ETV Bharat / state

ଓଡ଼ିଶାରେ ବିକ୍ରି ହେଉଛି ଆସାମ ମଦ, ଅସଲି କି ନକଲି ଦ୍ବନ୍ଦରେ ଲୋକେ

author img

By ETV Bharat Odisha Team

Published : Sep 13, 2023, 7:51 AM IST

Updated : Sep 13, 2023, 8:23 AM IST

ଓଡ଼ିଶା ବଜାରରେ ସରକାରୀ ଅନୁମତିପ୍ରାପ୍ତ ଥିବା ଦୋକାନରେ ଆସାମ ମଦ ବିକ୍ରି ହେବାକୁ ନେଇ ଲୋକଙ୍କ ମନରେ ଦ୍ବନ୍ଦ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ବିକ୍ରି ହେଉଛି ଆସାମ ମଦ
ଓଡ଼ିଶାରେ ବିକ୍ରି ହେଉଛି ଆସାମ ମଦ
ଓଡ଼ିଶାରେ ବିକ୍ରି ହେଉଛି ଆସାମ ମଦ

ଭୁବନେଶ୍ୱର: ଅନେକ ସମୟରେ ବଜାରରେ ଅସଲି ବା ନକଲି ମଦ ବିକ୍ରି ନେଇ ଅବକାରୀ ବିଭାଗ ଚଢ଼ାଉ କରିଥାଏ । କାରଣ ନକଲି ମଦ ଦ୍ବାରା ଯେପରି କାହାର ସ୍ବାସ୍ଥ୍ୟ ଉପରେ ପ୍ରଭାବ ନପଡ଼େ ତାହାକୁ ଧ୍ୟାନରେ ରଖିଥାଏ ବିଭାଗ । ତେବେ ଓଡ଼ିଶା ବଜାରରେ ସରକାରୀ ଅନୁମତିପ୍ରାପ୍ତ ଥିବା ଦୋକାନରେ ଆସାମ ମଦ ବିକ୍ରି ହେବାକୁ ନେଇ ଲୋକଙ୍କ ମନରେ ଦ୍ବନ୍ଦ ଉପୁଜିଛି । ସେପଟେ ଏ ସମ୍ପର୍କରେ ଖବର ପାଇବା ପରେ ଅବକାରୀ ଟିମ୍‌ ପକ୍ଷରୁ ଡିପୋ ଉପରେ ଚଢାଉ କରାଯାଇଛି ।

ଓଡ଼ିଶା ଅବକାରୀ ଅଫିସରଙ୍କୁ ଏନେଇ ଅବଗତ କରାଯିବା ପରେ ଆକ୍ସନ ମୋଡ଼ରେ ସମ୍ପୂର୍ଣ୍ଣ ବିଭାଗ । ସେପଟେ ଓଡ଼ିଶା ବଜାରରେ ଆସାମ ବିକ୍ରୟ ଅନୁମତି ଥିବା ମଦ ବିକିବାକୁ ଅନୁମତି କିଏ ଦେଇଛି ? ଓଡ଼ିଶା ସରକାରଙ୍କ ଅନୁମତିରେ ଏପରି ବିକ୍ରି କରାଯାଉଛି ନା ଏହା ପଛରେ କୌଣସି କେଳେଙ୍କାରୀ ରହିଛି ? ମଦ ବିକ୍ରୟରୁ ଆସୁଥିବା ରାଜସ୍ବ ରାଜ୍ୟ ସରକାରଙ୍କ ପାଖକୁ ଆସୁଛି ନା ଆସାମ ସରକାରଙ୍କ ପାଖକୁ ଯାଉଛି ? ଏନେଇ ବିଭାଗ ଦ୍ବାରା ଏକ ତଦନ୍ତ ଆରମ୍ଭ ହୋଇଛି । ଏହାସହ ଯେଉଁଠାରୁ ଏସବୁ ମଦ ଆସିଛି ସେସବୁ ଡିପୋ ଉପରେ ଅବକାରୀ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ହୋଟେଲ ଆଢୁଆଳରେ ଚୋରା ମଦ ବିକ୍ରି, ରାଜଧାନୀରେ ଅବକାରୀ ଟିମର ଛାନଭିନ୍

