ETV Bharat / state

ଦଧିମାଛ ଗାଡିଆ ଗୁଳିକାଣ୍ଡ ମାମଲା: ମୁଖ୍ୟ ହତ୍ୟାକାରୀ ଗିରଫ, 3.5 କୋଟିର ବ୍ରାଉନ ସୁଗାର ଜବତ

author img

By

Published : Jul 8, 2020, 1:45 PM IST

ଦଧିମାଛ ଗାଡିଆ ଗୁଳିକାଣ୍ଡ ମାମଲାର ମୁଖ୍ୟ ହତ୍ୟାକାରୀ ଗିରଫ କରିଛି ସ୍ବତନ୍ତ୍ର ଟିମ । ତା ନିକଟରୁ ସାଢେ 3 କୋଟିର ବ୍ରାଉନ ସୁଗାର ଜବତ ହେବା ସହ ହତ୍ୟା ବ୍ୟବହୃତ ପିସ୍ତଲ,ସିଲ ମେସିନ,ଦୁଇଟି ଓଜନ ମେସିନ,ଗୋଟିଏ ମଟର ସାଇକେଲ ଏବଂ ନଗଦ 16 ହଜାର 500 ଟଙ୍କା ଜବତ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଦଧିମାଛ ଗାଡିଆ ଗୁଳିକାଣ୍ଡ: ମୁଖ୍ୟ ହତ୍ୟାକାରୀ ଗିରଫ, ସାଢ଼େ ତିନି କୋଟିର ବ୍ରାଉନ ସୁଗାର ଜବତ

ଖୋର୍ଦ୍ଧା: ଦଧିମାଛ ଗାଡିଆ ଗୁଳିକାଣ୍ଡ ମାମଲାର ମୁଖ୍ୟ ହତ୍ୟାକାରୀ ଗିରଫ । ଖୋର୍ଦ୍ଧା ଏସପିଙ୍କ ଦ୍ବାରା ଗଠନ ହୋଇଥିବା ଏକ ସ୍ବତନ୍ତ୍ର ଟିମ ଆଜି ମନୋରଞ୍ଜନକୁ ଗିରଫ କରିଥିବାବେଳେ ତା ନିକଟରୁ 3 କେଜି 602 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ସାଢେ 3 କୋଟି ଟଙ୍କା ହେବ ବୋଲି କୁହାଯାଉଛି ।

ସୂଚନାନୁଯାୟୀ, ଦଧିମାଛ ଗାଡିଆ ଗୁଳିକାଣ୍ଡ ମାମଲାର ମୁଖ୍ୟ ହତ୍ୟାକାରୀ 20 ବର୍ଷୀୟ ମନୋରଞ୍ଜନ ସାହୁକୁ ଆଜି ଏକ ସ୍ବତନ୍ତ୍ର ଟିମ ଜଟଣୀ ବାଇପାସ ରୋଡରୁ ଗିରଫ କରିଛି । ତାଙ୍କ ନିକଟରୁ 3 କୋଟିର ବ୍ରାଉନ ସୁଗାର ଜବତ ହେବା ସହ ହତ୍ୟାରେ ବ୍ୟବହୃତ ପିସ୍ତଲ, ସିଲ ମେସିନ,ଦୁଇଟି ଓଜନ ମେସିନ,ଗୋଟିଏ ମୋଟର ସାଇକେଲ ଏବଂ ନଗଦ 16 ହଜାର 500 ଟଙ୍କା ଜବତ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି ।

ସେହିପରି ଅଭିଯୁକ୍ତ ନାମରେ ବିଭିନ୍ନ ମାମଲା ରହିଥିବା ଡିଆଇଜି କହିଛନ୍ତି। ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଆଇଜି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.