ETV Bharat / state

ଖୋର୍ଦ୍ଧାରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଟୀକାକରଣ ଏବଂ ଟେଷ୍ଟିଂ ଉପରେ ଗୁରୁତ୍ୱ - କୋରୋନା ଟେଷ୍ଟିଂ

କୋରୋନା ଚେନରେ ରୋକ ଲଗାଇବା ପାଇଁ ଖୋର୍ଦ୍ଧା ଉପଖଣ୍ଡର ଟେଷ୍ଟିଂ ଓ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ କାମୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଟୀକାକରଣ ଏବଂ ଟେଷ୍ଟିଂ ଉପରେ ଗୁରୁତ୍ୱ

author img

By

Published : Jun 11, 2021, 1:30 PM IST

ଖୋର୍ଦ୍ଧା: କୋରୋନାର ଦ୍ବିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ରାଜ୍ୟରେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ରେଡ଼ ଜୋନ ପାଲଟିଥିବା ବେଳେ ଏବେ ସଂକ୍ରମଣରେ ସୁଧାର ଆସିବାରେ ଲାଗିଛି । କୋରୋନା ଚେନରେ ରୋକ ଲଗାଇବା ପାଇଁ ଖୋର୍ଦ୍ଧା ଉପଖଣ୍ଡର ଟେଷ୍ଟିଂ ଓ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି ।

ଖୋର୍ଦ୍ଧାରେ କାମୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଟୀକାକରଣ ଏବଂ ଟେଷ୍ଟିଂ ଉପରେ ଗୁରୁତ୍ୱ

ଉପଖଣ୍ଡର ବିଭିନ୍ନ ବ୍ଲକର 22ଟି ସ୍ଥାନରେ ଆଜି 45ବର୍ଷରୁ ଉର୍ଦ୍ଧ୍ବ ଜନସାଧାରଣଙ୍କୁ ଟୀକାକରଣ କରାଯାଉଥିବା ବେଳେ 14ଟି ସ୍ଥାନରେ କୋରୋନା ଟେଷ୍ଟିଂ କରାଯାଇଛି । ସେହିପରି ଗତକାଲି ସୁଦ୍ଧା ଖୋର୍ଦ୍ଧା ଉପଖଣ୍ଡରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5442 ଥିବା ବେଳେ କୋରୋନାରୁ 4537 ଆରୋଗ୍ୟ ଲାଭ କରିଛନ୍ତି ।

ସେହିପରି କୋରୋନାରେ 9ଜଣ ଜୀବନ ହରାଇଥିବା ବେଳେ 764ଜଣ ଆକ୍ରାନ୍ତ ଘରୋଇ ସଙ୍ଗରୋଧ ଏବଂ 132ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେପଟେ ରାଜ୍ୟ ସରକାର ଜାରି କରିଥିବା ଲକଡାଉନକୁ ଖୋର୍ଦ୍ଧା ଉପଖଣ୍ଡରେ କଡାକଡି ପାଳନ କରାଯିବା ସହ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଫାଇନ କଟାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.