ETV Bharat / state

ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ୍, ଗଣମାଧ୍ୟମକୁ ତଥ୍ୟ କମ୍ ଗାଳି ଅଧିକ ! - ନବ ଦାସ ହତ୍ୟା ମାମଲା

ନବ ଦାସ ହତ୍ୟା ମାମଲାରେ FBI ସହଯୋଗ ନେଇ ସ୍ପଷ୍ଟୀକରଣ ରଖିଛି କ୍ରାଇମବ୍ରାଞ୍ଚ । ପ୍ରେସ ରିଲିଜ୍‌ରେ ଗୋପାଳ ଦାସର ବ୍ୟକ୍ତିଗତ ଶତୃତା ରାଜ ଖୋଲିବା ବଦଳରେ ମିଡିଆ ରିପୋର୍ଟ ନେଇ ସ୍ପଷ୍ଟୀକରଣ ରଖିଛି କ୍ରାଇମବ୍ରାଞ୍ଚ । ଅଧିକ ପଢ଼ନ୍ତୁ

ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ୍
ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ୍
author img

By

Published : May 27, 2023, 10:41 PM IST

Updated : May 28, 2023, 11:43 AM IST

ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ୍

ଭୁବନେଶ୍ବର: ନବ ଦାସ ହତ୍ୟା ମାମଲା ନେଇ କ୍ରାଇମବ୍ରାଞ୍ଚର ଅଜବ ସ୍ପଷ୍ଟୀକରଣ । ହତ୍ୟାକାରୀ ଗୋପାଳ ଦାସର ବ୍ୟକ୍ତିଗତ ଶତୃତା ରାଜ ଖୋଲିଲାନି କ୍ରାଇମବ୍ରାଞ୍ଚ । ଅଥଚ ମିଡିଆ ରିପୋର୍ଟ ନେଇ ରଖିଛି ସ୍ପଷ୍ଟୀକରଣ । ଏନେଇ ପ୍ରେସ ରିଲିଜ ଜରିଆରେ ତିନୋଟି ଦିଗ ଉପରେ ଗୁରୁତ୍ବ ଦେଇ କ୍ରାଇମବ୍ରାଞ୍ଚ କାରଣ ଦର୍ଶାଇଛି । ଆମେରିକାର FBI ସହଯୋଗ ପାଇଁ ଗୃହ ମନ୍ତ୍ରାଳୟ ନିକଟରେ କ୍ରାଇମବ୍ରାଞ୍ଚ ଆବେଦନ କରିନଥିବା ଖବର ଭୁଲ ବୋଲି କହିଛି କ୍ରାଇମବ୍ରାଞ୍ଚ । ଏପରିକି ଏହା ସମ୍ପୂର୍ଣ୍ଣ ଦାୟିତ୍ବହୀନତା, ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୃହ ମନ୍ତ୍ରାଳୟକୁ ନିବେଦନ କରାଯାଇଥିବା ସ୍ପଷ୍ଟ କରାଯାଇଛି ।

