ETV Bharat / state

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ତାରାଙ୍କ ଟାର୍ଗେଟ, କହିଲେ BJD-BJP ଏକାଠି କାମ କରୁଛନ୍ତି

author img

By ETV Bharat Odisha Team

Published : Oct 19, 2023, 12:48 PM IST

ଶ୍ରୀମନ୍ଦିର 4 ଦ୍ଵାର ଖୋଲିବା ଓ ରତ୍ନଭଣ୍ଡାର ଖୋଲିବା ନେଇ ରାଜନୀତି ଜୋର ଧରିଛି । ବିଜେପି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଘଟଣାକୁ ନେଇ ସମାଲୋଚନା କରିଛି ରାଜ୍ୟ କଂଗ୍ରେସ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ତାରାଙ୍କ ଟାର୍ଗେଟ

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । 4 ଦ୍ଵାର ଖୋଲିବା ଓ ରତ୍ନଭଣ୍ଡାର ଖୋଲି ଏହାର ଗଣନା କାରିବାକୁ ଦାବି ଜୋର ଧରିଛି । ଗୋଟିଏ ପଟେ ଚାରି ଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ କଂଗ୍ରେସ କରିଛି । ସେପଟେ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଲାଗି ଗଜପତି ମହାରାଜାଙ୍କୁ ଭେଟିଛି ବିଜେପି । ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଗଜପତି ମହାରାଜଙ୍କୁ ଭେଟି ଆଲୋଚନା କରିଛି । ତେବେ ବିଜେପି ଶ୍ରୀମନ୍ଦିର ଘଟଣାର ଆଭିମୁଖ୍ୟକୁ ନେଇ ସମାଲୋଚନା କରିଛି ରାଜ୍ୟ କଂଗ୍ରେସ ।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ,"ବିଜେଡି ଏବଂ ବିଜେପି ଗୋଟିଏ ଏଜେଣ୍ଟରେ କାମ କରୁଛନ୍ତି । କିନ୍ତୁ କଂଗ୍ରେସ ଦଳ କାହାକୁ ଅନୁକରଣ କରେ ନାହିଁ । ରତ୍ନ ଭଣ୍ଡାର ଖୋଲି ସମସ୍ତ ରତ୍ନର ହିସାବ କରିଵା ସହ ବେଦାନ୍ତ ଜମି ସାଧାରଣ ଲୋକମାନଙ୍କୁ ଫେରେଇ ଦିଆଯାଉ ଦାବି କରି ଆନ୍ଦୋଳନ କରିଥିଲା କଂଗ୍ରେସ ଦଳ । ଏହାପରେ ଉଭୟ ବିଜେଡି ଏବଂ ବିଜେପି ଦଳ ଭୟଭୀତ ହୋଇପଡିଛି । ସେଥିପାଇଁ ବିଜେପି ଗଜପତିଙ୍କୁ ଭେଟିଛି । ଆଗାମୀ ଦିନରେ ଯଦି ସରକାର 4 ଦ୍ଵାର ଖୋଲିବା ପାଇଁ ଉଦ୍ୟମ ନକରନ୍ତି ତେବେ ଆମେ ରାଜ୍ୟବ୍ୟାପି ଆନ୍ଦୋଳନ କରିବୁ ।"

ଏହା ମଧ୍ୟ ପଢନ୍ତୁ- ‘ଲୋକମତକୁ ପ୍ରଭାବିତ କରୁଥିବାରୁ ଶ୍ରୀମନ୍ଦିର ପ୍ରସଙ୍ଗରେ ନିଶ୍ଚୟ ହେବ ରାଜନୀତି’

ତେବେ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଗ୍ରଗତି, କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଚାବି ଖୋଲିବା, ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାର ହିସାବକୁ ଚଳିତ ମାସ 28 ତାରିଖ ସୁଦ୍ଧା ଶେଷ କରିବାକୁ ଦାବି ହୋଇଛି । ତେବେ ବିଜେପି ଟିମ ଗଜପତି ମହାରାଜଙ୍କୁ ଭେଟି ଆଲୋଚନା କରିବା ନେଇ ସହଜରେ ଗ୍ରହଣ କରିପାରିନି କଂଗ୍ରେସ। ସେପଟେ ବିଜେପିର ପ୍ରତିନିଧି ଦଳ ଗଜପତି ମହାରାଜାଙ୍କୁ ଭେଟିବା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ତାଙ୍କ ଦଳର କଥା ସେମାନେ ନିଷ୍ପତି ନେବେ କେଉଁ ସମୟରେ କଣ କରିବେ । କିନ୍ତୁ ଆମର କହିବା କଥା ହେଲେ 9 ବର୍ଷ ବିଜେପି ଦଳ ବିଜେଡି ସହ ମିଶିକି ରହିଥିଲା । ସେତେବେଳେ କାହିଁକି ଏଭଳି ପ୍ରସଙ୍ଗରେ ପଦକ୍ଷପ ନେଉନଥିଲେ ? ଯଦି ସେତେବେଳେ ସଠିକ ନିଷ୍ପତି ନେଇଥାଆନ୍ତେ ଏବେ ଏଭଳି ସମସ୍ୟା ଉପୁଜି ନଥାନ୍ତା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.