ETV Bharat / state

ଭୁବନେଶ୍ୱର ପାଇଁ ଅପରାଧ ନିୟନ୍ତ୍ରଣ ଚିନ୍ତା, ଦୁର୍ବୃତ୍ତଙ୍କୁ ଧରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି

author img

By ETV Bharat Odisha Team

Published : Aug 30, 2023, 8:49 PM IST

Updated : Aug 30, 2023, 10:19 PM IST

କମିଶନରେଟ ପୋଲିସର ସହଭାଗିତା କାର୍ଯ୍ୟକ୍ରମ । ଅପରାଧିକ କାର୍ଯ୍ୟକଳାପ ଅପରେ ନଜର ରଖିବାକୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ପୋଲିସ ସର୍ଭର ସହ ଯୋଡ଼ି ହେବ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ୍‌, ମଲ, ଦୋକାନର ସିସିଟିଭି ଲିଙ୍କ । ଆଇପି ଆଡ୍ରେସ୍‌ ପୋଲିସ ସହ ସେୟାର କରିବାକୁ ଅପିଲ କଲେ ପୋଲିସ କମିଶନର । ଅଧିକ ପଢ଼ନ୍ତୁ

sahabhagita programme
କମିଶନରେଟ ପୋଲିସର ସହଭାଗିତା କାର୍ଯ୍ୟକ୍ରମ
କମିଶନରେଟ ପୋଲିସର ସହଭାଗିତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜଧାନୀରେ ଅପରାଧ ନିୟନ୍ତ୍ରଣ ଓ ଚିହ୍ନଟ ପାଇଁ ପଦକ୍ଷେପ ଗ୍ରହଣ କରିଛି କମିଶନରେଟ ପୋଲିସ । 'ସହଭାଗିତା' ନାଁରେ ପୋଲିସ ସହଯୋଗିତା ଲୋଡ଼ିଛି । ଭୁବନେଶ୍ବରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ୍‌, ମଲ୍‌, ଦୋକାନ ଆଦିରେ ଲାଗିଥିବା ସିସିଟିଭିଗୁଡ଼ିକର ଲିଙ୍କ୍‌କୁ ପୋଲିସ କଣ୍ଟ୍ରୋଲ୍‌ ରୁମ୍‌ ସହ ସଂଯୋଗ କରିବାକୁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ପୋଲିସ କମିଶନର । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଟୋଲ ଫ୍ରି' ନମ୍ବର ମଧ୍ୟ ଜାରି କରାଯାଇଛି ।

ଅପରାଧ ନିୟନ୍ତ୍ରଣ ସ୍ଥିତି ମନିଟର କରିବ ଟେକ୍ନୋଲୋଜି । ଏନେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଆପଣାଇବାକୁ ଯାଉଛି କମିଶନରେଟ ପୋଲିସ । ଆରମ୍ଭ ହୋଇଛି 'ସହଭାଗିତା' କାର୍ଯ୍ୟକ୍ରମ । ଏଥିରେ ପୁରା ସହରକୁ ସିସିଟିଭି ସର୍ଭେଲାନ୍ସରେ ଯୋଡ଼ିବାକୁ କମିଶନରେଟ ପୋଲିସ ଜନସାଧାରଣଙ୍କ ସହଯୋଗ ଲୋଡିଛି । ପୋଲିସ ଓ ସ୍ମାର୍ଟସିଟି ପ୍ରକଳ୍ପ ଦ୍ବାରା ଲଗାଯାଇଥିବା ସିସିଟିଭି ଅଞ୍ଚଳକୁ ବାଦ ଦେଇ ସରକାରୀ କ୍ୟାମେରା ଲାଗିନଥିବା ଅଞ୍ଚଳ ଉପରେ ନଜର ରଖିବାକୁ ପୋଲିସ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ ବେସରକାରୀ ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସାଧାରଣ ଲୋକଙ୍କ ଘର ବାହାରେ ଲଗାଯାଇଥିବା ସିସିଟିଭି ଜରିଆରେ ନଜର ରଖିବାକୁ ପୋଲିସ ଅଣ୍ଟା ଭିଡିଛି । ଏଥିପାଇଁ ରେସିଡେନ୍ସିଆଲ ସମସ୍ତ ପ୍ରତିଷ୍ଠାନ ନିଜ ନିଜ ଘର‌ ବାହାରେ ରାସ୍ତାକୁ ମୁହଁ କରି ସିସିଟିଭି ଲଗାଇବା ସହ ସେମାନଙ୍କ ହାର୍ଡଡିସ୍କର ଆଇପି ଆଡ୍ରେସ ପୋଲିସକୁ ଦେବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ଫଳରେ ପୋଲିସ କଣ୍ଟ୍ରୋଲ୍‌ ରୁମ୍‌ରୁ ସେହି ସବୁ ସିସିଟିଭି ଫୁଟେଜ୍‌ ଜରିଆରେ ପୁରା ସହର ଉପରେ ନଜର ରଖାଯାଇପାରିବ । ବିଭିନ୍ନ ଗଳିକନ୍ଦି ଓ ନିଛାଟିଆ ସ୍ଥାନର ଫୁଟେଜ ଜରିଆରେ କଣ୍ଟ୍ରୋଲ ରୁମରୁ ସହରର ପ୍ରତିଟି ଗତିବିଧି ଦେଖିହେବ । ଏହି ସମସ୍ତ କ୍ୟାମେରାର କଏଦ ଭିଡ଼ିଓ ପୋଲିସ ପକ୍ଷରୁ ଗୁପ୍ତ ରଖାଯିବ ।

ଏହା ମଧ୍ୟ ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କୁ ଭାରି ପଡିବ ନିଶା ସେବନ, ଧରାପଡିଲେ ଭବିଷ୍ୟତ ଅନ୍ଧାର

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ପେଶାଦାର ଅପରାଧୀ ହେଉ ବା ଅପରାଧରେ ବ୍ୟବହୃତ ନିର୍ଦ୍ଦିଷ୍ଟ ଗାଡ଼ି ବା ଅପରାଧୀଙ୍କ ଗତିବିଧିକୁ ମନିଟର କରି ସେମାନଙ୍କୁ ଟ୍ରାକ୍‌ କରିହେବ । ଅପରାଧ ଘଟାଇ ଛୁ' ମାରୁଥିବା ଅର୍ଥାତ୍ ପୋଲିସ ପହଞ୍ଚିବାରେ ବିଳମ୍ବ ହେଉଥିବା ଘଟଣାସ୍ଥଳର ସଠିକ ସ୍ଥିତି ବିଷୟରେ ଜାଣି ସେହି ସ୍ଥାନରେ ପହଞ୍ଚିବାରେ ସହଯୋଗ କରିବ । ଅନେକ ସମୟରେ ବିଭିନ୍ନ ମେଟ୍ରୋ ସିଟି ଓ ବିଦେଶରେ ପୋଲିସ ବିଭାଗ ଏଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଣ୍ଟ୍ରୋଲ ରୁମ୍‌ ଜରିଆରେ ଅପରାଧ ଓ ଅପରାଧୀଙ୍କୁ ଟ୍ରାକ୍‌ କରିଥାଏ । । ୨୦୨୨ରେ 'ସହଭାଗିତା' କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରର ଅନେକ ପ୍ରତିଷ୍ଠାନ ପୋଲିସ କଣ୍ଟ୍ରୋଲ ରୁମ୍‌ ସହ ଯୋଡ଼ି ହୋଇଥିବା ବେଳେ ବର୍ତ୍ତମାନ ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 30, 2023, 10:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.