ETV Bharat / state

ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଉଡିଲା ଟଙ୍କା, ଗ୍ରାହକଙ୍କ ପାଇଁ ନୋଟିସ୍‌ ଜାରି କଲା RBI - ଆରବିଆଇ ସାମ୍ନାରେ ଟଙ୍କା ଫିଙ୍ଗିଲେ ଗ୍ରାହକ

ରାଜଧାନୀରେ ଉଡ଼ିଲା ଟଙ୍କା । ଭୁବନେଶ୍ବର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସମ୍ମୁଖରେ ଉଡିଲା ପୁରୁଣା ଚିରା ଓ ଫଟା ନୋଟ । ରିଜର୍ଭ ବ୍ୟାଙ୍କକୁ ଟଙ୍କା ବଦଳାଇବାକୁ ଆସିଥିଲେ ଲୋକ । ସେପଟେ ଅନ୍ୟ ବ୍ୟାଙ୍କ ଗୁଡ଼ିକରେ ନୋଟ ବଦଳାଇ ହେବ ନେଇ ନୋଟିସ ଜାରି କଲା ଆରବିଆଇ । ଅଧିକ ପଢ଼ନ୍ତୁ

RBI ଆଗରେ ଉଡ଼ିଲା ଟଙ୍କା
RBI ଆଗରେ ଉଡ଼ିଲା ଟଙ୍କା
author img

By ETV Bharat Odisha Team

Published : Oct 11, 2023, 6:49 PM IST

RBI ଆଗରେ ଉଡ଼ିଲା ଟଙ୍କା

ଭୁବନେଶ୍ବର: ରାଜଧାନୀରେ ଉଡ଼ିଲା ଟଙ୍କା । ଭୁବନେଶ୍ବର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସମ୍ମୁଖରେ ଉଡିଲା ପୁରୁଣା ଚିରା ଓ ଫଟା ନୋଟ । ରିଜର୍ଭ ବ୍ୟାଙ୍କକୁ ଟଙ୍କା ବଦଳାଇବାକୁ ଆସିଥିଲେ ଲୋକ । କିନ୍ତୁ ବ୍ୟାଙ୍କ ଟଙ୍କା ବଦଳ କରୁନଥିବାରୁ ଟଙ୍କା ଉଡ଼ାଇଲେ ଅସନ୍ତୁଷ୍ଟ ଗ୍ରାହକ । ଆରବିଆଇ କର୍ତ୍ତୃପକ୍ଷ ଟଙ୍କାକୁ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଲୋକେ । ସେପଟେ ଅନ୍ୟ ବ୍ୟାଙ୍କ ଗୁଡ଼ିକରେ ନୋଟ ବଦଳାଇ ହେବ ନେଇ ନୋଟିସ୍‌ ଜାରି କରିଛି ଆରବିଆଇ।

ତେବେ ଭୁବନେଶ୍ୱରରେ ଥିବା ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଟଙ୍କା ବଦଳ ପାଇଁ ଆସିଥିବା ଗ୍ରାହକ ବ୍ୟାଙ୍କ ସେମାନଙ୍କର ଟଙ୍କା ବଦଳ କରୁନଥିବାରୁ ଅସନ୍ତୋଷ ଝାଡି ଟଙ୍କା ଉଡ଼ାଇଛନ୍ତି । ଟଙ୍କା ଫେରାଇବାକୁ ଆସୁଥିବା ଗ୍ରାହାକମାନଙ୍କ ଟଙ୍କାକୁ ଗ୍ରହଣ କରୁନାହାନ୍ତି ଆରବିଆଇ କର୍ତ୍ତୃପକ୍ଷ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଅତିଷ୍ଠ ହୋଇ ଟଙ୍କା ଯଦି ଆରବିଆଇ ନନେବ ତେବେ ଏହି ଅଚଳ ଟଙ୍କା କଣ ହେବ ବୋଲି କହି ବ୍ୟାଙ୍କ ସମ୍ମୁଖରେ ଟଙ୍କା ଫୋପାଡି଼ ଦେଇଥିଲେ । କେବଳ ଏତିକି ନୁହେଁ ଅନେକ ସମୟ ଧରି ଧାଡିରେ ଛିଡା ହୋଇ ବାରମ୍ବାର ଟଙ୍କା ଫେରାଇବାକୁ ଆସିବା ପରେ ମଧ୍ୟ କୌଣସି ନିୟମ ନଦେଖାଇ କେବଳ ୨୦୦୦ ଟଙ୍କାକୁ ଛାଡି ଅନ୍ୟ କୌଣସି ନୋଟକୁ ଆରବିଆଇ ଗ୍ରହଣ କରୁନାହିଁ । ତେଣୁ ଆରବିଆଇର ଏହି ମନମୁଖୀ କାର୍ଯ୍ୟକଳାପର ପ୍ରତିବାଦରେ ଟଙ୍କାକୁ ତଳେ ଫିଙ୍ଗିଦେଇଥିବା ଅଭିଯୋଗକାରୀମାନେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...2000 ଟଙ୍କିଆ ବଦଳର ଆଜି ଶେଷ ଦିନ; ଡେଡଲାଇନ ସରିଲା ପରେ ବି ଏମିତି କରିହେବ ଏକ୍ସଚେଞ୍ଜ

