ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ସିପିଆଇଏମ । ଚାରି ଦଫା ଦାବି ନେଇ ବୁଧବାର ସିପିଆଇଏମ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।
ହାତୀ ଉପଦ୍ରବରୁ ଫସଲର ସୁରକ୍ଷା, ବାତ୍ୟା ଫନି କ୍ଷତିଗ୍ରସ୍ତ ଲୋକଙ୍କୁ ଆର୍ଥିକ ସହାୟତା, ଭାଗଚାଷୀଙ୍କ ଠାରୁ ସରକାରୀ ଦରରେ ଧାନ କିଣିବା ଏବଂ କ୍ରସରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ଜମି ପ୍ରଦାନ ପ୍ରମୁଖ ଚାରି ଦଫା ଦାବି ନେଇ ସିପିଆଇଏମ ବୁଧବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ। ତୁରନ୍ତ ଏହି ଦାବିକୁ ପୂରଣ କରିବା ପାଇଁ ଏକ ପ୍ରତିନିଧିମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