ETV Bharat / state

ରାଜଧାନୀରେ ନାବାଳିକା ନିର୍ଯାତନା ଘଟଣା: ମାଡ଼ ମାରି ଗିରଫ ହେଲେ ଦମ୍ପତି - କାମ ନକଲେ ଦେଉଥିଲେ ଅକଥନୀୟ ନିର୍ଯାତନା

ନାବାଳିକାକୁ ମାଡ଼ ମାରି ଗିରଫ ହେଲେ ଦମ୍ପତି । ନୟାପଲ୍ଲୀ ସାଲିଆସାହି ଶକ୍ତିବିହାର ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ୧୧ ବର୍ଷୀୟା ନାବାଳିକା ନିର୍ଯାତନା ଘଟଣାରେ ଆଜି ବନ୍ଧା ହୋଇଛନ୍ତି ଉଭୟ ସ୍ବାମୀ, ସ୍ତ୍ରୀ । ନାବାଳିକାକୁ ନିର୍ଯାତନା ଦେବା ଅଭିଯୋଗରେ ବିଭୁତି ପାଟ୍ଟଶାଣୀ ଓ ତାଙ୍କ ପତ୍ନୀ ସୋନାଲି ପାଟ୍ଟଶାଣୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ରାଜଧାନୀରେ ନାବାଳିକା ନିର୍ଯାତନା ଘଟଣା: ମାଡ଼ ମାରି ଗିରଫ ହେଲେ ଦମ୍ପତି

author img

By

Published : Dec 7, 2022, 7:40 PM IST

Updated : Dec 7, 2022, 7:48 PM IST

ଭୁବନେଶ୍ବର : ନାବାଳିକାକୁ ମାଡ଼ ମାରି ଗିରଫ ହେଲେ ଦମ୍ପତି । ନୟାପଲ୍ଲୀ ସାଲିଆସାହି ଶକ୍ତିବିହାର ଅଞ୍ଚଳରୁ ଉଦ୍ଧାର ହୋଇଥିବା ୧୧ ବର୍ଷୀୟା ନାବାଳିକା ନିର୍ଯାତନା ଘଟଣାରେ ଆଜି ବନ୍ଧା ହୋଇଛନ୍ତି ଉଭୟ ସ୍ବାମୀ, ସ୍ତ୍ରୀ । ନାବାଳିକାକୁ ନିର୍ଯାତନା ଦେବା ଅଭିଯୋଗରେ କାଇମାଟିଆ ଇମ୍ଫୋଭେଲି ଥାନା ଅଞ୍ଚଳର ବିଭୁତି ପାଟ୍ଟଶାଣୀ ଓ ତାଙ୍କ ପତ୍ନୀ ସୋନାଲି ପାଟ୍ଟଶାଣୀକୁ ଗିରଫ କରିଛି ପୋଲିସ । ମଞ୍ଚେଶ୍ବର ହାତିଆଶୁଣିରେ ଚତୁର୍ଥ ଶ୍ରେଣିରେ ପାଠ ପଢୁଥିବା ନାବାଳିକାକୁ ପାଠ ପଢେଇବେ କହି ନେଇଥିଲେ ଘରୁକୁ । ହେଲେ ପାଠ ପଢାଇବା ବଦଳରେ ଘରକାମ କରାଉଥିଲେ । ଗିରଫ ଦମ୍ପତି ନାବାଳିକାକୁ ପାଠ ପଢାଇବା ବଦଳରେ ଘରେ ଖଟାଇ ସଜାଇ ଦେଇଥିଲେ ଶ୍ରମିକ ।

ରାଜଧାନୀରେ ନାବାଳିକା ନିର୍ଯାତନା ଘଟଣା: ମାଡ଼ ମାରି ଗିରଫ ହେଲେ ଦମ୍ପତି

ସୂଚନାନୁସାରେ, ମଞ୍ଚେଶ୍ବର ହାତିଆଶୁଣିରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଏହି ୧୧ ବର୍ଷୀୟା ନାବାଳିକାକୁ ବିଭୁତି ଓ ସୋନାଲି ନିଜ ଘରକୁ ଆଣିଥିଲେ । ଘରେ ଭଲରେ ରଖିବେ ପାଠ ପଢେଇବେ କହି ନାବାଳିକାକୁ ସାଙ୍ଗରେ ନେଇଥିଲେ ଦମ୍ପତି । ହେଲେ ଘରକୁ ନେବାପରେ ହାତରେ ଧରାଇ ଦେଇଥିଲେ ଝାଡୁ ଓ ରୋଷେଇ ଦାୟିତ୍ବ । ଏପରିକି କାମ ନକଲେ ଦେଉଥିଲେ ଅକଥନୀୟ ନିର୍ଯାତନା ।

ଗତକାଲି (ମଙ୍ଗଳବାର) ଉଭୟ ଦମ୍ପତି ନାବାଳିକାକୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ନାବାଳିକାକୁ ମାଡ଼ମାରି ହାତଗୋଡ ଭାଙ୍ଗି ରାସ୍ତାରେ ଫିଙ୍ଗି ଦେଇଥିଲେ । ନାବାଳିକାଟି ଗୁରୁତର ହୋଇ ପଡ଼ିବାରୁ ତାକୁ ନେଇ ନୟାପଲ୍ଲୀ ସାଲିଆସାହି ଶକ୍ତିବିହାର ଅଞ୍ଚଳ ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ । ଏ ସମ୍ପର୍କରେ ଚାଇଲ୍ଡ ଲାଇନର କର୍ମକର୍ତ୍ତା ଖବରପାଇ ସାଲିଆସାହି ଅଞ୍ଚଳରେ ପହଞ୍ଚିଥିଲେ । ସେଠାରୁ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏନେଇ ନାବାଳିକାର ପରିବାର ଲୋକେ ରଙ୍ଗମାଟିଆର ବିଭୁତି ପାଟ୍ଟଶାଣୀ ଓ ତାଙ୍କ ପତ୍ନୀ ସୋନାଲି ପାଟ୍ଟଶାଣୀଙ୍କ ନାମରେ ଥାନାରେ ଏତଲା ଦେଇଥିଲେ ।

ଏହାମଧ୍ୟ ପଢ଼ନ୍ତୁ. ରାଜଧାନୀରେ ନାବାଳିକାକୁ ନିର୍ଯାତନା, ହାତଗୋଡ ଭାଙ୍ଗି ରାସ୍ତାରେ ଫିଙ୍ଗି ଦେଲେ

ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରି ଆଜି ଉଭୟ ଦମ୍ପତି ବିଭୁତି ଓ ସୋନାଲିକୁ ଗିରଫ କରିଛି । ଏହି ଦମ୍ପତିଙ୍କ ନାମରେ ଆଇପିସିର ଧାରା‌ 370, 323, 325, 506, 34, Sec 75 juvenile justice act ଆଧାରରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି । ସୋନାଲି ଗଣମାଧ୍ୟମ ସମ୍ମୁଖରେ ତାଙ୍କ ଉପରେ ଲାଗିଥିବା ଅଭିଯୋଗ ମିଛ ବୋଲି କହିଛନ୍ତି । ଏହାସହ ଆମେ ପିଲାକୁ ମାରିନୁ ବୋଲି ସଫେଇ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 7, 2022, 7:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.