ETV Bharat / state

ଜାଗା ମିଶନରେ ବିଜେଡି ଦଳୀୟ କର୍ମୀ ପାଉଛନ୍ତି ଜାଗା କହିଲେ ବିଜୟ

ଜାଗା ମିଶନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଭୁବନେଶ୍ବରରେ ଏକ ବସ୍ତିରେ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଅନିୟମିତତା ହୋଇଥିବା ଅଭିଯୋଗ କଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସେପଟେ ଏଥିରେ ସ୍ବଚ୍ଛତା ଅବଲମ୍ବନ ନକଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଜାଗା ମିଶନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ

author img

By

Published : Mar 22, 2023, 3:41 PM IST

Updated : Mar 22, 2023, 4:44 PM IST

ଜାଗା ମିଶନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ବର: ଜାଗା ମିଶନ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ । କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଏଥିରେ ପିସିସି ସଭାପତି ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତେବେ ଜାଗା ମିଶନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଯଦି ସରକାର ଏନେଇ ସ୍ବଚ୍ଛତା ଅବଲମ୍ବନ ନକରିବେ, ତାହେଲେ ବାଧ୍ୟ ହୋଇ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ଦେଇଛି ।

କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, "ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ସାରା ଓଡ଼ିଶାରେ ୧୮ ଲକ୍ଷ ଲୋକ ବସ୍ତିରେ ବସବାସ କରନ୍ତି । ରାଜ୍ୟ ସରକାର ବସ୍ତି ଲୋକଙ୍କୁ ଜାଗା ମିଶନ ଜରିଆରେ ଜାଗା ଯୋଗାଇ ଦେଉଥିବା କହୁଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ବଦଳରେ ଏଥିରେ ଦଳୀୟ କର୍ମୀ ଜାଗା ପାଉଛନ୍ତି । ବସ୍ତିର ବିକାଶ ପାଇଁ ତଥା ସହରାଞ୍ଚଳର ବିକାଶ ପାଇଁ ଉପା ସରକାର (କଂଗ୍ରେସ ସରକାର) ସମୟରେ ଯୋଜନା କରାଯାଇଥିଲା । ରାଜୀବ ଆବାସ ଯୋଜନାରେ ବସ୍ତି ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ସରକାର ନିଷ୍ପତି ନେଇଥିଲେ । ଉପା ସରକାର ଯିବା ପରେ ଏହାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଦିଆଗଲା । ଓଡ଼ିଶା ସରକାର ବସ୍ତି ଲୋକଙ୍କୁ ଜମି ଦେବା ପାଇଁ ଜାଗା ମିଶନ ଆରମ୍ଭ କଲେ ।"

ତେବେ ୨୦୧୧ ମସିହାରୁ ଏହାର ଏକ ଯୋଗ୍ୟ ତାଲିକା ପ୍ରସ୍ତୁତ ହୋଇଥିବା କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ସେ କହିଛନ୍ତି, "୨୦୧୧ରେ ଯୋଗ୍ୟ ତାଲିକା ପ୍ରସ୍ତୁତ ହେବା ସତ୍ତ୍ବେ ରାଜ୍ୟ ସରକାର ୨୦୨୩ରେ ନୂଆ ତାଲିକା କରିଛନ୍ତି । ହେଲେ ଏହି ନୂଆ ତାଲିକାରେ ଦୁଇ ମହଲା କୋଠା ଓ ସୁଇଟ୍‌ ଷ୍ଟଲ୍ ଥିବା ଲୋକଙ୍କୁ ସ୍ଥାନ ଦିଆଯାଇଛି । ଏଥିରେ ବିଜୁ ଜନତା ଦଳର ଲୋକଙ୍କୁ ଜାଗା ଦିଆଯାଇଛି । ଏପରିକି କୌଣସି ଅଭିଯୋଗ ଥିଲେ ତାହାକୁ ଜଣାଇବା ପାଇଁ ମାତ୍ର ୨ ଦିନ ସମୟ ଦିଆଯାଇଛି । ସେଥିରେ ଗୋଟିଏ ଦିନ ରବିବାର ରହିଛି । ଏଥିରୁ ଜଣା ପଡୁଛି BMC ପକ୍ଷରୁ ଚଞ୍ଚକତା କରାଯାଇଛି । ଯାହାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି । କଂଗ୍ରେସର ଦାବି ଜାଗା ମିସନରେ ସ୍ବଚ୍ଛତା ଅବଲମ୍ବନ କରାଯାଉ ।" ତେବେ କଂଗ୍ରେସର ଅଭିଯୋଗ ଅନୁଯାୟୀ ଭୁବନେଶ୍ବରରେ ଏକ ବସ୍ତିରେ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଅନିୟମିତତା ହୋଇଛି । ଯଦି ସରକାର ଏନେଇ ସ୍ବଚ୍ଛତା ଅବଲମ୍ବନ ନକରିବେ, ଆଗାମୀ ଦିନରେ କଂଗ୍ରେସ ଏହାର ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ପିସିସି ସଭାପତି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 22, 2023, 4:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.