ETV Bharat / state

ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ପ୍ରତାରଣା, ପ୍ରତିଶ୍ରୁତି ପୂରଣ ନକଲେ ଆନ୍ଦୋଳନ ଚେତାବନୀ

author img

By

Published : May 12, 2023, 11:03 PM IST

ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ପ୍ରତାରଣା ଅଭିଯୋଗ । ଶିକ୍ଷକମାନେ ଦରମା ନପାଇ ଉତ୍ତମ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ଅନ୍ଧ ସାଜିଥିବା କହିଛି ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ । ଅଧିକ ପଢ଼ନ୍ତୁ

ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ପ୍ରତାରଣା ଅଭିଯୋଗ

ଭୁବନେଶ୍ବର: ୭ ମାସ ହେଲା ଶିକ୍ଷକଙ୍କ କଥାକୁ କର୍ଣ୍ଣପାତ କରୁନି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଶିକ୍ଷକମାନେ ଦରମା ନପାଇ ଉତ୍ତମ ଚିକିତ୍ସା ଅଭାବରୁ ମୃତ୍ୟୁ ବାରଣ ହୋଇଥିବା ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ଅନ୍ଧ ସାଜିଛି । ଶିକ୍ଷକମାନଙ୍କୁ ବାରମ୍ବାର ପ୍ରତିଶ୍ରୁତି ବଦଳରେ ପ୍ରତାରଣା ଦିଆଯାଉ ଥିବା ଅଭିଯୋଗ କରିଛି ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ । ଅକ୍ଟୋବର ମାସରୁ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶକୁ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ କରୁନି ।

ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ସଭାପତି ପଞ୍ଚାନନ ଜେନା କହିଛନ୍ତି,"ବାରମ୍ବାର ଆନ୍ଦୋଳନ ପରେ ଗତ ମାସରେ ମାଧ୍ୟମିକ ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ସରକାର ଗୋଟିଏ ନିର୍ଦ୍ଦେଶାନାମା ପ୍ରକାଶ କରିଥିଲେ । ତାହା ମଧ୍ୟ ପୂର୍ଣ୍ଣାଙ୍ଗ ନଥିଲା । ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା ପ୍ରକାଶ କରାଯିବ ବୋଲି କୁହାଯାଇଥିଲା । ମାତ୍ର ତାହା ଏବେବି ପ୍ରକାଶ କରାଯାଇ ନାହିଁ । ତେବେ ଶିକ୍ଷକଙ୍କୁ ବାରମ୍ବାର ସରକାର କ’ଣ ପାଇଁ ପ୍ରତାରଣା ଦେଉଛନ୍ତି । ଅକ୍ଟୋବର ୧୬ରେ ରାଜ୍ୟ ସରକାର ଚୁକ୍ତି ଭିତ୍ତିକ ନିଯୁକ୍ତି ଓଡ଼ିଶା ମାଟିରୁ ଉଚ୍ଛେଦ ଘୋଷଣା କରିଥିଲେ । ଅକ୍ଟୋବର ୧୭ ତାରିଖରେ ଏନେଇ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଲା । ଏହାକୁ ଆଧାରକରି ସମସ୍ତ ଚୁକ୍ତି ଭିତ୍ତିକ କର୍ମଚାରୀମାନେ ନିୟମିତ ହୋଇ ଦରମା ମଧ୍ୟ ପାଇଲେ। ହେଲେ ଗଣଶିକ୍ଷା ବିଭାଗରେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।"

ସେ ଆହୁରୀ ମଧ୍ୟ କହିଛନ୍ତି,"ଦୁଇ ମାସ ଧରି ଚୁକ୍ତି ଭିତ୍ତିକ ଶିକ୍ଷକମାନେ ଦରମା ପାଇନାହାନ୍ତି । ଅନେକ ଆର୍ଥିକ ଅନାଟନରେ ଶିକ୍ଷକମାନେ ଗତି କରୁଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ନା ନିୟମିତ କରୁଛନ୍ତି ନା ରେଗୁଲାର ଶିକ୍ଷକ ଭାବରେ ଦରମା ଦେଉଛନ୍ତି । ଗଣଶିକ୍ଷା ମନ୍ତ୍ରୀ ତୃତୀୟ ଥର ପାଇଁ ଚୁକ୍ତି ଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରତାରଣା କରିଛନ୍ତି । ପ୍ରତିଶ୍ରୁତି ପୂରଣ ନହେଲେ ହେବ ଭୟଙ୍କର ଆନ୍ଦୋଳନ ।"

ଓଡ଼ିଶା ଟିଚରସ ଫେଡରେଶନର ମୁଖ୍ୟ ପ୍ରଭାକର ଜୟସିଂହ କହିଛନ୍ତି,"ଯଦି ଏକ ସପ୍ତାହ ମଧ୍ୟରେ ଚୁକ୍ତି ଭିତ୍ତିକଙ୍କୁ ନିୟମିତ ନିର୍ଦ୍ଦେଶାବଳୀ ( ଏସଓପି) ପ୍ରକାଶ କରାଯାଉ। ନଚେତ୍ ଆସନ୍ତା ୧୫ ତାରିଖ ଠାରୁ ସମସ୍ତ ମାଧ୍ୟମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବେ । ତେବେ ଏହି ଆନ୍ଦୋଳନ ସମୟରେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ କିମ୍ବା କାହାର ସ୍ୱାସ୍ଥ୍ୟ ଗତ କ୍ଷତି ହେଲେ ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟୀ ରହିବ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.