ଏନେଇ ଭୁବନେଶ୍ୱର ଅବକାରୀ ଅଧିକ୍ଷକ କହିଛନ୍ତି ଯେ, ମଦ ପ୍ୟାକିଂ ଓ ଲେବଲିଂ ପାଇଁ ଓଡ଼ିଶାରେ ତିନୋଟି ଫ୍ୟାକ୍ଟ୍ରି ରହିଛି । ସେପଟେ ଖୋର୍ଦ୍ଧାରେ ଥିବା jublee ଫ୍ୟାକ୍ଟ୍ରିରୁ ଏହାର ଲେବଲିଂରେ ତ୍ରୁଟି ଯୋଗୁଁ ଏପରି ଆସାମ ବିକ୍ରୟ ଲେବଲିଂ ଥିବା ମଦ ସାମ୍ନାକୁ ଆସିଛି ବୋଲି ସନ୍ଦେହ କରାଯାଉଛି । ଏହାସହ ଓଡ଼ିଶାରେ ବିକ୍ରୟ ପାଇଁ ମଧ୍ୟ ଏହାର ଉପରେ ଆଉ ଏକ ଟ୍ୟାଗ ରହିଛି । ଯାହାକୁ ଲୋକମାନେ କଜ୍ୟୁମର ସ୍କାନ୍ ଆପ ଜରିଆରେ କ୍ୟୁଆର କୋଡ ସ୍କାନ କରି ଜାଣିପାରିବେ । ଏହା ସମ୍ପୂର୍ଣ୍ଣ ଭାବେ ଅସଲି ତେଣୁ ଏଥିରେ କୌଣସି ଦ୍ବନ୍ଦ ହେବାର ନାହିଁ । ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏନେଇ ଜୋରଦାର ଚେକିଂ ହେଉଛି । ଏହାସହ ସେସବୁ ମଦ କେଉଁଠିକୁ ବିକ୍ରି ପାଇଁ ଯାଇଛି, କେତେ ଷ୍ଟକ୍ ରହିଛି ସେସବୁର ଏକ ରିପୋର୍ଟ ପ୍ରସ୍ତୁତ ପରେ ଏନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ସେପଟେ ରାଜ୍ୟରେ ଅନୁମତିପ୍ରାପ୍ତ ଦୋକାନୀମାନେ ବାର୍ OSBC ଜରିଆରେ ମଦ ଉଠାଇଥାନ୍ତି । କେଉଁ ବ୍ରାଣ୍ଡର ମଦ ଓ କେତେ ପରିମାଣର ମଦ କିଣାଯିବ ତାହାର ଏକ ତଥ୍ୟ ଦେଇ ଅନଲାଇନରେ ଏକ ବିଲ୍‌ ପଇଠ କରି ଚିଠା କାଢିଥାନ୍ତି । ଏହାପରେ ସେହି ଚିଠା ଜରିଆରେ OSBCରୁ ମଦ ଉଠାଯାଇଥାଏ । ତେବେ ଖୋର୍ଦ୍ଧାରେ ଥିବା ଡିପୋରୁ ଉଠାଯାଇଥିବା ଏହି ମଦରୁ ଏପରି ତ୍ରୁଟି ସାମ୍ନାକୁ ଆସିବା ପରେ ସେଠାରେ ଥିବା ଅବକାରୀ କର୍ମଚାରୀ ବା ଅନ୍ୟମାନଙ୍କ ଦୃଷ୍ଟିକୁ କିପରି ଆସିଥିଲା ନାହିଁ ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ନିୟମ ଅନୁସାରେ ଓଡ଼ିଶାରେ ବିକ୍ରି ପାଇଁ ଥିବା ମଦକୁ ଓଡ଼ିଶାରେ ବିକ୍ରୟ ପାଇଁ ଲେଖାଥିବା ଟ୍ୟାଗ୍ ଲଗାଯାଇ ବିକ୍ରି ହୋଇଥାଏ । ଏହାସହ ଏଥିରୁ ଓଡ଼ିଶା ସରକାରଙ୍କ ପାଖକୁ ରାଜସ୍ବ ଆସିଥାଏ । ତେବେ ସବୁଠାରୁ ଅଧିକ ରାଜସ୍ବ କେବଳ ମଦ ବିକ୍ରି ଉପରେ ଥାଏ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Sep 13, 2023, 8:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.