ETV Bharat / state

ମାତ୍ର ୧୮୯ ଟଙ୍କା ପାଇଁ ୪୦ ହଜାର ଜରିମାନା ଗଣିଲା ବ୍ୟାଙ୍କ - ୧୮୯ ଟଙ୍କା ପାଇଁ ୪୦ ହଜାର ଜରିମାନା ଗଣିଲା ବ୍ୟାଙ୍କ

ଗ୍ରାହକଙ୍କ ଆକାଉଣ୍ଟରୁ ୧୮୯ ଟଙ୍କା କାଟିନେଲା ବ୍ୟାଙ୍କ । ଉପଭୋକ୍ତା ଅଦାଲତର ଦ୍ବାରସ୍ଥ ହେଲେ ଗ୍ରାହକ । ବ୍ୟାଙ୍କକୁ ୪୦ ହଜାର ଜରିମାନା ନିର୍ଦ୍ଦେଶ ଦେଲେ ଅଦାଲତ । ଅଧିକ ପଢନ୍ତୁ

ବ୍ୟାଙ୍କ ଉପରେ  ୪୦ ହଜାର ଜରିମାନା
ବ୍ୟାଙ୍କ ଉପରେ ୪୦ ହଜାର ଜରିମାନା
author img

By

Published : Mar 12, 2023, 1:19 PM IST

ବ୍ୟାଙ୍କ ଉପରେ ୪୦ ହଜାର ଜରିମାନା

ଖୋର୍ଦ୍ଧା: ବେଆଇନ ଭାବେ ଗ୍ରାହକଙ୍କ ଆକାଉଣ୍ଟରୁ ୧୮୯ ଟଙ୍କା କାଟି ନେବା ପଡିଲା ମହଙ୍ଗା । ମାତ୍ର ୧୮୯ ଟଙ୍କା ପାଇଁ ୪୦ ହଜାର ଟଙ୍କାର ଜରିମାନା ଗଣିଲା ଘରୋଇ ବ୍ୟାଙ୍କ । ଗ୍ରାହକ ଜଣକ ଉପଭୋକ୍ତା ଅଦାଲତଙ୍କ ଦ୍ବାରସ୍ଥ ହେବା ପରେ ବ୍ୟାଙ୍କ ଉପରେ ଜରିମାନା ଲାଗୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅରଖପଲ୍ଲୀ ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । ଅଦାଲତ ଆଶ୍ରୟ ନେଇଥିବା ବ୍ୟକ୍ତି ହେଉଛନ୍ତି ଗାଁର ଆଲୋକ ରଞ୍ଜନ ମାନସିଂହ ।

ସୂଚନା ଅନୁସାରେ, ଆଲୋକ ଏକ ପୁରୁଣା କାର୍ କିଣିବା ପାଇଁ ୨୦୧୬ ମସିହାରେ ଘରୋଇ ବ୍ୟାଙ୍କରୁ ୨ ଲକ୍ଷ ୮୪ ହଜାର ୪୮୨ଟଙ୍କା ଲୋନ କରିଥିଲେ । ପ୍ରତି ମାସ ୫ ତାରିଖରେ ୯,୭୯୨ ଟଙ୍କା ସେ କିସ୍ତି ପ୍ରଦାନ କରୁଥିଲେ । ବ୍ୟକ୍ତିଗତ ସମସ୍ୟା ପାଇଁ ୨୦୧୯ ଜାନୁଆରି ମାସରେ ଆଲୋକ ଠିକ୍ ସମୟରେ କିସ୍ତି ଟଙ୍କା ଦେଇପାରି ନଥିଲେ । ଏହାରେ ସେହି ମାସ ୧୭ ତାରିଖରେ ବ୍ୟାଙ୍କ ଶାଖାରେ ପହଞ୍ଚି କିଭଳି କିସ୍ତି ଶୁଝିବେ ପଚାରି ବୁଝିଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ସେ ନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ଜରିମାନା ସହିତ ମୋଟ ୧୨ ହଜାର ୩୬୬ ଟଙ୍କା ଜମା କରିଥିଲେ ।

ପରବର୍ତ୍ତୀ ସମୟରେ ପୁଣି ସେହି ଜାନୁଆରୀ ମାସର କିସ୍ତି ଟଙ୍କା ବାବଦରେ ଆଲୋକଙ୍କ ବୋଲଗଡ଼ ଡାବରଧୁଆ ଘରୋଇ ବ୍ୟାଙ୍କ ଶାଖା ତାଙ୍କ ଆକାଉଣ୍ଟରୁ ପୁଣିଥରେ ୧୨ ହଜାର ୩୬୬ ଟଙ୍କା କାଟି ନେଇଥିଲା । ଏନେଇ ସେ ମେସେଜ୍ ଜରିଆରେ ସୂଚନା ପାଇବା ପରେ ସେ ବ୍ୟାଙ୍କ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଫେବୃୟାରୀ ୧୭ରେ ୧୨ହଜାର ୧୭୭ ଟଙ୍କା ଫେରାଇଥିଲେ ଯେଉଁଥିରେ ୧୮୯ ଟଙ୍କା କମ୍ ଥିଲା । ବ୍ୟାଙ୍କର ଭୁଲ୍ ପାଇଁ ତାଙ୍କୁ କାହିଁକି କ୍ଷତି ସହିବାକୁ ପଡ଼ିବ ବୋଲି ପ୍ରଶ୍ନ ଉଠାଇ ଆଲୋକ ନୟାଗଡ଼ ଉପଭୋକ୍ତା ଅଦାଲତଙ୍କ ଦ୍ଵାରସ୍ଥ ହୋଇଥିଲେ ।

ଗତ ୨ ତାରିଖରେ ନୟାଗଡ଼ ଉପଭୋକ୍ତା ଅଦାଲତ ସଭାପତି ହିମାଂଶୁ ଭୂଷଣ ନାୟକ ଓ ସଦସ୍ୟ କରୁଣାକର ନାୟକ ମାମଲାର ବିଚାରି କରିଥିଲେ । ଗ୍ରାହକଙ୍କୁ ମାନସିକ ନିର୍ଯାତନା ଦେଇଥିବା ନେଇ ୩୫ ହଜାର ଟଙ୍କା ଏବଂ ମାମଲା ଖର୍ଚ୍ଚ ବାବଦରେ ୫ ହଜାର ଟଙ୍କା ଉକ୍ତ ବ୍ୟାଙ୍କକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ବାକିଥିବା ୬ଟି କିସ୍ତି ବ୍ୟାଙ୍କକୁ ଦେବାକୁ ଆଲୋକ ରଞ୍ଜନ ମାନସିଂହଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ, ମୁମ୍ବାଇ ରିଜିଓନାଲ ମ୍ୟାନେଜର, ଭୁବନେଶ୍ୱର, ବ୍ରାଞ୍ଚ ମ୍ୟାନେଜର ନୟାଗଡ଼ଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା । ସେହିପରି ଲୋକମାନେ ସେମାନଙ୍କ ଅଧିକାରକୁ ଜଣାନ୍ତୁ ଏବଂ ଯେଉଁଠି ଠକାମିର ଶିକାର ହେଉଛନ୍ତି ସେଠାରେ ଅଦାଲତର ଦ୍ୱାରସ୍ଥ ହେବାକୁ ଜନସାଧାରଣଙ୍କୁ କହିଛନ୍ତି ଆଲୋକ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.