ETV Bharat / state

OUATର ୩୯ତମ ସମାବର୍ତ୍ତନ ଉତ୍ସବ, ସାମଗ୍ରୀକ ବିକାଶ ପାଇଁ ଦିଆଯିବ ପୂର୍ଣ୍ଣାଙ୍ଗ ଶିକ୍ଷା ବ୍ୟବସ୍ଥା : ରାଜ୍ୟପାଳ - କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ୩୯ତମ ସମାବର୍ତ୍ତନ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ୩୯ତମ ସମାବର୍ତ୍ତନ । ଉତ୍ସବରେ ବ୍ୟକ୍ତିର ସାମଗ୍ରୀକ ବିକାଶ ଉପରେ ବିଶେଷ ଆଲୋଚନା ହୋଇଛି । ଅଧିକ ପଢ଼ନ୍ତୁ

39th convocation of OUAT
OUATର ୩୯ତମ ସମାବର୍ତ୍ତନ
author img

By

Published : Dec 27, 2022, 10:46 AM IST

OUATର ୩୯ତମ ସମାବର୍ତ୍ତନ

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ୩୯ତମ ସମାବର୍ତ୍ତନ ଉତ୍ସବ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପୂର୍ଣ୍ଣାଙ୍ଗ ଶିକ୍ଷା ପଦ୍ଧତି ମାଧ୍ୟମରେ ବ୍ୟକ୍ତିର ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଏହି ଶିକ୍ଷା ପଦ୍ଧତି ବ୍ୟକ୍ତିର ଆଚରଣ ଏବଂ ଉଚ୍ଚାରଣରେ ଶୁଦ୍ଧତା ଆଣିବାରେ ସହାୟକ ହେବ ବୋଲି ରାଜ୍ୟପାଳ ମତ ଦେଇଛନ୍ତି । ଏହି ଅବସରରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ତଥା ଜଣାଶୁଣା ପାଣିପାଗ ବିଜ୍ଞାନୀ ଡଃ ମୃତ୍ୟୁଞ୍ଜୟ ମହାପାତ୍ର ଯୋଗ ଦେଇଥିଲେ । ସମାବର୍ତ୍ତନ ଉତ୍ସବରେ ଜୈବିକ କୃଷି ଓ ଜୈବ ବିବିଧତା ସଂରକ୍ଷଣରେ ପାରଦର୍ଶିତା ଲାଭ କରିଥିବା ସୁଶ୍ରୀ ସାବରମତୀଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି ।

ଏହାମଧ୍ୟ ପଢ଼ନ୍ତୁ. ଆସନ୍ତାକାଲି OUAT ସମାବର୍ତ୍ତନ ଉତ୍ସବ: ରଙ୍ଗୀନ୍ କୁକୁଡା ବିକଶିତ କରିଛନ୍ତି କୃଷିଯନ୍ତ୍ରୀ

ସମାବର୍ତ୍ତନ ଉତ୍ସବରେ ୮୨୧ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ନାତକ, ୫୧୦ ଜଣଙ୍କୁ ସ୍ନାତକୋତ୍ତର ଏବଂ ୬୪ ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯାଇଛି । ଏହାସହିତ ବିଭିନ୍ନ ବିଭାଗ ଏବଂ ପ୍ରତିଯୋଗିତାରେ ଯୋଗ୍ୟତା ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ୧୧୩ଟି ସ୍ୱର୍ଣ୍ଣ ପଦକ ଏବଂ ୬ଟି ଆର୍ଥିକ ପୁରଷ୍କାର ପ୍ରଦାନ କରାଯାଇଛି ।

ବିଶ୍ୱବିଦ୍ୟାଳୟର ଉତ୍କର୍ଷତାକୁ ପ୍ରତିପାଦନ କରି ରିପୋର୍ଟ ମାଧ୍ୟମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଉଳ ଏହି ଏକକ ବିଶ୍ୱବିଦ୍ୟାଳୟ ଚଳିତ ବର୍ଷ କଳିଙ୍ଗ ସୁଆଁ ୧୮ ସହିତ ୧୭୧ଟି ଉନ୍ନତ ବିହନ କିସମ ଓ ଶଙ୍କର ଜାତୀୟ କିସମ ବିକଶିତ କରିଥିବା ବେଳେ ମାଣ୍ଡିଆ ଚୋପାଛଡ଼ା ଏବଂ ସଫାକରା ଯନ୍ତ୍ରର ପ୍ୟାଟେଣ୍ଟ ଲାଭ କରିଛି । କଳିଙ୍ଗ ପଲ୍ଲିଶ୍ରୀ ଭଳି ବିଲୁପ୍ତ ଏକ ମାଂସାଳ ରଙ୍ଗୀନ କୁକୁଡ଼ାକୁ ପୁନଃବିକଶିତ କରାଯାଇଥିବା ଦର୍ଶାଇଛନ୍ତି।

ଉଚ୍ଚମାନର ଶିକ୍ଷା ଓ ଗବେଷଣା ପାଇଁ ଭାରତୀୟ କୃଷି ଗବେଷଣା ପରିଷଦର ୨୦୨୦ ବର୍ଷର ବ୍ୟାଙ୍କିଙ୍ଗ ଅନୁସାରେ ଏହି ବିଶ୍ବବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ ୧୯ତମ ସ୍ଥାନ ଅଧିକାର କରିଛି । ଏହା ବ୍ୟତୀତ ନୂଆଦିଲ୍ଲୀସ୍ଥିତ ଏଗ୍ରିକଲ୍‌ଚର ଟୁଡେ ସଂସ୍ଥା ଦ୍ବାରା କୃଷି ଶିକ୍ଷା ପାଇଁ ୨୦୨୧ ମସିହାରେ ଏହି ବିଶ୍ବବିଦ୍ୟାଳୟ ଦେଶର ଶ୍ରେଷ୍ଠ କୃଷି ବିଶ୍ବବିଦ୍ୟାଳୟର ମାନ୍ୟତା ଲାଭ କରିଛି ।

ଏହି ବିଶ୍ବବିଦ୍ୟାଳୟରେ ନେପାଳ, ବାଂଲାଦେଶ, ସୋମାଲିଆ, ଆଫଗାନିସ୍ତାନ, ଭିଏତ୍‌ନାମ, ଇଜିପ୍ଟ ଆଦି ଦେଶର ଛାତ୍ରମାନେ ଅଧ୍ୟୟନ କରୁଛନ୍ତି । ଆନ୍ତର୍ଜାତିକ ଶିକ୍ଷା ବ୍ୟବସ୍ଥାର ଅନୁଭୂତି ହାସଲ ପାଇଁ ବିଗତ ଦୁଇ ବର୍ଷରେ ୪୨ ଜଣ ସ୍ନାତକ ଛାତ୍ରଛାତ୍ରୀ ଯୁକ୍ତରାଷ୍ଟ୍ର ଆମେରିକା, ଫିଲିପାଇନ୍ସ ଏବଂ ଥାଇଲାଣ୍ଡ ଗସ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.