ଖୋର୍ଦ୍ଧା: ଜିଲ୍ଲାରେ ଆରମ୍ଭ ହେଲା ପବିତ୍ର ଦଣ୍ଡ ପର୍ବ । ପୁରଠୁ ପଲ୍ଲୀ ସବୁଠି ଝୁଣା ଓ ଗୋକୁଳ ଧୂପରେ ହେଉଛି ସୁବାସିତ । ନିଷ୍ଠା ଓ କାଷ୍ଠା ସହକାରେ ଏହି ପର୍ବକୁ ପାଳନ କରୁଛନ୍ତି ମାନସିକଧାରୀ । ଦିନସାରା ନିର୍ଜଳ ଉପବାସ କରି ମହାପ୍ରଭୁ ଶିବ ଓ ମା କାଳିକାଙ୍କୁ ସୁମରଣା କରୁଛନ୍ତି ଦଣ୍ଡୁଆ । ନିଆଁ ଖେଳ ଖେଳି ବିଶ୍ବର ମଙ୍ଗଳ କାମନା ମଧ୍ୟ କରୁଛନ୍ତି ।
ଜିଲ୍ଲାରେ ଚଳିତ ବର୍ଷ ଏହି ଯାତ୍ରା କୋଭିଡ କଟକଣା ଓ ସୀମିତ ମାନସିକଧାରୀଙ୍କ ଉପସ୍ଥିତିରେ କରାଯାଉଥିବା ଦେଖାଦେଇଛି । ବିଶେଷକରି ଜିଲ୍ଲାର ବାଣପୁର,ବାଲୁଗାଁ,ବେଗୁନିଆ ଓ ବୋଲଗଡ଼ ଅଞ୍ଚଳର ଗାଁରେ ଏହି ଯାତ୍ରା ପାଇଁ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