ETV Bharat / state

ଭୋଟ ପାଇଁ ନୋଟ ରାଜନୀତି କରୁଛନ୍ତି ଉଭୟ ବିଜେଡି-ବିଜେପି: କଂଗ୍ରେସ - କଂଗ୍ରେସ

ବିଜେଡି ଭତ୍ତା ନେଇ କେନ୍ଦ୍ର ସରକାରଙ୍କୁ ଦୋଷାରୋପ କରିବା ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଭୋଟ ପାଇଁ ଉଭୟ ବିଜେଡି-ବିଜେପି ନୋଟ ରାଜନୀତି କରୁଛନ୍ତି ବୋଲି ଦଳ କହିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 22, 2023, 9:38 PM IST

ଭୋଟ ପାଇଁ ନୋଟ ରାଜନୀତି କରୁଛନ୍ତି ଉଭୟ ବିଜେଡି-ବିଜେପି

ଭୁବନେଶ୍ବର: ବୟସ୍କ ବର୍ଗଙ୍କ ଭତ୍ତାକୁ ନେଇ ତେଜିଲା ରାଜନୀତି । ବ୍ୟାଙ୍କ ସୁବିଧା ନଥିବାରୁ ହିତାଧିକାରୀଙ୍କ ହାତରେ ନଗଦ ଅର୍ଥ ରାଶି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଅପାରଗତାକୁ ନେଇ ପ୍ରଶ୍ନ କରିଛି ଶାସକ ବିଜେଡି । ବିଜେଡି କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିବା ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଉଭୟ ବିଜେଡି ଏବଂ ବିଜେପି ପରସ୍ପର ଦୋଷାରୋପ ଭିତରେ କଂଗ୍ରେସ କହିଛି ନିର୍ବାଚନ ପୂର୍ବରୁ ବୟସ୍କଙ୍କ ଭୋଟକୁ ନଜରରେ ରଖି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଦୋଷ ଲଦାଲଦି ହେଉଛନ୍ତି । ନିର୍ବାଚନ ପୂର୍ବରୁ ଉଭୟ ଦଳ ଭୋଟ ପାଇଁ ନୋଟ ରାଜନୀତି ଆରମ୍ଭ କରିଛନ୍ତି ବୋଲି କଂଗ୍ରେସ କହିଛି ।

ବୟସ୍କ ବର୍ଗ (ବାର୍ଦ୍ଧକ୍ୟ, ବିଧବା ଏବଂ ଦିବ୍ୟାଙ୍ଗ ଭତ୍ତା) ହିତାଧିକାରୀଙ୍କୁ ପେନସନ ଯୋଗାଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ତେବେ ବ୍ୟାଙ୍କ ସୁବିଧା ନଥିବାରୁ ହିତାଧିକାରୀଙ୍କ ହାତରେ ନଗଦ ଅର୍ଥ ରାଶି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଅପାରଗତାକୁ ନେଇ ପ୍ରଶ୍ନ କରିଛି ଶାସକ ବିଜେଡି । ଆଜି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛି । ଏ ନେଇ କଂଗ୍ରେସ ପ୍ରତିକ୍ରିୟା ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ।

ଏହା ବି ପଢନ୍ତୁ- JP Nadda Odisha Visit: ଗୁପ୍ତ ବୁଝାମଣା ପାଇଁ ନଡ୍ଡା ଓଡିଶା ଆସିଛନ୍ତି କହିଲେ ପିସିସି ସଭାପତି

ବିଜେଡି ସାମ୍ବାଦିକ ସମ୍ମିଳନୀରେ କହିଥିଲା ଯେ ୨୦୦୮ରେ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ଆରମ୍ଭ କରିଥିଲେ। ଏଥିରେ ୨୮ ଲକ୍ଷ ହିତାଧିକାରୀ ଅଛନ୍ତି । ଯେଉଁମାନେ ପଞ୍ଚାୟତ ଅଫିସରୁ ଭତ୍ତା ପାଆନ୍ତି । ହେଲେ ଦୁଃଖ କଥା ଜାତୀୟ ପେନସନ ଯୋଜନାରେ ଥିବା ୨୦ ଲକ୍ଷ ଲୋକ ଟଙ୍କା ଓ ଅର୍ଥ ଖର୍ଚ୍ଚ କରି ସହରର ବ୍ୟାଙ୍କ ଯାଆନ୍ତି । ହେଲେ ଭତ୍ତା ନ ପାଇ ଫେରିବା ମାନସିକ ଆଘାତ ଦିଏ । ୬୦% ଗାଁରେ ବ୍ୟାଙ୍କ ସୁବିଧା ନାହିଁ। ଏ ନେଇ କେନ୍ଦ୍ର ପାଖରେ ବାରମ୍ବାର ଦାବି କରାଯାଇଛି । ଓଡ଼ିଶା ବିଜେପି ସାଂସଦ ଓଡ଼ିଶା ପାଇଁ ସ୍ବର ଉଠାଇବା ପରିବର୍ତ୍ତେ ନୀରବ ଦ୍ରଷ୍ଟା ପାଲଟିଛନ୍ତି। ସେହିପରି କେନ୍ଦ୍ରରେ ଗୁରୁତ୍ବପୂର୍ଣ୍ଣ ପଦବୀ ଥିବା ନେତା ବି ସ୍ବର ଉଠାଇ ନାହାନ୍ତି ବୋଲି ଶାସକ ଦଳ ଅଭିଯୋଗ କରିଛି ।

ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ରାଜ୍ୟରେ ବିଜେଡି ବିଜେପି ୯ ବର୍ଷ ଶାସନ କରିଥିଲେ। ସେତେବେଳେ କାହିଁକି ବ୍ୟାଙ୍କ ସୁବିଧା ନେଇ ଦାବି କଲେ ନାହିଁ ? ବର୍ତ୍ତମାନ ୨୪ ବର୍ଷ ପରେ ମନେ ପଡ଼ିଲା ବ୍ୟାଙ୍କ କଥା । ହିତାଧିକାରୀଙ୍କୁ ସିଧାସଳଖ ନଗଦ ରାଶି ଦେବା କେବଳ ଭୋଟ ରାଜନୀତି । ବାହାନା କରୁଛନ୍ତି ବ୍ୟାଙ୍କ ନାହିଁ, ଯେହେତୁ ଆଗକୁ ନିର୍ବାଚନ ଅଛି ଟଙ୍କା ଦେଇ କେବଳ ଭୋଟ ରାଜନୀତି କରୁଛନ୍ତି ବିଜେଡି ବିଜେପି । ଆମ ମାନଙ୍କର ଦୁର୍ଭାଗ୍ୟ । ଓଡ଼ିଶାରେ ମଧୁବାବୁ ପେନସନ ଯୋଜନାରେ ୨୮ ଲକ୍ଷ ହିତାଧିକାରୀ ଥିବାବେଳେ ୨୦ ଲକ୍ଷ ହିତାଧିକାରୀ ଜାତୀୟ ଯୋଜନାରେ ପେନସନ ପାଉଛନ୍ତି । ଯାହାର ୫୦% ଓଡ଼ିଶା ସରକାର ବହନ କରୁଛନ୍ତି । ମୋଟ ୪୮ ଲକ୍ଷ ହିତାଧିକାରୀ ପେନସନ ପାଉଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.