ETV Bharat / state

କଂଗ୍ରେସର ହେବ ପରିବର୍ତ୍ତନ ସମାବେଶ, ଯୋଗଦେବେ ପ୍ରଭାରୀ ଚେଲ୍ଲା କୁମାର: ସୁର

author img

By ETV Bharat Odisha Team

Published : Oct 22, 2023, 5:29 PM IST

ଆସନ୍ତା ୨୭ ତାରିଖରେ ହାବେଳି ପଡ଼ିଆରେ କଂଗ୍ରେସର ପରିବର୍ତ୍ତନ ସମାବେଶ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜଟଣୀ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ

Congress to hold mega rally
Congress to hold mega rally
କଂଗ୍ରେସର ହେବ ପରିବର୍ତ୍ତନ ସମାବେଶ

ଖୋର୍ଦ୍ଧା: ଦୀପ ତଳ ଅନ୍ଧାର ପରି ଭୁବନେଶ୍ବର ସହରକୁ ଲାଗିଥିବା ଖୋର୍ଦ୍ଧା ଜିଲ୍ଲା ଦୀର୍ଘ ୨୪ ବର୍ଷ ଧରି ନବୀନ ସରକାର ଓ ମୋଦି ସରକାର ଦ୍ଵାରା ଉପେକ୍ଷିତ । ଏଠି ବେକାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ନାହିଁ । ସରକାରୀ ଯୋଜନାର ରୂପାୟନରେ ବ୍ୟାପକ ଦୁର୍ନୀତି ହେଉଛି । ସରକାରୀ ଶିକ୍ଷାନୁଷ୍ଠାନର ଦୂରାବସ୍ଥା କହିଲେ ନସରେ । ଏଠି ପ୍ରାଇଭେଟ ଶିକ୍ଷାନୁଷ୍ଠାନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ । ଏହି ପ୍ରସଙ୍ଗକୁ ନେଇ ଆସନ୍ତା ୨୭ ତାରିଖରେ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସୁର କହିଛନ୍ତି, "ଜିଲ୍ଲାରେ ନିଶା କାରବାର ପରିସ୍ଥିତି ଅଣାୟତ ଥିବା ବେଳେ ପ୍ରଶାସନ ନୀରବ । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗ୍ରାମବାସୀଙ୍କର ଖେଳପଡ଼ିଆ, ମଶାଣୀ ଓ ମେଲଣ ପଡ଼ିଆକୁ ଇଡକୋ ଦ୍ବାରା ଦଖଲ କରି ସରକାର ତାଙ୍କର ଅନୁଗତ ଶିଳ୍ପପତିମାନଙ୍କୁ ଦାନ କରିଦେଉଛନ୍ତି । ଖୋର୍ଦ୍ଧା ଜିଲ୍ଲା ଏବେ ଜମି ମାଫିଆମାନଙ୍କର ସ୍ଵର୍ଗ । ଜଟଣୀ ମୁନିସିପାଲିଟି ଏବଂ ଏହାର କେତେକ ପଞ୍ଚାୟତର ଅଧିବାସୀଙ୍କର ପୈତୃକ ସମ୍ପତି ସରକାରୀ ତୃଟି ପାଇଁ ଜଗନ୍ନାଥ ଜମିରେ ପରିଣତ ହୋଇଛି । ଏହା ଫଳରେ ଏଠିକାର ଲୋକେ ବାହାଘର, ବ୍ରତଘର, ଶୁଦ୍ଧିକ୍ରିୟା ଏବଂ ରୋଗବ୍ୟାଧ ପାଇଁ ନିଜର ସମ୍ପତ୍ତି ବିକ୍ରୟ କରିପାରୁନାହାନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ମଧ୍ୟ ଏଠାରେ କାର୍ଯ୍ୟକାରୀ ହୋଇପାରୁ ନାହିଁ ।"

ଏହା ବି ପଢନ୍ତୁ- Telengana Assembly Poll: BJPର 52 ଜଣିଆ ପ୍ରାର୍ଥୀ ତାଲିକା, ଟି.ରାଜାଙ୍କ ଉପରୁ ନିଲମ୍ବନ ହଟାଇ ପ୍ରାର୍ଥୀ କଲା ଦଳ

ସେ ଆହୁରି କହିଛନ୍ତି, " ଜିଲ୍ଲାର ସରକାରୀ ସ୍କୁଲ ଓ ମହାବିଦ୍ୟାଳୟମାନଙ୍କରେ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସରକାରୀ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ନଥିବାରୁ ଲୋକେ ନିମ୍ନତମ ଚିକିତ୍ସା ପାଇପାରୁ ନାହାନ୍ତି । ଖୋର୍ଦ୍ଧା ଜିଲ୍ଲାରେ ବେକାରୀ ଏବଂ ଦାରିଦ୍ର୍ୟ ମଧ୍ୟ ଉତ୍କଟ । ଏଠିକାର ଶିଳ୍ପ ଓ ବ୍ୟବସାୟୀକ ଅନୁଷ୍ଠାନରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଅତି ନଗଣ୍ୟ । ଉଭୟ ବିଜେଡ଼ି ସରକାର ଓ ବିଜେପି ସରକାର କେବଳ ଖୋର୍ଦ୍ଧା ଜିଲ୍ଲା ନୁହେଁ ସମଗ୍ର ଓଡ଼ିଶାର ସାଧାରଣ ଜନତାଙ୍କ ଶତ୍ରୁ । ୨୪ ବର୍ଷର ନବୀନ ସରକାର ଓ ୯ ବର୍ଷର ମୋଦି ସରକାରର ଉଦାସୀନତା, କୁଶାସନ ଓ ଜନବିରୋଧ ନୀତିରେ ରାଜ୍ୟବାସୀ ଅତିଷ୍ଠ ହେଲେଣି ।"