ଅଭିଯୋଗ ହୋଇଛି ଯେ, ଆରବିଆଇକୁ ଟଙ୍କା ଫେରାଇବାକୁ ଆସୁଥିବା ବେଳେ ଆରବିଆଇ ଏହାକୁ ଗ୍ରହଣ ନକରି ଅନ୍ୟ ବ୍ୟାଙ୍କକୁ ଯିବା ପାଇଁ କହୁଥିବା ବେଳେ ଅନ୍ୟ ବ୍ୟାଙ୍କ ଚିରା ଫଟା ଟଙ୍କା ରଖିବାକୁ ମନା କରୁଛନ୍ତି । ଏଭଳି ଏପଟ ଓ ସେପଟ ହୋଇ ୧ ତାରିଖରୁ ଗ୍ରାହକ ମାନେ ଟଙ୍କା ଫେରାଇ ପାରୁନଥିବା କହିଛନ୍ତି । ସେପଟେ ଗତ ୩ ତାରିଖରୁ ପୁରୁଣା ନୋଟ୍‌ ବଦଳ କାଉଣ୍ଟର ବନ୍ଦ ଥିବା ଆରବିଆଇ କର୍ତ୍ତୃପକ୍ଷ କହିଛନ୍ତି ।

ତେବେ ଏନେଇ ଲିଖିତ ଭାବେ କିଛି ନୋଟିସ୍‌ ବାହାରି ନଥିବା ବେଳେ ଗଣମାଧ୍ୟମରେ ମଧ୍ୟ ଏସଂକ୍ରାନ୍ତୀୟ ଖବର ପ୍ରକାଶିତ ହୋଇନି । ତେଣୁ ପ୍ରତିଦିନ ୨ ଶହରୁ ୩ ଶହ ଲୋକ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଫେରୁଛନ୍ତି ବୋଲି ଅଭିଯୋଗକାରୀ କହିଛନ୍ତି । ସେପଟେ ଆଜି(ବୁଧବାର) ବ୍ୟାଙ୍କ ସମ୍ମୁଖରେ ଉତ୍ତେଜନା ପ୍ରକଶ ପାଇବା ପରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବା ସହ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ବ୍ୟାଙ୍କ ପୁଣି ଥରେ ଟଙ୍କା ନେଉ ବୋଲି ଦାବି କରିବା ସହ ଗ୍ରାହକଙ୍କ ସଚେତନତା ପାଇଁ ନୋଟିସ୍‌ କରନ୍ତୁ ବୋଲି ଦାବି କରିଛନ୍ତି ।

ସେପଟେ ସାଧାରଣ ଲୋକଙ୍କ ଏଭଳି ପ୍ରତିବାଦ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଲୋକଙ୍କ ସୁବିଧାକୁ ନଜରରେ ରଖି ସବୁ ବ୍ୟାଙ୍କରେ ଏହି ଟଙ୍କାକୁ ଫେରାଇ ହେବ ବୋଲି ନିୟମ ଥିବା କହିଥିବା ବେଳେ ତୁରନ୍ତ ଏନେଇ ଏକ ନୋଟିସ୍‌ ଜାରି କରିଛି । ଆରବିଆଇ ବ୍ୟତୀତ ଅନ୍ୟ ବ୍ୟାଙ୍କ ଗୁଡ଼ିକରେ ମଧ୍ୟ ଗ୍ରାହକମାନ ସେମାନଙ୍କ ଚିରା ଫଟା ଟଙ୍କାକୁ ବଦଳ କରିପାରିବେ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.