ETV Bharat / state

ତିନି ଦିନିଆ ବ୍ରହ୍ମପୁର ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜର୍ଦୋସ - ଓଡ଼ିଶା ଗସ୍ତରେ ରେଳରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜର୍ଦୋସ

ମନ୍ତ୍ରୀ କହିଛନ୍ତି ଦେଶର ବିଭିନ୍ନ ଲୋକସଭା କ୍ଷେତ୍ରକୁ ଗସ୍ତ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ତିନିଦିନିଆ ବ୍ରହ୍ମପୁର ଲୋକସଭା ମଣ୍ଡଳୀ ଗସ୍ତ ସମୟରେ ଦଳର ମଣ୍ଡଳ ସ୍ତର ଠାରୁ ଆରମ୍ଭ ଜିଲ୍ଲା ପଦାଧିକାରୀ ଙ୍କ ସହିତ ଆଲୋଚନା କରିବେ । ଅଧିକ ପଢନ୍ତୁ

ତିନି ଦିନିଆ ବ୍ରହ୍ମପୁର ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜର୍ଦୋସ

author img

By

Published : Jan 10, 2023, 11:45 AM IST

ବ୍ରହ୍ମପୁର: ତିନି ଦିନିଆ ବ୍ରହ୍ମପୁର ଲୋକସଭା ମଣ୍ଡଳୀ ଗସ୍ତରେ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜର୍ଦୋସ । ଟ୍ରେନ ଯୋଗେ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋସ ବ୍ରହ୍ମପୁର ପହଞ୍ଚିବା ପରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ମନ୍ତ୍ରୀ ରାଜ୍ୟ ସରକାର କେନ୍ଦ୍ରର ବିଭିନ୍ନ ଅର୍ଥ ଓ ଯୋଜନାର ନାମ ପରିବର୍ତ୍ତନ କରି ଜନତାଙ୍କୁ ଭୂଆଁ ବୁଲାଉଥିବା , ବିଭିନ୍ନ ରେଳପଥ ଯୋଜନାରେ କେନ୍ଦ୍ର ସରକାରଙ୍କୁ ସହଯୋଗ କରୁନଥିବା ଅଭିଯୋଗ କରିଥିଲେ ।

ମନ୍ତ୍ରୀ କହିଛନ୍ତି,"ଦେଶର ବିଭିନ୍ନ ଲୋକସଭା କ୍ଷେତ୍ରକୁ ଗସ୍ତ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ତିନିଦିନିଆ ବ୍ରହ୍ମପୁର ଲୋକସଭା ମଣ୍ଡଳୀ ଗସ୍ତ ସମୟରେ ଦଳର ମଣ୍ଡଳ ସ୍ତରଠାରୁ ଆରମ୍ଭ ଜିଲ୍ଲା ପଦାଧିକାରୀଙ୍କ ସହିତ ଆଲୋଚନା କରିବେ । ଏପରିକି ମନ୍ତ୍ରୀ ରାଜ୍ୟରେ ମହିଳା ଦୁଷ୍କର୍ମ ମାମଲା ଚିନ୍ତାଜନକ ବୋଲି କହିବା ସହିତ ଅନେକ ରେଳପଥ ନୂତନ ଯୋଜନାରେ ରାଜ୍ୟ ସହଯୋଗ କରୁନଥିବାରୁ ଜମି ଅଧିଗ୍ରହଣ ନାନା ସମସ୍ୟା ହେଉଛି ।"

ଅନ୍ୟପଟେ ଗୁଜରାଟ ପରି ଓଡିଶାରେ ଯଦି ଡବଲ ଇଞ୍ଜିନ ସରକାର ଗଠନ ହୁଏ ତେବେ ରାଜ୍ୟରେ ରେଳପଥ ସମେତ ବିଭିନ୍ନ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଆୟୋଜିତ ପ୍ରଥମ ଦିବସର ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, କାହ୍ନୁ ଚରଣ ପତି, ସରୋଜ ସାବତ, ମନୋରଞ୍ଜନ ଦ୍ୟାନ ସାମନ୍ତରା , ପ୍ରଶାନ୍ତ କରଙ୍କ ସମେତ ଦଳର ଜିଲ୍ଲା ସମେତ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବହୁ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.