଇ ନିଜେ ନୂଆବର୍ଷ ପାଳନ କରିବାକୁ ଭୁଲିଯାଇଥିବା ଅଧିକାରୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଡିସିପି । ରାଜଧାନୀବାସୀଙ୍କୁ ନୂଆ ବର୍ଷର ଶୁଭକାମନା ଜଣାଇବା ସହ ଡିସିପି ପ୍ରତୀକ ସିଂ କହିଛନ୍ତି, ନୂଆବର୍ଷ ସମସ୍ତଙ୍କ ପାଇଁ ଶୃଙ୍ଖଳିତ ଓ ସୁରକ୍ଷିତ ହେଉ । ସହରର ଆଇନ ଶୃଙ୍ଖଳାର ଦାୟିତ୍ୱ ପ୍ରତି ଅଧିକ କ୍ରିୟାଶୀଳ ହେବା ପାଇଁ ଆମେ ପ୍ରତିଶୃତିବଦ୍ଧ । ଏଣୁ ସେଲିବ୍ରେସନ ଶେଷ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକକୁ ଜଗିବା ଆମର ଦାୟିତ୍ବ ।" ମାଷ୍ଟର କ୍ୟାଣ୍ଟିନଠାରେ ଆଇନଶୃଙ୍ଖଳାର ତଦାରଖ କରିଥିଲେ ଡିସିପି ପ୍ରତୀକ ସିଂ ।

ଏହା ମଧ୍ୟ ପଢନ୍ତୁ...ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ପୋଲିସ କମିଶନର ଓ ଡିସିପି

ଏହା ମଧ୍ୟ ପଢନ୍ତୁ...ନୂଆବର୍ଷ ୨୦୨୪କୁ ସ୍ୱାଗତ କଲେ ରାଜଧାନୀବାସୀ

ଅପରପକ୍ଷେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ତେବେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯାଇଛି । ଯାହାକୁ ନେଇ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଜିରୋ ନାଇଟ୍ ସେଲିବ୍ରେସନ ବେଳେ ମଧ୍ୟ ପୋଲିସର କଡ଼ା ସୁରକ୍ଷା ଯୋଗୁ ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.