ETV Bharat / state

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦର ପ୍ରତିବାଦ, ଗାନ୍ଧି ମୂର୍ତ୍ତୀ ତଳେ କଂଗ୍ରେସର ସତ୍ୟାଗ୍ରହ - ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ପ୍ରତିବାଦରେ AICC ନିର୍ଦ୍ଦେଶରେ ଆଜି ସାରା ରାଜ୍ୟରେ କଂଗ୍ରେସ କର୍ମୀମାନେ ସତ୍ୟାଗ୍ରହରେ ବସିଥିଲେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଗାନ୍ଧି ପାର୍କରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ତଳେ ସତ୍ୟାଗ୍ରହରେ ବସିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା । ଅଧିକ ପଢ଼ନ୍ତୁ

ଗାନ୍ଧି ମୂର୍ତ୍ତୀ ତଳେ କଂଗ୍ରେସର ସତ୍ୟାଗ୍ରହ
ଗାନ୍ଧି ମୂର୍ତ୍ତୀ ତଳେ କଂଗ୍ରେସର ସତ୍ୟାଗ୍ରହ
author img

By

Published : Mar 26, 2023, 9:03 PM IST

ଗାନ୍ଧି ମୂର୍ତ୍ତୀ ତଳେ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ବର: ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସର ସତ୍ୟାଗ୍ରହ । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପଛରେ ବିଜେପିର ଷଡ଼ଯନ୍ତ୍ର ଅଭିଯୋଗ ଆଣି ରବିବାର ସାରା ରାଜ୍ୟରେ ସତ୍ୟାଗ୍ରହ କରିଛି କଂଗ୍ରେସ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ନାଲକୋସ୍ଥିତ ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ତଳେ ମଧ୍ୟ ସତ୍ୟାଗ୍ରହରେ ବସିଥିଲେ କଂଗ୍ରେସ ନେତା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଦଳର ବରିଷ୍ଠ ନେତା ଗାନ୍ଧୀ ମୂର୍ତ୍ତୀ ତଳେ ସତ୍ୟାଗ୍ରହରେ ବସିଥିଲେ ।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ରାହୁଲ ଗାନ୍ଧୀଙ୍କ ଅନ୍ୟାୟ ବିରୋଧୀ ସ୍ବରକୁ ଚାପି ଦେବାକୁ ବିଜେପି ସରକାର ଯେଉଁ ପ୍ରୟାସ କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ । ରାହୁଲ ଗାନ୍ଧୀ ଚୁପ୍‌ ରହିବେ ନାହିଁ ବରଂ ଲଢେଇ ଜାରି ରଖିବେ । ଦେଶର ସୁରକ୍ଷା, ଶାନ୍ତି ପ୍ରତି ସେ ସବୁବେଳେ ଗୁରୁତ୍ବ ଦେଇଛନ୍ତି । ଦେଶରେ ଗଣତନ୍ତ୍ର ଏବେ ବିପଦରେ । ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି କଂଗ୍ରେସ ଆଜି ରାଜରାସ୍ତାକୁ ଓହ୍ଲାଇଛି । ଭାରତବାସୀ ଆଜି ବିପଦରେ ଅଛନ୍ତି । ଯେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ଆଦାନୀ ପ୍ରସଙ୍ଗରେ ନିଜ ପକ୍ଷ ରଖିବାକୁ ଚାହୁଁଛନ୍ତି, ସେତେବେଳେ କହିବା ପାଇଁ ତାଙ୍କୁ ସୁଯୋଗ ଦିଆଗଲାନାହିଁ । ରାହୁଲଙ୍କ ପଦ ରଦ୍ଦ କଲେ ମଧ୍ୟ ସେ ପଛଘୁଞ୍ଚା ଦେବାର ନାହିଁ । ଭାରତ ଯୋଡୋ ପଦଯାତ୍ରାରେ କନ୍ୟାକୁମାରୀ ପର୍ଯ୍ୟନ୍ତ ବଡ଼ ସଫଳତା ପରେ ଅସହ୍ୟ ହେଉଛି ବିଜେପି । ଏହି ଆନ୍ଦୋଳନକୁ ପ୍ରତି ପଞ୍ଚାୟତ, ବ୍ଲକ, ଜିଲ୍ଲା ସ୍ତରକୁ ନେବ କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ପଛରେ ସାରା ଓଡିଶା ଅଛି । କଂଗ୍ରେସ ଆଗକୁ ଏ ଆନ୍ଦୋଳନକୁ ଦୁର୍ବାର କରିବ ।"

ସେହିଭଳି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଏ ସତ୍ୟାଗ୍ରହ AICC ନିର୍ଦ୍ଦେଶରେ ଆରମ୍ଭ ହୋଇଛି । ନେହେରୁ ପରିବାର ଦେଶ ପାଇଁ ବଳିଦାନ ଦେଇଛି । ଦେଶପ୍ରତି ତାଙ୍କ ପରିବାରର ଅବଦାନ ଅତୁଳନୀୟ । ତାଙ୍କ ପରିବାର ପ୍ରତି ଆକ୍ରୋଶମୂଳକ ଭାବେ ନିର୍ଯାତନା ଦେଉଛି କେନ୍ଦ୍ର ସରକାର । ଗଣତନ୍ତ୍ରକୁ ହତ୍ୟା କରୁଛି ବିଜେପି । ରାହୁଲଙ୍କ ଲୋକପ୍ରିୟତାକୁ ସହିନପାରି ବ୍ୟସ୍ତ ବିବ୍ରତ ହୋଇ ଭୟଭୀତ ହୋଇଛି ମୋଦି ସରକାର ।" ତେବେ ଆଜି କଂଗ୍ରେସର ଛାମୁଆ ସଂଗଠନ ଗୁଡିକ ବିଜେପିର ଏଭଳି ମନମୁଖୀ ଶାସନ ପାଇଁ ପ୍ରତିବାଦ କରିଥିବା କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ଗତ ଦୁଇଦିନ ତଳେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ସୁରତ ସେସନ କୋର୍ଟ ଅପରାଧିକ ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ସଦସ୍ୟତା ରଦ୍ଦ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ମୋଦି ସାଙ୍ଗିଆ ମାମଲାରେ କୋର୍ଟ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହି ଘଟଣାରେ ରାହୁଲଙ୍କୁ ବେଲ୍‌ ମଧ୍ୟ ମିଳିଯାଇଥିଲା । ତେବେ ଲୋକପ୍ରତିନିଧି ଆଇନ ୧୯୫୧ ସେକ୍ସନ ୮ ଅନୁଯାୟୀ ରାହୁଲଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା । ଲୋକସଭାର ସଦସ୍ୟତା ପଦ ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ସେ କହିଛନ୍ତି, "ମୋର ଲକ୍ଷ୍ୟ ହେଲା ଯେ ସତ୍ୟ ପାଇଁ ଲଢ଼େଇ କରିବା ଓ ଦେଶର ଗଣତାନ୍ତ୍ରିକ ପଦ୍ଧତିକୁ ରକ୍ଷା କରିବା । ମୋତେ ଆଜୀବନ ଅଯୋଗ୍ୟ କରିଦେଲେ କିମ୍ବା ସବୁଦିନ ପାଇଁ ଜେଲ ପଠାଇଦେଲେ ମଧ୍ୟ ମୁଁ ସରକାରଙ୍କୁ ପ୍ରଶ୍ନ ପଚାରିବା ଜାରି ରଖିବି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.