ଭୁବନେଶ୍ବର: ପଦାରେ ପଡ଼ିଲା 5ଟି ସ୍କୁଲର ଅସଲ ଚେହେରା । ସ୍କୁଲରେ ପିଲା ନଥାଇ ଖର୍ଚ୍ଚ ହେଉଥିଲା ଲକ୍ଷାଧିକ ଟଙ୍କା । ତାହା ପୁଣି ଦେଖିବାକୁ ମିଳିଛି ସଚିବାଳୟର ଠିକ 100 ମିଟର ଦୂରରେ ଥିବା ଏକ ସ୍କୁଲରେ । ରାଜଧାନୀର ଛାତି ଉପରେ ଥିବା ୟୁନିଟ 2 ସରକାରୀ ହାଇସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ କମ ଉପସ୍ଥାନ ଥିବା ସ୍କୁଲକୁ କିପରି ଓ କାହା ସ୍ୱାର୍ଥରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ 5T ରୂପାନ୍ତରୀକରଣ ଯୋଜନାରେ ସାମିଲ କରାଗଲା, ତାକୁ ନେଇ ପ୍ରଶ୍ନ ଉଠିଛି ।
ରାଜ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ସ୍କୁଲକୁ ରୂପାନ୍ତରୀକରଣ କରାଯାଉଛି । ସ୍କୁଲର ବାହାର ଓ ଭିତର ସ୍କୁଲ ସମ୍ପୂର୍ଣ ଭାବରେ ଚକାଚକ ହେଉଛି । ଯେତେବେଳ ସ୍କୁଲଟି ନୂଆ ରୂପ ପାଉଛି ସେହି ସମୟରେ କମ ଉପସ୍ଥାନ ଦର୍ଶାଇ ସ୍କୁଲକୁ ବନ୍ଦ କରାଯାଉଛି । ଯାହା ଦେଖିବାକୁ ମିଳିଛି ସଚିବାଳୟର ଠିକ 100 ମିଟର ଦୂରରେ ଥିବା ଏକ ସ୍କୁଲରେ । ୟୁନିଟ 2 ସରକାରୀ ହାଇସ୍କୁଲରେ ପିଲା ସଂଖ୍ୟା 35 । ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ସ୍କୁଲକୁ ସଂପୂର୍ଣ୍ଣ ଭାବରେ ରୂପାନ୍ତରିତ କାମ କରିସାରିବା ପରେ ସ୍କୁଲରେ ପାଠ ପଢ଼ାଯିବା ବଦଳରେ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି । ଏଭଳି ସ୍ଥିତି ଖୋଦ ରାଜଧାନୀରେ ଦେଖିବାକୁ ମିଳିଛି । ଯଦି ସମସ୍ତଙ୍କ ନଜରରେ ଥାଇ ସ୍କୁଲର ଏଭଳି ସ୍ଥିତି ହୋଇପାରୁଛି ତେବେ ଉପାନ୍ତରେ ଅବସ୍ଥା ଆହୁରି ସାଂଘାତିକ ବୋଲି ଅନୁମାନ କରାଯାଇପାରେ । ତେବେ କମ ଉପସ୍ଥାନ ଥିବା ସ୍କୁଲକୁ କିପରି ଓ କାହା ସ୍ୱାର୍ଥରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ 5T ରୂପାନ୍ତରୀକରଣ ଯୋଜନାରେ ସାମିଲ କରାଗଲା, ତାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ରାଜଧାନୀର ଛାତି ଉପରେ ଥିବା ୟୁନିଟ 2 ସରକାରୀ ହାଇସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ପାଠ ପଢା ହୋଇଥାଏ । 5T ରୂପାନ୍ତରୀକରଣରେ ପାଖାପାଖି 45 ଲକ୍ଷ ଟଙ୍କାର ଅର୍ଥାତ 95% କାମ ପ୍ରାୟ ଶେଷ ହୋଇଛି । କ୍ଲାସ୍ ରୁମ୍ ଠାରୁ ଆରମ୍ଭ କରି ସ୍କୁଲ ହତା ଯାଏ ସବୁ ଚକା ଚକ ହୋଇଛି । ହେଲେ ଆଶ୍ଚର୍ଯ୍ୟର କଥା ଏ ସ୍କୁଲରେ ପିଲାଏ ଆଉ ପାଠ ପଢିପାରିବେନି । କାରଣ ଦଶମ ଶ୍ରେଣୀର 24 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପରେ ଏବେ ଷଷ୍ଠରୁ ନବମ ଯାଏ ପିଲା ଅଛନ୍ତି ମାତ୍ର 35 ଜଣ । ଯେଉଁଥିପାଇଁ ଗଣଶିକ୍ଷା ବିଭାଗ ଏବେ ଏହି ସ୍କୁଲକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛି । ଏଠି ଏବେ ପ୍ରଶ୍ନ ଉଠୁଛି, ଏତେଦିନ ଧରି କମ ସଂଖ୍ୟକ ଛାତ୍ରଛାତ୍ରୀରେ କେମିତି ଚାଲୁଥିଲା ଏ ସ୍କୁଲ୍ ? ଫାଇଭ ଟି ସ୍କୁଲରେ ଏହାକୁ କିପରି ଓ କାହା ସ୍ୱାର୍ଥରେ ସାମିଲ କରାଗଲା ? ରାଜ୍ୟରେ 5T ରୂପାନ୍ତରୀକରଣ ଯୋଜନାର ପ୍ରଥମ ପର୍ଯ୍ୟାୟରେ 1075, ଦ୍ୱିତୀୟ ପର୍ଯ୍ୟାୟରେ 3461 ଓ ତୃତୀୟ ପର୍ଯ୍ୟାୟରେ 2336 ଟି ସ୍କୁଲକୁ ସାମିଲ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର