ETV Bharat / state

ଜଗନ୍ନାଥ ସଂସ୍କୃତିକୁ ପ୍ରସଙ୍ଗ କରିବ କି କଂଗ୍ରେସ, ସଂକୀର୍ତ୍ତନ ଶୋଭାଯାତ୍ରା ସଂକେତ କି ? - ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ

ସଂକୀର୍ତ୍ତନ ସତ୍ୟାଗ୍ରହ କରି କଂଗ୍ରେସ ରତ୍ନଭଣ୍ଡାର ଖୋଲିବା ସହ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ଦାବି କରିଛି । ଦଳୀୟ ନେତା କହିଛନ୍ତି ରତ୍ନଭଣ୍ଡାର ଗଣତି ମଣତି ଓ ମରାମତି ହେଉ । ରତ୍ନଭଣ୍ଡାରରେ ପାଣି ଗଳୁଛି । ଏହାର ମରାମତି ହେଉ । ଏଥିସହ ଜଗନ୍ନାଥଙ୍କ ଅମୃତ ମଣୋହୀ ଜମିକୁ ଶ୍ରୀମନ୍ଦିର ପ୍ରଶାସନକୁ ଫେରାଇ ଅଣାଯାଉ ବୋଲି ଦଳୀୟ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି । ଅଧିକ ପଢନ୍ତୁ

ଜଗନ୍ନାଥ ସଂସ୍କୃତିକୁ ପ୍ରସଙ୍ଗ କରିବ କି କଂଗ୍ରେସ, ସଂକୀର୍ତ୍ତନ ଶୋଭାୟାତ୍ରା ସଂକେତ କି?

author img

By ETV Bharat Odisha Team

Published : Nov 9, 2023, 9:37 PM IST

ଜଗନ୍ନାଥ ସଂସ୍କୃତିକୁ ପ୍ରସଙ୍ଗ କରିବ କି କଂଗ୍ରେସ, ସଂକୀର୍ତ୍ତନ ଶୋଭାୟାତ୍ରା ସଂକେତ କି?

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଧ୍ରୁବିକରଣ ରାଜନୀତିରେ କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହେବା ପାଇଁ ପ୍ରୟାସ ଆରମ୍ଭ କରିଛି । ପୁରୀ ଖୋର୍ଦ୍ଧାରେ ସମାବେଶ ପରେ ଆଜି ସାରା ରାଜ୍ୟରେ କରିଛି ସଂକୀର୍ତ୍ତନ ସତ୍ୟାଗ୍ରହ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା, ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ଓ ମରାମତି କରିବା, ମହାପ୍ରଭୁଙ୍କ ଭୂ-ସଂପତ୍ତି ସମସ୍ୟାର ସ୍ଥାୟୀ ସମାଧାନ ଭଳି 6 ଦଫା ଦାବି ନେଇ ଆଜି ଶ୍ରୀମନ୍ଦିର ସମେତ ସାରା ରାଜ୍ୟରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରିଛି ଓଡିଶା କଂଗ୍ରେସ ।

ଅଧିକ ପଢନ୍ତୁ- ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ପିସିସି ସଭାପତିଙ୍କ ଆହ୍ବାନରେ ସାରା ରାଜ୍ୟରେ ଦଳୀୟ ନେତା କର୍ମୀ କରିଛନ୍ତି ସତ୍ୟାଗ୍ରହ । ପୁରୀ ଶ୍ରୀମନ୍ଦିର ସମ୍ମୁଖ ସମେତ ସାରା ରାଜ୍ୟର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ଜାଳି, ସଂକୀର୍ତ୍ତନ ସତ୍ୟାଗ୍ରହ କରିଛନ୍ତି କଂଗ୍ରେସ ନେତା କର୍ମୀ । ଭୁବନେଶ୍ବରରେ ମନ୍ଦିର ସମ୍ମୁଖରେ ଅନୁମତି ନମିଳିବାରୁ କଂଗ୍ରେସ ଦଳୀୟ କାର୍ଯ୍ୟାଳୟ ବାହାରେ ଜଗନ୍ନାଥଙ୍କୁ ଅଧିଷ୍ଠିତ କରି ସତ୍ୟାଗ୍ରହ କରିଛି । ଯେଉଁଥିରେ ସାମିଲ ହୋଇଥିଲେ ପିସିସି ସଭାପତି ଓ ବରିଷ୍ଠ ନେତା ମାନେ ।

ସଂକୀର୍ତ୍ତନ ସତ୍ୟାଗ୍ରହ କରି କଂଗ୍ରେସ ରତ୍ନଭଣ୍ଡାର ଖୋଲିବା ସହ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ଦାବି କରିଛି । ଦଳୀୟ ନେତା କହିଛନ୍ତି ରତ୍ନଭଣ୍ଡାର ଗଣତି ମଣତି ଓ ମରାମତି ହେଉ । ରତ୍ନଭଣ୍ଡାରରେ ପାଣି ଗଳୁଛି । ଏହାର ମରାମତି ହେଉ । ଏଥିସହ ଜଗନ୍ନାଥଙ୍କ ଅମୃତ ମଣୋହୀ ଜମିକୁ ଶ୍ରୀମନ୍ଦିର ପ୍ରଶାସନକୁ ଫେରାଇ ଅଣାଯାଉ ବୋଲି ଦଳୀୟ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି । ସେହିପରି ବିଧାୟକ ସୁର ରାଉତରାୟ ମଧ୍ୟ ଚାରି ଦୁଆର ଖୋଲିବା ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ମନ୍ଦିର ଭିତରେ ବାହାରେ ପ୍ରାୟ 50 ହଜାର ଲୋକ ଏକାଠି ହୋଇଛନ୍ତି । ଭକ୍ତମାନେ ଅଚେତ ହୋଇପଡୁଛନ୍ତି । ପିଇବା ପାଇଁ ପାଣି ନାହିଁ । ଏଥିସହ କପିଳେନ୍ଦ୍ର ଦେବ ଆଣିଥିବା ହୀରା ନୀଳା ମୋତି ମାଣିକ ଅଛି କି ନାହିଁ ସେନେଇ ଗଣତି କରି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ଆଧ୍ୟାତ୍ମିକ ଚେତନା ମାଧ୍ୟମରେ ସତ୍ୟାଗ୍ରହ କରି କଂଗ୍ରେସ ସରକାରଙ୍କୁ ଚେତେଇ ଦେବାକୁ ଉଦ୍ୟମ କରିଛି ବୋଲି ସୁର କହିଛନ୍ତି ।

ଅନ୍ୟପଟେ ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, ରାଜ୍ୟରେ କଂଗ୍ରେସ ନିଜକୁ ପ୍ରମୁଖ ବିରୋଧୀ ଦଳ ଭାବେ ପ୍ରୋଜେକ୍ଟ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ଦଳ ଜଗନ୍ନାଥଙ୍କୁ ପ୍ରସଙ୍ଗ କରିଛି । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଏବଂ ଶ୍ରୀମନ୍ଦିର ଚାରିଦୁଆର ଖୋଲିବାକୁ ପ୍ରସଙ୍ଗ କରି ଦଳ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛି । 2024 ନିର୍ବାଚନକୁ ଆଉ ଅଳ୍ପ କିଛି ମାସ ବାକି ରହିଲା । ଏହାରି ଭିତରେ ସରକାରଙ୍କୁ ଚେକ ଦେବା ପାଇଁ କଂଗ୍ରେସର ଏହା ରଣନୀତି । ତେବେ ଆଗକୁ କଂଗ୍ରେସର ରଣନୀତି କେତେ ଆକ୍ରମଣାତ୍ମକ ରହିବ ତାହା 5ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଅଧିକ ସ୍ପଷ୍ଟ ହୋଇଯିବ ।

ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟରୁ ନିର୍ବାଚନୀ ରଣହୁଙ୍କାର ଦେଇଥିବା କଂଗ୍ରେସ ଏବେ ସଂକୀର୍ତ୍ତନ ସତ୍ୟାଗ୍ରହ କରି ଓଡିଶାବାସୀଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଛି । ଦେଖିବାର କଥା ଜଗନ୍ନାଥଙ୍କୁ ପ୍ରସଙ୍ଗ କରି ଅଙ୍କ କଷୁଥିବା କଂଗ୍ରେସ 2024 ନିର୍ବାଚନରେ କେତେ ଫାଇଦା ପାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.