ଅନ୍ୟପଟେ ଗୋପାଳର ମାନସିକ ସ୍ଥିତି ନେଇ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି, ଗୋପାଳର ପରିବାର ଅଭିଯୋଗ ଆଣିଥିଲେ ଯେ ସେ ମାନସିକ ରୋଗୀ । ସେ ମେଡିସିନ୍ ମଧ୍ୟ ସେବନ କରୁଥିଲେ ବୋଲି ପରିବାର କହିଥିଲେ । କିନ୍ତୁ ମାନସିକ ବିଶେଷଜ୍ଞ କହିଥିଲେ ସେ ସୁସ୍ଥ ଏବଂ ଆହୁରି ପରୀକ୍ଷା ପାଇଁ ମତ ଦେଇଥିଲେ । ଏଥିପାଇଁ ସମ୍ବେଦନଶୀଳତା ଦୃଷ୍ଟିରୁ ଏହାକୁ ବିଶେଷଜ୍ଞଙ୍କ ଦ୍ଵାରା ତଦନ୍ତ ପାଇଁ ସହଯୋଗ ଲୋଡିଥିଲା କ୍ରାଇମବ୍ରାଞ୍ଚ । ଦିଲ୍ଲୀ CFSL ସହ ଗୁଜରାଟ ଫରେନସିକ ଲ୍ୟାବର ମଧ୍ୟ ସହଯୋଗ ନିଆଯାଇଥିଲା । ଏସସିବି କଟକ ସହୟତା ନେବା ସହ NIMHANSକୁ ମଧ୍ୟ ସହଯୋଗ ପାଇଁ ନିବେଦନ କରାଯାଇଥିଲା । କିନ୍ତୁ ଏହିସବୁ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ, ଗୋପାଳର ମସ୍ତିଷ୍କ ସନ୍ତୁଳନ ଠିକ ରହିଛି । ଏନେଇ ତା'ର ଆଚାର‌ବ୍ୟବହାର ଜାଣିବା ପାଇଁ FBI ସହଯୋଗ ଲୋଡ଼ାଯାଇଥିଲା । ତାଙ୍କର ଏକ୍ସପର୍ଟ ଓ ମେସିନ ଜରିଆରେ ତଦନ୍ତ ପାଇଁ ସହାୟତା ମଗାଯାଇଥିଲା । ଏପରିକି ୨୬/୧୧ ଆକ୍ରମଣ ଓ ଭନୱରି ଦେବୀ ହତ୍ୟାକାଣ୍ଡ ମାମଲାରେ ଏପରି ସହାୟତା ସିବିଆଇ ଲୋଡିଥିଲା ।

ତେବେ କ୍ରାଇମବ୍ରାଞ୍ଚର ସିବି, ସିଆଇଡି ଏକ ବିଶ୍ବସ୍ତ ସଂସ୍ଥା । ଯାହାକି ତାର ବୈଷୟିକ ଜ୍ଞାନ କୌଶଳ ଓ ତଦନ୍ତ ଜରିଆରେ ସମ୍ବେଦନଶୀଳ ମାମଲାକୁ ଅତି ଗମ୍ଭୀରତାର ସହ ତଦନ୍ତ କରନ୍ତି । ତେଣୁ ବିନା ଯାଞ୍ଚରେ ଏଭଳି ସମ୍ବେଦନଶୀଳ ଖବର ପରିବେଷଣ କରିବା ଦାୟିତ୍ବ ହୀନତା ଓ ଅନଭିଜ୍ଞ ବୋଲି ସୂଚିତ କରିଛି କ୍ରାଇମବ୍ରାଞ୍ଚ । ଗଣମାଧ୍ୟମ ଖବର ପରିବେଷଣ ଅବସ୍ଥାପିତ କରିବା ପୂର୍ବରୁ ଏହାକୁ ନେଇ ଯାଞ୍ଚ କରିବା ଦରକାର ବୋଲି ପ୍ରେସ ରିଲିଜ ଜରିଆରେ ମତାମତ ରଖିଛନ୍ତି । କିନ୍ତୁ ଏନେଇ ନା ବିଭାଗୀୟ ଅଧିକାରୀ କ୍ରାଇମବ୍ରାଞ୍ଚ ଏଡିଜି ମୁହଁ ଖୋଲିଛନ୍ତି, ନା କ୍ୟାମେରା ସାମ୍ନାରେ ତଥ୍ୟ ଦେଉଛନ୍ତି । ଏପରିକି ଏନେଇ ପୋଲିସ ଡିଜି ମଧ୍ୟ ମତାମତ ରଖୁନାହାନ୍ତି, କି ତଦନ୍ତର ଅଗ୍ରଗତି ସମ୍ପର୍କୀତ ତଥ୍ୟ ଦେଉ ନାହାନ୍ତି । ହେଲେ ଏନେଇ ଗୃହରାଷ୍ଟ୍ର ମନ୍ତ୍ରୀ କେବଳ ପ୍ରତିକ୍ରିୟା ଦେଇଛନ୍ତି, 'ସମ୍ବେଦନଶୀଳତା ଦୃଷ୍ଟିରୁ ଆହୁରି ତଦନ୍ତ ବାକି ଅଛି ।' ପ୍ରକାଶ ଯେ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ 543 ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 28, 2023, 11:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.