ETV Bharat / state

ସରକାର ଗଠନ ପାଇଁ ଆଗକୁ ବଢ଼ିବୁ: ବିଜୟ

ଖୁବଶୀଘ୍ର ବସିପାରେ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଏଥିପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କିଭଳି ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ, ସେନେଇ ରଣନୀତି ପ୍ରସ୍ତୁତ କରାଯାଉଥିବା କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଖୁବଶୀଘ୍ର ବସିପାରେ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

author img

By

Published : Jun 14, 2023, 10:06 AM IST

ଖୁବଶୀଘ୍ର ବସିପାରେ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ବୁଥ, ୱାର୍ଡ, ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲାସ୍ତରରେ ସଂଗଠନକୁ ଶାଣିତ କରି ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ । ପ୍ରଦେଶ କଂଗ୍ରେସର ନବକଳେବର ସରିଛି । ଶୃଙ୍ଖଳା, ଇସ୍ତାହାର ଏବଂ ଅନ୍ୟାନ୍ୟ କମିଟି ଘୋଷଣା କରିଛି AICC । ୯ରୁ ୯୦ ଲକ୍ଷ୍ୟ ନେଇ କଂଗ୍ରେସ ତାର ଷ୍ଟ୍ରାଟେଜି ପ୍ଲାନ କରୁଛି । ଖୁବଶୀଘ୍ର ରାଜ୍ୟରେ କଂଗ୍ରେସ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବ । ବୁଥରୁ ୱାର୍ଡ, ପଞ୍ଚାୟତ, ବ୍ଲକ, ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ କରିବ କଂଗ୍ରେସ । ଏହି ସବୁ ଯୋଜନା ପାଇଁ ବସିବ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରଜ ପରେ ୨୨ କିମ୍ବା ୨୩ ତାରିଖରେ ବସିପାରେ କଂଗ୍ରେସର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ କମିଟିର ପ୍ରଥମ କାର୍ଯ୍ୟକାରିଣୀ ଭୁବନେଶ୍ବରରେ ବସିବ । ଏଥିରେ ରାଜ୍ୟ ପ୍ରଭାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏହି କାର୍ଯ୍ୟକାରିଣୀ ଖୁବ ଗୁରୁତ୍ବ ବହନ କରୁଛି । ଶାସକ ବିଜେଡି, ବିରୋଧୀ ବିଜେପିକୁ କାଉଣ୍ଟର କରିବାକୁ କଂଗ୍ରେସ ତୃଣମୂଳ ସ୍ତରରୁ ସଂଗଠନକୁ ସଜାଡି ରାଜ୍ୟରେ ଜନାଦୃତ ହେବାପାଇଁ ଅଣ୍ଟା ଭିଡୁଛି । ବିଶେଷ କରି ୯ରୁ ୯୦ ଲକ୍ଷ୍ୟ ରଖି କଂଗ୍ରେସ ଆଗକୁ ବଢିବ । କର୍ଣ୍ଣାଟକ ନିର୍ବାଚନରେ ଅଭୂତପୂର୍ବ ସଫଳତା ମିଳିବା ପରେ କଂଗ୍ରେସ ଶିବିରରେ କ୍ଷମତା ଦଖଲ କରିବାର ଆଶା ସଞ୍ଚାର ହୋଇଛି ।

ଏନେଇ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, "ସଂଗଠନକୁ କିଭଳି ଆଗକୁ ନିଆଯିବ, ରାଜ୍ୟରେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଘର ଘର ବୁଲିବ କଂଗ୍ରେସ । କ୍ଷମତା ଦଖଲ କରିବାକୁ କଂଗ୍ରେସ ପକ୍ଷରୁ ୩୩ଟି ସାଙ୍ଗଠନିକ ଜିଲ୍ଲାରେ କାର୍ଯ୍ୟକ୍ରମ କରାଯିବ । ସବୁ ବର୍ଗର ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଛାତ୍ର, ଯୁବ, ମହିଳା ଏବଂ ଅନ୍ୟାନ୍ୟ ମୋର୍ଚ୍ଚାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବ ଦଳ । ଆସନ୍ତା ୧୫ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲି । ହେଲେ ପିସିସି ସଭାପତି ରହିବେ ନାହିଁ । ତେଣୁ ତାକୁ ଅନ୍ୟଦିନ ପାଇଁ ଧାର୍ଯ୍ୟ କରାଯିବ । ବୁଥସ୍ତରରୁ କାର୍ଯ୍ୟକ୍ରମ ହାତକୁ ନିଆଯିବ । କି ପ୍ରକାର ଷ୍ଟ୍ରାଟେଜି କଲେ କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହେବ ସେ ଦିଗରେ ଆଲୋଚନା ଜାରି ରହିଛି । ଖୁବଶୀଘ୍ର ସେନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।" ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "କଂଗ୍ରେସ ସମସ୍ତ ଜିଲ୍ଲାରେ କାର୍ଯ୍ୟକ୍ରମ ଆରମ୍ଭ କରିବ । କଂଗ୍ରେସ ନେତା ଏବେ ପ୍ରତି ଘରକୁ ଯିବେ । କଂଗ୍ରେସ ଜନସାଧାରଣଙ୍କ ପାଇଁ କଣ କରିବ, ତାର ପ୍ଲାନ କଂଗ୍ରେସ ପକ୍ଷରୁ କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.