ETV Bharat / state

ଡକାୟତି ଯୋଜନା ପଣ୍ଡ, ମାରଣାସ୍ତ୍ର ସହ 3 ଗିରଫ - crime

ବୁଧବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ସଦର ଥାନା ପୋଲିସ ଡକାୟତି ଯୋଜନା କରୁଥିବା ସୂଚନା ପାଇଥିଲା । ଆଉ ତାପରେ ତାପଙ୍ଗ ଅଞ୍ଚଳରେ ଚଢାଉ କରିଥିଲା ପୋଲିସ। ସେଠାରେ ଦୁର୍ବୃତ୍ତମାନେ ଡକାୟତି ଯୋଜନା କରୁଥିବାବେଳେ ଧରାପଡିଥିଲେ 3 ଦୁର୍ବୃତ୍ତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Mar 28, 2019, 7:56 PM IST

ଖୋର୍ଦ୍ଧା: ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସାରା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଏଣିକି ଲୁଟେରା, ଡକାୟତ, ଚୋରାଚାଲାଣ ଭଳି ସମସ୍ତ କାର୍ଯ୍ୟକୁ ପୋଲିସ ପଣ୍ଡ କରୁଛି । ବୁଧବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ସଦର ଥାନା ପୋଲିସ ଡକାୟତି ସମ୍ପର୍କରେସୂଚନା ପାଇଥିଲା । ଆଉ ତାପରେ ତାପଙ୍ଗ ଅଞ୍ଚଳରେ ଚଢାଉ କରିଥିଲା ପୋଲିସ।

ସୂଚନା ଅନୁସାରେ ତାପଙ୍ଗ ଅଞ୍ଚଳରେ 5 ଜଣ ଦୁର୍ବୃତ୍ତ ଡକାୟତି ଯୋଜନା କରୁଥିବାବେଳେ ସେମାନଙ୍କ ମଧ୍ୟରୁ 2 ଜଣ ଖସି ପଳାଇଛନ୍ତି। ଅନ୍ୟ 3ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଖୋର୍ଦ୍ଧା ସଦର ଥାନା ପୋଲିସ । ଗିରଫ ଦୁର୍ବୃତ୍ତମାନେ ହେଲେ ଟାଙ୍ଗି ଥାନା ଅନ୍ତର୍ଗତ ସୋରଣ ଗ୍ରାମର ସୁରିଆ ଦାସ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଗ୍ରାମର ରାକେଶ ମଣ୍ଡଳ, ବାଣପୁର ଥାନା ଅନ୍ତର୍ଗତ ଅଳନ୍ଦ ଗ୍ରାମର ଗୁରୁବାରୀ ନାୟକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଏବଂ ଦୁଇଟି କଟୁରି ଜବତ କରାଯାଇଛି । ସେପଟେ ଆଜି ଖୋର୍ଦ୍ଧା ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଏସପି ଅମୂଲ୍ୟ କୁମାର ଦାସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ନ୍ୟୁଜ

Intro:Body:

STORY

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.