ସେହିପରି ଓଡ଼ିଶାରେ ୯ ଲକ୍ଷ ବେକାର ଯୁବକ ନିଯୁକ୍ତି ପାଇଁ ନାମ ପଞ୍ଜିକରଣ କରି ହତାଶରେ ରହୁଥିବା ବେଳେ ଓଡ଼ିଶା ସରକାରଙ୍କର ୨ ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି । ନବୀନ ସରକାରଙ୍କର ବର୍ଷକୁ ୨ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଇ ଆଜି ପ୍ରତାରଣା କରିଛନ୍ତି । ସେହିଭଳି ମୋଦି ସରକାରଙ୍କ ୧୦ ଲକ୍ଷ ପଦବୀ ଖାଲି ପଡ଼ିଛି । ମୋଦିଙ୍କର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି କେବଳ ନିର୍ବାଚନୀ ଧୂଆଁବାଣ ଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାର ସରକାରୀ ଚିକିତ୍ସାଳୟରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ଡାକ୍ତରୀ ପଦବୀ ଖାଲି ପଡ଼ିଛି । ଓଡ଼ିଶାର ଚାଷୀ ଭାରତର ସବୁ ରାଜ୍ୟର ଚାଷୀଙ୍କ ଠାରୁ ଗରିବ । ଓଡ଼ିଶାର ମହିଳା ଅସୁରକ୍ଷିତ ଭଳି ସମସ୍ୟା ଉଠାଇ ସରକାରଙ୍କୁ ସୁର ଟାର୍ଗେଟ କରିଛନ୍ତି ।

ଏହା ବି ପଢନ୍ତୁ- 2024 Election: ପୁରୀ ବଡଦାଣ୍ଡରେ କଂଗ୍ରେସ ପକ୍ଷରୁ ବିଶାଳ ପଦଯାତ୍ରା

ଚିଟ୍‌ଫଣ୍ଡ, ଖଣି, ଡାଲି, ରାଜଧାନୀ ସରକାରୀ ଜମି, ମନରେଗା, ପକ୍କାଘର, ପାଇଖାନା, ନିଯୁକ୍ତି ମେଳା, ବାଲିଘାଟ, ଧାନ କିଣା, କଂକ୍ରିଟ ରାସ୍ତା ନିର୍ମାଣ, ଜଳସେଚନ, ଏଲଇଡି ଆଲୋକୀକରଣ, ଅଙ୍ଗନୱାଡ଼ି ଛତୁଆ, ମଧ୍ୟାହ୍ନ ଭୋଜନ ଚାଉଳ, ନଦୀବନ୍ଧ ନିର୍ମାଣ, ସମବାୟ, ବିହନ, ଆଳୁମିଶନ, ବୃକ୍ଷରୋପଣ ପ୍ରଭୃତି ଦୁର୍ନୀତିରେ ନବୀନ ସରକାର ଲୋକମାନଙ୍କ ପାଖରେ ନିନ୍ଦିତ ହୋଇପଡ଼ିଛି । ମହଙ୍ଗାମାଡ଼ ଉଭୟ ମୋଦି ଓ ନବୀନ ସରକାରର ମୁଖା ଖୋଲି ଦେଇଛି । ମୋଦି ସରକାର ଦ୍ବାରା ଚୂଡ଼ା, ମୁଢ଼ି, ଗୁଡ଼, ଛତୁଆ ଓ ଦହି ଇତ୍ୟାଦି ଉପରେ ଜିଏସଟି ଲାଗୁ ବେଡ଼ି ଉପରେ କୋରଡ଼ା ମାଡ ସଦୃଶ ।

ଏହି ପ୍ରସଙ୍ଗରେ ଆସନ୍ତା ଅକ୍ଟୋବର ୨୭ ତାରିଖ ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଖୋର୍ଦ୍ଧା ସ୍ଥିତ ହାବେଳି ପଡ଼ିଆରେ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ କରିବ । ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୧୦ ହଜାର କଂଗ୍ରେସ କର୍ମୀ ସାମିଲ ହେବା ସହ ଏହି ବିଶାଳ ସମାବେଶରେ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡ. ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ରାଜ୍ୟର ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କୁ ଅତିଥ ଭାବେ ଯୋଗଦେବେ ବୋଲି କହିଛନ୍ତି ଜଟଣୀ ବିଧାୟକ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.