ETV Bharat / state

ଖୋର୍ଦ୍ଧାରେ କାଉ ମଡକ; ବାର୍ଡ ଫ୍ଲୁ ଆଶଙ୍କାରେ ଲୋକେ ଭୟଭୀତ - ଖୋର୍ଦ୍ଧା ପ୍ରାଣୀଧନ ବିଭାଗ

Bird flu scare in Khordha: 2ରୁ 3 ଦିନ ମଧ୍ୟରେ ଖୋର୍ଦ୍ଧାରେ ଏକାଧିକ କାଉଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ବାର୍ଡ ଫ୍ଲୁ ଯୋଗୁଁ କାଉ ମଡକ ଦେଖାଯାଇଥିବା ସ୍ଥାନୀୟ ଲୋକମାନେ ଆଶଙ୍କା କରୁଛନ୍ତି । ଅଧିକ ପଢନ୍ତୁ

many crow died in khordha
ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଆଶଙ୍କା
author img

By ETV Bharat Odisha Team

Published : Dec 12, 2023, 10:37 AM IST

ଖୋର୍ଦ୍ଧା: ଜିଲ୍ଲାରେ କାଉ ମଡକ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ମଧ୍ୟରେ ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ଏକାଧିକ କାଉଙ୍କ ମୃତଦେହ ପଡିଥିବାର ଦେଖାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଲୋକମାନେ ବାର୍ଡ ଫ୍ଲୁ ଆଶଙ୍କା କରିବା ସହ ଏନେଇ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ପୁବୁସାହି ଗ୍ରାମର ଏକ ମନ୍ଦିର ନିକଟରେ ପ୍ରାୟ ୮ରୁ ୧୦ କାଉ ଏବଂ ପୁବୁସାହି ବଜାର ନିକଟରେ ୧୦ରୁ ୧୨ କାଉ ମରି ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଗତ 2 ଦିନ ମଧ୍ୟରେ ଏତେ ସଂଖ୍ୟାରେ କାଉ ମରିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ଦୁଇ ଦିନ ହେବ କାଉ ମଡ଼କକୁ ଦେଖି ସ୍ଥାନୀୟ ଲୋକେ ବାର୍ଡ ଫ୍ଲୁ ଆଶଙ୍କା କରିବା ସହ ଏନେଇ ପ୍ରାଣୀଧନ ବିଭାଗକୁ ଖବର ଦେଇଥିଲେ ।

ଖବର ମିଳିବା ପରେ ସୋମବାର ସନ୍ଧ୍ୟାରେ ଜିଲ୍ଲା ପ୍ରାଣୀଧନ ଉପନିର୍ଦ୍ଦେଶକ ମାନସ କୁମାର ଚାନ୍ଦଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ଏଠାରେ କାଉ ମଡ଼କର ସତ୍ୟତା ଥିବା ଟିମ୍‌ର ସଦସ୍ୟମାନେ ଜାଣିବାକୁ ପାଇଛନ୍ତି । ମରି ପଡ଼ିଥିବା କାଉଗୁଡ଼ିକର ମୃତ୍ୟୁ ୨ରୁ ୩ ଦିନ ପୂର୍ବରୁ ହୋଇଥିବାରୁ ସେଗୁଡ଼ିକ ପରୀକ୍ଷା ଲାଗି ପଠାଇବା ବିଭାଗ ପାଇଁ କାଠିକର ହୋଇପଡ଼ିଛି ।

ଏହାମଧ୍ୟ ପଢନ୍ତୁ.. ରୋକିହେବ ବାର୍ଡ ଫ୍ଲୁ ! ଜିନ ଏଡିଟେଡ କୁକୁଡା ତିଆରି କଲେ ବୈଜ୍ଞାନିକ

ତେଣୁ ମୃତ କାଉଗୁଡ଼ିକ ନମୂନା ସଂଗ୍ରହ ପରେ ତାକୁ ନିଆଁ ଲଗାଇ ଗାତରେ ପୋତି ଦିଆଯାଇଥିବା ଜିଲ୍ଲା ପ୍ରାଣୀଧନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ କେଉଁ ପରିସ୍ଥିତିରେ କାଉ ମଡ଼କ ହେଉଛି ତାହାର କାରଣ ଖୋଜିବାକୁ ବିଭାଗ ଯାଞ୍ଚ ଜାରି ରଖିଥିବା ସୂଚନା ମିଳିଛି ।

ଏନେଇ ପ୍ରାଣୀଧନ ଉପନିର୍ଦ୍ଦେଶକଙ୍କ କହିଛନ୍ତି, "କେଉଁ ପରିସ୍ଥିତିରେ ଏହି ପକ୍ଷୀମାନଙ୍କ ମୃତ୍ୟୁ ହୋଇଛି ତାହାର ଯାଞ୍ଚ ଜାରି ରହିଛି । ଆଜି (ମଙ୍ଗଳବାର)ଠାରୁ ସ୍ଥାନୀୟ ଅଞ୍ଚଳରେ ଥିବା କୁକୁଡ଼ା ଏବଂ ଅନ୍ୟ ମୃତ କାଉଙ୍କ ନମୂନା ସଂଗ୍ରହ କରିବା ପକ୍ରିୟା ଆରମ୍ଭ ହେବ । କଟକ ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା ଲାବରେଟୋରୀକୁ ଏସବୁ ନମୂନା ପଠାଇବା ବ୍ୟବସ୍ଥା କରାଯିବ । କୁକୁଡ଼ାମାନଙ୍କର ରକ୍ତ ଓ ସ୍ବାବ ନମୂନା ସଂଗ୍ରହ କରାଯାଇ ଭୋପାଳ ପଠାଯିବ ।" ଅନ୍ୟପଟେ ଏନେଇ ଆତଙ୍କିତ ନ ହେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ପ୍ରାଣୀଧନ ଉପନିର୍ଦ୍ଦେଶକ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.